• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

PM Modi
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ, ଭୋଟ୍ ଦେଇ ସାବ୍ୟସ୍ତ କଲେ ମତାଧିକାର

ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅହମ୍ମଦାବାଦର ନିଶାନ୍ ହାୟର ସେକେଣ୍ଡାରୀ ସ୍କୁଲ ବୁଥରେ ଭୋଟ୍ ଦେଇଛନ୍ତି ମୋଦି । ବୁଥକୁ ଚାଲି ଚାଲି ଆସିଥିଲେ ପ୍ରଧାନମନ୍ତ୍ରୀ ।

Election
ଆଜି ତୃତୀୟ ପର୍ଯ୍ୟାୟ ମତଦାନ, ୯୩ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ

ଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଛି ମତଦାନ । ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ ।

Jatani Politics
ଏଥର ରୋଚକ ହେବ ଜଟଣୀ ପଲିଟିକ୍ସ, ୩ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବେ ସ୍ୱାଧୀନ ପ୍ରାର୍ଥୀ

ପ୍ରଚାରରେ କମ୍ପୁଛି ଜଟଣୀ ମଇଦାନ। ସମର୍ଥକଙ୍କୁ ଧରି ଚଳାଇଛନ୍ତି କ୍ୟାମ୍ପେନ୍ । ଶକ୍ତି ପ୍ରଦର୍ଶନ କରୁଛନ୍ତି ଜାତୀୟ ଓ ଆଞ୍ଚଳିକ ଦଳର ପ୍ରାର୍ଥୀ । କିନ୍ତୁ ଦୌଡ଼ର ପଛରେ ପଡ଼ି ନାହାଁନ୍ତି ସ୍ୱାଧୀନ ପ୍ରାର୍ଥୀ ।

Angul Politics
ଅନୁଗୁଳ ଏଥର କାହାର ? ଭୋଟ୍ ହାତେଇବାକୁ ତିନି ଦଳର ପ୍ରାର୍ଥୀଙ୍କ ମାରାଥନ୍ ପ୍ରଚାର

କାହାର ହେବ ଅନୁଗୁଳ ବିଧାନସଭା ଆସନ ? କାହା ସପକ୍ଷରେ ଯିବ ଜନମତ ? ବିଜେପି ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେଇଥିବା ବେଳେ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହଙ୍କ ପତ୍ନୀ ସଂଯୁକ୍ତା ସିଂଙ୍କୁ ଟିକେଟ ଦେଇ ମହିଳା କାର୍ଡ ଖେଳିଛି।

General Elections 2024
ରାତି ପାହିଲେ ମତଦାନ; ୧୦ ରାଜ୍ୟ, ୨ କେନ୍ଦ୍ର ଶାସିତ ଅଞ୍ଚଳରେ ହେବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ତୟାରି। ଇଭିଏମ ସହ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ ଅଧିକାରୀ। ତୃତୀୟ ପର୍ଯ୍ୟାୟରେ ଭୋଟିଂ ହେବାକୁ ଥିବା ସମସ୍ତ ବୁଥରେ ପହଞ୍ଚିସାରିଛନ୍ତି ପୋଲିଂ ଅଧିକାରୀ ଓ ଅନ୍ୟ କର୍ମଚାରୀ।

BJP Manifesto
ବିଜେପି ଇସ୍ତାହାରରେ ‘ପୁରୀ’କୁ ପ୍ରାଧାନ୍ୟ, ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର

ବିଜେପି ଇସ୍ତାହାରରେ ପୁରୀକୁ ପ୍ରାଧାନ୍ୟ । ସରକାରକୁ ଆସିଲେ ଖୋଲିବ ରତ୍ନ ଭଣ୍ଡାର। ମହାପ୍ରଭୁଙ୍କ ଆଭୁଷଣର ପ୍ରସ୍ତୁତ ହେବ ତାଲିକା। ଗଣତି ମଣତି କରାଯାଇ ତାଲିକାକୁ ସାର୍ବଜନୀନ ହେବ।

ADR Report
ମେ’ ୧୩ ନିର୍ବାଚନ ପ୍ରାର୍ଥୀଙ୍କ ADR ରିପୋର୍ଟ; ୬୫ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା

ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢ଼ି ନାହାନ୍ତି। ମୈଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା।

BJP
ଗଂଜାମରୁ ଆରମ୍ଭ ଶେଷ କେଉଁଠି ? ପ୍ରଶ୍ନ ବାଣରେ BJDକୁ ଘାଇଲା କଲେ ମୋଦି

ଫେବ୍ରୁଆରୀ ୨୨ରେ ରାଜନାଥଙ୍କ ଡବଲ ଇଂଜିନ ସରକାର ଗଠନର ଦମ୍ଭୋକ୍ତି। ଗତ ୨୮ରେ ବିଜେଡି ସରକାରକୁ ଜେ.ପି. ନଡ୍ଡାଙ୍କ ସିଧା ନିଶାନା। ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ସରକାର ବଦଳାଇବାର ହୁଙ୍କାର। ବ୍ରହ୍ମପୁର ମାଟିରୁ ତିନି ତିନି ଜଣ ବିଜେପି ହେଭିୱେଟ୍‌ଙ୍କ ଆକ୍ରମଣାତ୍ମକ ନିର୍ବାଚନୀ ସଭାକୁ ନେଇ ଚର୍ଚ୍ଚା।

PM Modi
ମୋଦିଙ୍କ ଫୋକସ୍‌ରେ ଓଡ଼ିଶା: ଘନଘନ ଆସିବେ, ଶଙ୍ଖ ଗଡ଼ରେ ପଦ୍ମ ଫୁଟାଇବେ

୪ ଜୁନ୍- ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ୬ ଜୁନ୍- ବିଜେପିର ମୁଖ୍ୟମନ୍ତ୍ରୀ ଚୟନ। ୧୦ ଜୁନ୍- ଭୁବନେଶ୍ୱରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ। ଆଜି ବ୍ରହ୍ମପୁର ସଭାରେ ସମର୍ଥକଙ୍କୁ ଏମିତି କିଛି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

Odisha CM
ଖରାପ ପାଗ ସାଜିଲା ବାଧା, ରାଜଧାନୀ ଫେରି ପାରିଲେନି ମୁଖ୍ୟମନ୍ତ୍ରୀ

ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର । କାଳବୈଶାଖୀ ପବନ ପାଇଁ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଖଡ଼ିଆଳରୁ ସଭା ସାରି ଭୁବନେଶ୍ୱର ଫେରୁଥିଲେ ।

Violence During Nomination
ଉମା-ସୁଜିତ ମୁହାଁମୁହିଁ, ନାମାଙ୍କନ ଦାଖଲ ବେଳେ ୨ ନେତା ଓ ସମର୍ଥକ ହାତାହାତି

ଉମା କଂଗ୍ରେସରୁ ଓ ସୁଜିତ ସ୍ୱାଧୀନ ଭାବେ ନୋମିନେସନ୍ କରିବାକୁ ଯାଇଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଠେଲାପେଲା, ମୁଥ ମରା ମରି ପରିସ୍ଥିତି ସୃଷ୍ଟି ହୋଇଥିଲା।

Narendra Modi
‘ବିଜେପି ସରକାର ହେବ; ଧାନ ୩୧୦୦ ଟଙ୍କାରେ କିଣିବ, ୫ ବର୍ଷରେ ଓଡ଼ିଶା ନମ୍ବର ୧ ହେବ’

ବ୍ରହ୍ମପୁର ସଭାରେ ଦେଇଥିବା ଭାଷଣକୁ ରିପିଟ୍‌ କରିଥିଲେ ବି ଏଠି ଅଧିକ ଆଗ୍ରେସନ ଦେଖାଇଥିଳେ ମୋଦି । ଏଠି ମଧ୍ୟ ସିଧାସଳଖ କହିଛନ୍ତି ଜୁନ୍ ୪ ବିଜେଡିର ଏକ୍ସପାରୀ ଡେଟ୍ । ଆଉ ୧୦ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ।

PM Modi
କାହାକୁ ମୁଣ୍ତିଆ ମାରିଲେ ପ୍ରଧାନମନ୍ତ୍ରୀ ମୋଦି, କିଏ ସେହି ମହିଳା...

ଆଜି ସଭା ସ୍ଥଳରେ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀଙ୍କୁ ସମାଜସେବୀ କୁମାରୀ ସ୍ୱାଗତ ଜଣାଇଥିଲେ । ମାଳ ପକାଇ ସ୍ୱାଗତ ଜଣାଇବା ବେଳେ ଗୋଡ଼ ଧରି ମୁଣ୍ଡିଆ ମାରିବାକୁ ନଇଁଥିଲେ ।

Narendra Modi In Nabarangpur
ବ୍ରହ୍ମପୁରରେ ଗ୍ୟାରେଣ୍ଟି ଦେବା ପରେ ଏବେ ନବରଙ୍ଗପୁରରେ ମୋଦି

ସିଧାସଳଖ ନବୀନ- ପାଣ୍ଡିଆନ୍‌ଙ୍କ ନାଁ ନେଇ ବି ସେ ରାଜ୍ୟ ସରକାରଙ୍କୁ ଖୁବ୍‌ ସମାଲୋଚନା କରିଛନ୍ତି । ସେ ଏଠାରେ ଅନେକ କଥା ଓଡ଼ିଆରେ ମଧ୍ୟ କହିଛନ୍ତି ।

Jharkhand ED
ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ ଘରୁ ଧରା ପଡ଼ିଲା ପୁଳା ପୁଳା ଟଙ୍କା, କ’ଣ କରୁଥିଲେ ଏତେ ନଗଦ !

ଝାଡ଼ଖଣ୍ତରୁ ଧରା ପଡ଼ିଲା ବିପୁଳ ପରିମାଣର ଟଙ୍କା । ଦେଶରେ ଜାରି ରହିଛି ନିର୍ବାଚନୀ ତାତି । ଭୋଟରଙ୍କୁ ହାତେଇବାକୁ ରାଜନୈତିକ ଦଳର ସମସ୍ତ ପ୍ରୟାସ ଜାରି ରହିଛି । ଏହି ସମୟରେ ବିଭିନ୍ନ ଜାଗାରୁ ପୁଳା ପୁଳା ଟଙ୍କା ଧରା ପଡ଼ିବା, ନିର୍ବାଚନରେ ସ୍ୱଚ୍ଛତାକୁ ନେଇ ଆଶଙ୍କାରେ ବଢ଼ାଇଛି ।

PM Modi
ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ, 'ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରି ନୁହେଁ ...'

ରାଜ୍ୟ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ତେରଚ୍ଛା ବାଣ । ବ୍ରହ୍ମପୁରରେ ନିର୍ବାଚନୀ ପ୍ରଚାର ଅବସରରେ ଓଡ଼ିଶା ଓ ଏହାର ଲୋକଙ୍କର ବିକାଶ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ପ୍ରୀତି କଥା ମଧ୍ୟ କହିଛନ୍ତି ।

Narendra Modi
‘ଓଡ଼ିଶାରେ ସବୁ ଅଛି, ହେଲେ ଓଡ଼ିଶା ଲୋକ ଗରିବ କାହିଁକି ?’

‘ଜଳ ଜୀବନ ମିଶନରେ କେନ୍ଦ୍ର ୧୦ ହଜାର କୋଟି ଦେଇଛି । ଉକ୍ତ ଟଙ୍କାକୁ ଏଠା ସରକାର ଠିକ ଭାବେ ଖର୍ଚ୍ଚ କରିପାରିଲେନି । ମୋଦି ମାଗଣା ଚାଉଳ ଦେଉଛି, ଏଠିକାର ସରକାର ସେଥିରେ ନିଜ ଫଟୋ ଛାପୁଛି । ନିଜେ କିଛି କରିନାହାନ୍ତି, ତେଣୁ ବେଇମାନୀ କରିବାକୁ ପଡୁଛି ।’

Narendra Modi
ମୋଦି ଗ୍ୟାରେଣ୍ଟି; ‘ଜୁନ ୧୦ରେ ଓଡ଼ିଶାରେ BJPର ମୁଖ୍ୟମନ୍ତ୍ରୀ ଶପଥ ନେବେ, ଆପଣଙ୍କୁ ନିମନ୍ତ୍ରଣ’

ଗୋଟିଏ ଯଜ୍ଞ କେନ୍ଦ୍ରରେ ତୃତୀୟବାର ସରକାର ପାଇଁ ହେଉଛି । ଆଉ ଗୋଟିଏ ଓଡ଼ିଶାରେ ବିଜେପି ନେତୃତ୍ୱର ମଜବୁତ ରାଜ୍ୟ ସରକାର ପାଇଁ ହେଉଛି ।

Berhampur
ବ୍ରହ୍ମପୁରରେ ମୋଦି, ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ତାପରେ ନବରଙ୍ଗପୁର ଯିବେ...

ମୋଦିଙ୍କଠାରୁ ମଧ୍ୟ ଓଡ଼ିଶା ବିଜେପି, ରାଜ୍ୟ ସରକାରଙ୍କ ଉପରେ ଡବଲ ଆଟାକ୍‌ ଆଶା କରୁଛି । ତେବେ ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ରହିବେ ପ୍ରଧାନମନ୍ତ୍ରୀ।

DGP
ଆନ୍ଧ୍ର ଡିଜିପିଙ୍କୁ ବଦଳି,ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ

ଆନ୍ଧ୍ରପ୍ରଦେଶ ଡିଜିପିଙ୍କୁ ତୁରନ୍ତ ବଦଳି ନିର୍ଦ୍ଦେଶ । ଡିଜିପି କେ.ଭି. ରାଜେନ୍ଦ୍ରନାଥ ରେଡ୍ଡୀଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ବିରୋଧୀଙ୍କ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ରାଜ୍ୟ ସରକାରଙ୍କୁ ସହଯୋଗ କରୁଥିବା ନେଇ ଅଭିଯୋଗ

Narendra Modi
ବ୍ରହ୍ମପୁର-ନବରଙ୍ଗପୁରରେ ବିଶାଳ ଜନସମାବେଶ

ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ଆଜି ୨ଟି ସ୍ଥାନରେ ବିଶାଳ ଜନସଭାକୁ କରିବେ ସମ୍ବୋଧନ । ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ମୋଦିଙ୍କ ସଭା।

Aparajita Sarangi
ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ଯାଏ ମୋଦିଙ୍କ ରୋଡ୍‌ ଶୋ !

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିଛି ସମୟ ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ। ଏହାପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ବିମାନ ବନ୍ଦରରୁ ରାଜଭବନକୁ ଯାଇଛନ୍ତି।

PM Modi
ଭୁବନେଶ୍ୱରରେ ମୋଦି; କାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ପ୍ରଚାର

ଆସନ୍ତାକାଲି ବ୍ରହ୍ମପୁର ଓ ନବରଙ୍ଗପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Unique Candidates
ଏଥର ମଇଦାନରେ ବହୁ ନିଆରା ପ୍ରାର୍ଥୀ...କାହା ପାଖେ ନାହିଁ ଅର୍ଥ, କାହା ପାଖେ ନାହିଁ ଦଳ ସମର୍ଥନ

ଏଥର ନିର୍ବାଚନ ମୈଦାନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ବହୁ କୋଟିପତି ପ୍ରାର୍ଥୀ। ହେଲେ ଏଥର ନିର୍ବାଚନରେ କିଛି ନିଆରା ନେତା ସାଜିଛନ୍ତି ସ୍ବାଧୀନ ପ୍ରାର୍ଥୀ।

BJP
ବିଜେପିର ଫୋକସ୍‌ ଓଡ଼ିଶା...ଆଜି ମୋଦି, ୧୨ରେ ପୁଣି ଆସିବେ ଶାହ

୨୪ ମହାସମର ଅବସରରେ ଓଡ଼ିଶା ଉପରେ ବିଜେପି ଶୀର୍ଷ ନେତାଙ୍କ ଜବରଦସ୍ତ ଫୋକସ୍ । ପ୍ରଥମେ ଶାହ, ପରେ ମୋଦି, ନଡ୍ଡା ଓ ଜୟଶଙ୍କରଙ୍କ ପରେ ପୁଣି ମୋଦି, ରାଜନାଥଙ୍କ ଆଗାମୀ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବିଜେପି ଶିବିର ।