Advertisment

ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା; ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ

୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।

author-image
Manoranjan Behera
ଅଦ୍ୟତନ ହୋଇଛି
BJP Announces 2nd Candidates List

BJP

ଆସିଲା ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର ନାୟକ, ସାରସକଣାରୁ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବରଦା, ବାଙ୍ଗିରିପୋଷିରୁ ସଞ୍ଜଳୀ ମୁର୍ମୁ ଟିକେଟ୍‌ ପାଇଛନ୍ତି।

Advertisment

ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ଆଉ ୩୫ ଆସନରେ ଦଳର ପ୍ରାର୍ଥୀ ଘୋଷଣା ବାକି ରହିଥିଲା। ଆଜି ୨୧ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି। ଆହୁରି ୧୪ ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ସୂଚନା ଅନୁସାରେ ବିଜେପି ପ୍ରଥମ ଦଳ ଭାବରେ ରାଜ୍ୟରେ ଟିକେଟ୍‌ ଘୋଷଣା କରିଥିଲା। ଦୁଇଟି ପର୍ଯ୍ୟାୟରେ ୨୧ ଲୋକସଭା ଓ ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା।

ଜାଣନ୍ତୁ କିଏ ଲଢ଼ିବେ କେଉଁଠୁ..

ରାଉରକେଲା-ଦିଲ୍ଲୀପ ରାୟ

ପାଟଣା- ଅଖିଳ ଚନ୍ଦ୍ର ନାୟକ

ସାରସକଣା- ଭାଦବ ହାଁସଦା

ରାଇରଙ୍ଗପୁର- ଜୋଲେନ ବରଦା

ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ

ଅଧିକ ପଢ଼ନ୍ତୁ: ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ; ପ୍ରାଥମିକ ପଦରୁ ଇସ୍ତଫା ଦେଲେ ଗଞ୍ଜାମର ୨ବରିଷ୍ଠ ପୂର୍ବତନ ବିଧାୟକ

Advertisment

କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ

ଝରିଗାଁ- ନରସିଂହ ଭତ୍ରା

ଡାବୁଗାଁ- ସୋମନାଥ ପୂଜାରୀ

ରାଜନଗର- ଲଳିତ ବେହେରା

ବାଲିକୁଦା-ଏରସମା- ସତ୍ୟସାରଥି ମହାନ୍ତି

ଜଗତସିଂହପୁର- ଅମରେନ୍ଦ୍ର ଦାଶ

କାକଟପୁର- ବାଇଧର ମଲ୍ଲିକ

ରଣପୁର- ସୁରମା ପାଢ଼ୀ

ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ

ମୋହନା- ପ୍ରଶାନ୍ତ ମଲ୍ଲିକ

ବିଷମକଟକ- ଜଗନ୍ନାଥ ନୁଣ୍ଡ୍ରୁକା

ରାୟଗଡ଼ା- ବସନ୍ତ ଉଲାକା

ଲକ୍ଷ୍ମୀପୁର- କୈଳାସ କୁଲେସିକା

କୋଟପାଡ- ରୁପୁ ଭତ୍ରା

ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି

ଚିତ୍ରକୋଣ୍ଡା-ଡମ୍ବରୁ ଶିଶା

ତିନି ଦଳର କେତେ ଟିକେଟ୍ ଆହୁରି ଘୋଷଣା ହେବାକୁ ବାକି ରହିଛି। ଯଦି ବିଧାନସଭା ଉପରେ ନଜର ପକାଇବା ତାହେଲେ ଶାସକ ବିଜେଡି ଏବେ ଯାଏଁ ୧୧୭ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି, ଆହୁରି ୩୦ ବିଧାନସଭା ଆସନରେ କିଏ ପ୍ରାର୍ଥୀ ହେବ ତାକୁ ନେଇ ଜାରି ରହିଛି କଳ୍ପନାଜଳ୍ପନା। ବିଜେଡି ସମସ୍ତ ୨୧ ଲୋକସଭା କ୍ଷେତ୍ରରେ ନିଜ ଯୋଦ୍ଧାଙ୍କୁ ଓହ୍ଲାଇ ସାରିଛି।

ସେହିପରି ବିଜେପି ସମସ୍ତ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ୧୩୩ ବିଧାନସଭାରେ ନିଜ ଯୋଦ୍ଧାଙ୍କ ନାଁ ଘୋଷଣା ହୋଇଛି। ଏବେ ବି ବିଜେପିର ୧୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି। ସବୁଠୁ ପଛରେ ରହିଛି କଂଗ୍ରେସ। ଏବେ ବି ୨୫ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିନି ହାତ, ଏପରିକି ମାତ୍ର ୪ଟି ଲୋକସଭା କ୍ଷେତ୍ର ପାଇଁ ହିଁ ପ୍ରାର୍ଥୀ ନାଁ ଘୋଷଣା କରିଛି ଦଳ।

BJP Assembly Elections Odisha Politics General Elections 2024
Advertisment
Advertisment