Advertisment

ପୁରୁଖାଙ୍କ ଉପରେ ଅଧିକ ଭରସା କଲା କଂଗ୍ରେସ

ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ।

author-image
Satyendu Shekher Mishra
undefined

Congress

ବାଲେଶ୍ୱରରୁ ଶ୍ରୀକାନ୍ତ ଜେନା । ଭଦ୍ରକରୁ ଅନନ୍ତ ସେଠୀ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ । ଆନନ୍ଦପୁରରୁ ଜୟଦେବ ଜେନା । ନର୍ଲାରୁ ଭକ୍ତଚରଣ ଦାସ । ବିଜେପି ଓ ବିଜେଡିଠାରୁ ବେଶ୍ ବିଳମ୍ବରେ ଘୋଷଣା ହୋଇଥିବା କଂଗ୍ରେସର ପ୍ରାର୍ଥୀ । ତାଲିକାରେ ରହିଛି ଏଭଳି ବରିଷ୍ଠ ନେତାଙ୍କ ନାଁ । ଏଥର ନିର୍ବାଚନରେ ନ୍ୟୁ ଜେନେରେସନ୍ ଚର୍ଚ୍ଚା ଭିତରେ ଭେଟେରାନ୍ ନେତାଙ୍କୁ ବି ପ୍ରାଧାନ୍ୟ ଦେଇଛି କଂଗ୍ରେସ।

Advertisment

ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ।

ସେହିପରି ଭଦ୍ରକରେ ସିନିୟର ଲିଡର ତଥା ଦୁଇ ଥରର ସାଂସଦ ଓ ବିଧାୟକ ରହିଥିବା ଅନନ୍ତ ସେଠୀଙ୍କ ଉପରେ ପୁଣି ଦଳ ଭରସା କରିଛି। ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି 
ରହିସାରିଥିବା ନିରଞ୍ଜନ ପଟ୍ଟନାୟକ ଏବଂ ଜୟଦେବ ଜେନାଙ୍କୁ ବି ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି। କଳାହାଣ୍ଡିର ଟାଣୁଆ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ 
ଏଥର ବି ନର୍ଲାରୁ ନିର୍ବାଚନ ଲଢୁଛନ୍ତି। ଖୋଦ୍ ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ। ସେହିପରି ତିନି ଥରର ବିଧାୟକ ରବୀନ୍ଦ୍ର ସେଠୀ ଗତ ନିର୍ବାଚନରେ ପରାଜିତ ହୋଇଥିଲେ ବି ଏଥର ପୁଣି ମିଳିଛି ଟିକେଟ୍।

Advertisment

ନିର୍ବାଚନ ପୂର୍ବରୁ ତନି ଦଳରେ ଚାଲିଛି ଦଳଡିଆଁ ପର୍ବ। ତା ଭିତରେ କଂଗ୍ରେସର କିନ୍ତୁ ଅଧିକ ଭରସା, ବରିଷ୍ଠଙ୍କ ଉପରେ। ଦଳ କହିଛି, ନିର୍ବାଚନ ଜିତିବାର ଦକ୍ଷତା 
ରଖିଥିବା ଏବଂ ଦୃଢ ସଂଗଠନ ଥିବା ବରିଷ୍ଠ ନେତାଙ୍କୁ ଦଳ ପ୍ରାର୍ଥୀ କରିଛି। ସେପଟେ କଂଗ୍ରେସ ଉପରୁ ଭରସା ତୁଟାଇ ଗଣେଶ୍ୱର ବେହେରା ଓ ଚିରଞ୍ଜୀବ ବିଶ୍ୱାଳଙ୍କ ଭଳି ଅନେକ ପୁରୁଖା ନେତା ଏବେ ଅନ୍ୟ ଦଳରେ।

BJD BJP Congress Odisha Politics General Election 2024
Advertisment
Advertisment