Advertisment

କୁଲେସିକାଙ୍କ ବିସ୍ଫୋରକ ବୟାନ; କହିଲେ, ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଟିକେଟ ନେଇଛନ୍ତି..

ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା। ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା।

author-image
Manoranjan Behera
ଅଦ୍ୟତନ ହୋଇଛି
BJP Laxmipur Assembly candidate Kailash Chandra Kulesika

BJP Laxmipur Assembly candidate Kailash Chandra Kulesika

ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ କୈଳାଶ କୁଲେସିକା। ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା। ପଇସା ଦେଇ ପ୍ରଭୁ ଜାନି ଟିକେଟ ନେଇଥିବା କହିଲେ କୁଲେସିକା। ୫/୬ କୋଟି ଟଙ୍କା ଦେଇ ପ୍ରଭୁ ଜାନି ଡିଲ୍‌ କରିଥିବା କହିଲେ କୈଳାସ। ସେ କହିଛନ୍ତି, ଟଙ୍କା ଦେଇ ବିଜେଡିରୁ ଟିକେଟ ନେଇଛନ୍ତି ପ୍ରଭୁ ଜାନି।

Advertisment

ସେ ଆହୁରି କହିଛନ୍ତି, ୫/୬ କୋଟି ଟଙ୍କାରେ ପ୍ରଭୁ ଜାନି ଟିକେଟ୍‌ ଡିଲ୍‌ କରିଛନ୍ତି। ମୋତେ କୋଟିଏ ଟଙ୍କା ସହ ପଦବୀ ଯାଚୁଥିଲେ, ମୋତେ ବାଧିଲା। ମୁଁ ଆଦିବାସୀ ପିଲା, ମୋତେ ଟଙ୍କା ଦେଇ କିଣିବାକୁ ଚେଷ୍ଟା କଲେ। ଟିକେଟ ପ୍ରତିଶ୍ରୁତିରେ ବିଜେଡି ଆସିଥିଲି, ମୋତେ ଧୋକା ଦେଲେ। ଗତ ନିର୍ବାଚନରେ ଅନିୟମିତତା କରି ୨୨୯ ଭୋଟରେ ହରାଇଲେ। ମୁଁ ନିର୍ବାଚନ ନେଇ ମାମଲା ଦାୟର କରିଥିଲି। ମୋତେ କହି ମାମଲା ପ୍ରତ୍ୟାହାର କରାଇଲେ, ନହେଲେ ମୁଁ ଜିତିଥାନ୍ତି।

ଅଧିକ ପଢ଼ନ୍ତୁ: ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ; ପ୍ରାଥମିକ ପଦରୁ ଇସ୍ତଫା ଦେଲେ ଗଞ୍ଜାମର ୨ବରିଷ୍ଠ ପୂର୍ବତନ ବିଧାୟକ

Advertisment

ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା। କୁଲେସିକାଙ୍କ ଅଭିଯୋଗ ନେଇ ପ୍ରଭୁ ଜାନିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। କିଛିଦିନ ତଳେ ବିଜେଡି ଛାଡ଼ି ପଦ୍ମ  ଶିବିରରେ ସାମିଲ ହୋଇଥିଲେ କୈଳାଶ ଚନ୍ଦ୍ର କୁଲେସିକା। ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ରାଜ୍ୟ ବିଜେପି ସଭାପତି ଓ ଅନ୍ୟ ପଦାଧିକାରୀଙ୍କ ଉପସ୍ଥିତିରେ କୈଳାସ ବିଜେପିରେ ସାମିଲ ହୋଇଥିଲେ। ତାଙ୍କ ସହ ବ୍ଲକ ବିଜେଡି ସଭାପତି ପ୍ରମୋଦ ଖରା ଏବଂ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଶତାଧିକ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବରୁ ସେ ବିଜେଡିରେ ଥିଲେ।

ବିଜେଡିରୁ କୁଲେସିକାଙ୍କ ଟିକେଟ୍ କଟିବା ପଛରେ ମାଇନ୍ସ ଲବିକୁ ନେଇ ଚର୍ଚ୍ଚା ଜୋର୍। ସେପଟେ କୈଳାସ ପଦ୍ମ ଧରିବା ପରେ ବିଜେଡି ପାଇଁ ବଢିଛି କୋରାପୁଟ୍ ଟେନସନ୍। ଶଙ୍ଖ ଦଳର ତୃତୀୟ ପର୍ଯ୍ୟାୟ ଟିକେଟ୍ ଘୋଷଣା ପରେ ପରେ ବିଳମ୍ବିତ ରାତିରେ ପଦ୍ମଦଳରେ ମିଶିଥିଲେ କୁଲେସିକା। ନିଜ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେପି ଶିବିରରେ ସାମିଲ ହେଉ ହେଉ ବିଜେଡିର ବାରୁଦ ଗଦାରେ ନିଆଁ ଲଗାଇଛନ୍ତି କୁଲେସିକା।

କୁଲେସିକା କହିଛନ୍ତି- ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ଯୁବକ ସହ ପ୍ରତାରଣା କରିଛି ବିଜେଡି। ମୋର ବିଜେଡି ଯିବାକୁ ଇଚ୍ଛା ନଥିଲା, ହେଲେ ଜୋର୍ ଜବରଦସ୍ତ ଦଳରେ ମିଶେଇ ଟିକେଟ ଦେବେ ବୋଲି କହିଥିଲେ। ଏହାସହ ସାଂଘାତିକ ଅଭିଯୋଗ ଆଣି କୈଳାସ କହିଛନ୍ତି ପ୍ରଭୁ ଜାନିଙ୍କୁ ଟିକେଟ ବିକିଛି ଶାସକ ଦଳ।

ଅଧିକ ପଢ଼ନ୍ତୁ: ବ୍ରଜରାଜନଗର ବିଗ୍ ଫାଇଟ୍; ବାଜି ପଲଟାଇବେ କି ବିଜେପିର ହେଭିୱେଟ୍ ?

BJD BJP Odisha Politics General Election 2024
Advertisment
Advertisment