Advertisment

ପୋଲିଂ ବୁଥ୍‌ରେ ଗଣ୍ଡଗୋଳ ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଜାମିନ

ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
EVM Topping Row: Prashant Jagadev Gets bail

Prashant Jagadev

ଖୋର୍ଦ୍ଧା ନବନିର୍ବାଚିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ନିୟମିତ ଜାମିନ । ପ୍ରଶାନ୍ତଙ୍କୁ ଜାମିନ ପ୍ରଦାନ କଲେ ହାଇକୋର୍ଟ । ଜାମିନ ଉପରେ ନିମ୍ନ ଅଦାଲତ ସର୍ତ୍ତ ସ୍ଥିର କରିବେ । ସୂଚନା ଅନୁସାରେ ପୂର୍ବରୁ ପୋଲିଂ ବୁଥରେ ଗଣ୍ଡଗୋଳ ମାମଲାରେ ଗିରଫ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ଗିରଫ ପରେ ପ୍ରଶାନ୍ତଙ୍କୁ ୩ ଦିନ ପାଇଁ ଅନ୍ତରୀଣ ଜାମିନ ମିଳିଥିଲା । ତେବେ ଏହି ମାମଲାରେ ଆଜି ହାଇକୋର୍ଟ ଶୁଣାଣି କରି ପ୍ରଶାନ୍ତ ଜଗଦ୍ଦେବଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି ।

Advertisment

ସୂଚନା ଅନୁସାରେ ଚଳିତ ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ବିଜେପି ତାଙ୍କୁ ଖୋର୍ଦ୍ଧା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା । ମେ’ ୨୫ ଅର୍ଥାତ ଭୋଟିଂ ଦିନ ସେ ବୋଲଗଡ ବ୍ଲକ୍‌ କାଉଁରିପାଟଣା ୧୧୪ ନମ୍ୱର ବୁଥ୍‌କୁ ଭୋଟ୍‌ ଦେବା ପାଇଁ ଯାଇଥିଲେ । ସେଠାରେ ସେ ଇଭିଏମ୍‌ ଭଙ୍ଗିଥିବା ଅଭିଯୋଗ ହୋଇଥିଲା । ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗ କ୍ରମେ ଗତ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ପୋଲିସ୍‌ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ: ୪ ଥର ବିଧାୟକ ପରେ ବି ମୋହନଙ୍କ ଚାଳ ଛପର ଘର !

ଜେଲ୍‌ରେ ଥିବା ବେଳେ ମେ’ ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେଣୁ ମେ’ ୨୯ ତାରିଖ ଭୋରରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ବ୍ଲଡ୍ ପ୍ରେସର ଓ ସୁଗାର ସ୍ତର ବଢ଼ି ଯାଇଥିଲା। ୧୧ ଦିନ ପରେ ଗତ ୯ ତାରିଖରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା।

Advertisment

ଏହାପରେ ତାଙ୍କୁ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରା ଜଜ ତିନି ଦିନ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଦୁଇ ଜଣ ଜାମିନଦାର ଓ ପଚାଶ ହଜାର ଟଙ୍କା ଲେଖାଏଁ ବେଲ ବଣ୍ଡରେ ତାଙ୍କୁ ଗତ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଜାମିନ ଦେଇଥିଲେ କୋର୍ଟ।

ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁରେ ଯେଉଁ ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗ ହୋଇଥିଲା । କିନ୍ତୁ ସେହି ବୁଥ୍‌ର ସିସିଟିଭି ଫୁଟେଜ୍ ଘଟଣା ଉପରୁ ପରଦା ହଟାଇଥିଲା । ଏହି ଭିଡିଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଏହି ମାମଲାରେ ଆଜି ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଯଥାକ୍ରମେ ବେଗୁନିଆ ଓ ଚିଲିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ତେବେ ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଓ ଖୋର୍ଦ୍ଧା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି। ପ୍ରଶାନ୍ତ ଜଗଦ୍ଦେବଙ୍କୁ ୮୦ ହଜାର ୫୬୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ୭୧ ହଜାର ୯୬୬ଟି ଭୋଟ୍ ମିଳିଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍

BJP Prashant Jagdev
Advertisment
Advertisment