• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କନକ ବର୍ଦ୍ଧନ ସିଂଦେଓ:

କନକ ବର୍ଦ୍ଧନ ସିଂଦେଓଙ୍କୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ଦୀର୍ଘ ୨୫ ବର୍ଷ ପରେ ଓଡ଼ିଶା ବର୍ତ୍ତମାନ ନିଜର ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି । ବିଜେଡି ସରକାର ଥିବା ସମୟରେ କେହି ମଧ୍ୟ ଉପମୁଖ୍ୟମନ୍ତ୍ରୀ ନଥିଲେ । ବର୍ତ୍ତମାନ ବିଜେପି ନିଜର ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀଙ୍କ ନାଁ ମଧ୍ୟ ଘୋଷଣା କରିଛି ।

କନକ ବର୍ଦ୍ଧନ ସିଂଦେଓ ବିଧାନ ସଭାରେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ପାଞ୍ଚଥର ନିର୍ବାଚିତ ହୋଇଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ତାଙ୍କର ରାଜନୈତିକ କ୍ୟାରିୟର୍ । କେମିତି ଥିଲା ତାଙ୍କର ଉପମୁଖ୍ୟମନ୍ତ୍ରୀ ପଦକୁ ଯାତ୍ରା ...

ଜନ୍ମ ଓ ଶିକ୍ଷା:

କନକ ବର୍ଦ୍ଧନ ସିଂଦେଓ ୧୯୫୬ ମସିହା ଜୁନ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ ରାଜ ସିଂଦେଓ । ତାଙ୍କର ପତ୍ନୀ ସଙ୍ଗୀତା କୁମାରୀ ସିଂଦେଓ ମଧ୍ୟ ଜଣେ ରାଜନେତ୍ରୀ । ସେ ଭାରତୀୟ ସଂସଦର ଲୋକ ସଭାରେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି ।

ରାଜନୈତିକ ଜୀବନ:

କନକ ବର୍ଦ୍ଧନ ସିଂଦେଓ ଓଡ଼ିଶା ରାଜନୀତିରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା । ସେ ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ ପାଞ୍ଚ ଥର କାର୍ଯ୍ୟ କରିଛନ୍ତି । ସେ ୨୦୦୦ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ସର୍ବ ସହମତି କ୍ରମେ ତାଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରାଯାଇଛି ।

ପ୍ରଭାତୀ ପରିଡ଼ା:

ସେହିପରି ଅନ୍ୟଜଣେ ଉପମୁଖ୍ୟମନ୍ତ୍ରୀ ହେଲେ ପ୍ରଭାତୀ ପରିଡ଼ା । ଚଳିତ ବର୍ଷ ପ୍ରଥମ ଥର ସେ ବିଧାୟିକା ଭାବେ ଲଢ଼ିଥିଲେ । ବିଜେପି ତରଫରୁ ନିମାପଡ଼ା ଆସନରୁ ଲଢ଼ି ସେ ବିଜୟୀ ହୋଇଥିଲେ । ଦଳ ତାଙ୍କୁ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ମାନ୍ୟତା ଦେଇଛି । ଆସନ୍ତୁ ଜାଣିବା କେମିତି ଥିଲା ତାଙ୍କର ଯାତ୍ରା ...

ବ୍ୟକ୍ତିଗତ ଜୀବନ:

ପ୍ରଭାତୀ ପରିଡ଼ା ୧୯୯୫ ମସିହାରେ ଉତ୍କଳ ୟୁନିଭରସିଟିରୁ ଏଲ୍‌ଏଲ୍‌ବି ପାସ୍ କରିଥିଲେ । ପରେ ସେହି ବର୍ଷ ସେ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଥିଲେ । ପରେ ୨୦୦୫ ମସିହାରେ ସେ ପୁଣି ସେହି ଉତ୍କଳ ବିଶ୍ୱବିଦ୍ୟାଳୟରେ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍‌ରେ ଏମ୍‌ଏ କରିଥିଲେ । ସେ ଶ୍ୟାମ ସୁନ୍ଦର ପରିଡ଼ାଙ୍କୁ ବିବାହ କରିଛନ୍ତି । ଶ୍ୟାମ ସୁନ୍ଦର ପୂର୍ବରୁ ଜଣେ ସରକାରୀ କର୍ମଚାରୀ ଥିଲେ । ତାଙ୍କର ବ୍ୟବସାୟ ମଧ୍ୟ ରହିଛି ।

ରାଜନୈତିକ ଜୀବନ:

ପ୍ରଭାତୀ ପରିଡ଼ା, ପ୍ରଥମ ଥର ଏମଏଲଏରୁ ସିଧା ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ନିମାପଡା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦିଲ୍ଲୀପ ନାଏକଙ୍କୁ ୪ ହଜାର ୫୮୮ ଭୋଟରେ ସେ ହରାଇଥିଲେ । ପୂର୍ବରୁ ନିମାପଡ଼ା ବିଧାନସଭା ଆସନରୁ ୩ ଥର ଲଢ଼ି ପରାଜିତ ହୋଇଥିଲେ । ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଥିଲେ ପ୍ରଭାତୀ ପରିଡା । ସେ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧ୍ୟ ଥିଲେ ।

OTV is now on Whatsapp

Join and get latest news update delivered to you via whatsapp

Join Now