/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718173730.jpg)
Chandrababu Naidu swearing-in ceremony
ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ନାଇଡୁ ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ। ଏଥିସହ ଜନସେନା ମୁଖ୍ୟ ପୱନ କଲ୍ୟାଣ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ସମାରୋହ ହୋଇଛି।
ବିଜୟୱାଡାର କେସରପାଲି ଆଇଟି ପାର୍କରେ ଶପଥ ଗ୍ରହଣ ସମାରୋହ ଚାଲିଥିଲା। ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବା ପରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ । ୧୯୯୫ରେ ନାଇଡୁ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନାଇଡୁ ଦୁଇଥର ସଂଯୁକ୍ତ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କ କାର୍ଯ୍ୟକାଳ କ୍ରମାଗତ ୯ ବର୍ଷ ପରେ ୨୦୦୪ରେ ସମାପ୍ତ ହୋଇଥିଲା । ଆନ୍ଧ୍ରପ୍ରଦେଶର ବିଭାଜନ ପରେ ନାଇଡୁ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ।
ଅଧିକ ପଢ଼ନ୍ତୁ: ପୋର୍ଟଫୋଲିଓ ବଣ୍ଟନ ପରେ କାର୍ଯ୍ୟାରମ୍ଭ କଲେ ଟିମ୍ ମୋଦି 3.Oର ବହୁ ମନ୍ତ୍ରୀ
Congratulations, Chandrababu Naidu on your fourth term as Chief Minister of #AndhraPradesh
May your tenure be filled with progress and prosperity for all.#NaraChandrababuNaidupic.twitter.com/ZMNfG3tcOB— Narendra Modi (Parody) (@NarendramodiPa) June 12, 2024
ସେ ୨୦୧୪ରେ ବିଭାଜିତ ଆନ୍ଧ୍ରପ୍ରଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ୨୦୧୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା।୨୦୧୯ରେ ନିର୍ବାଚନ ହାରିବା ପରେ ୨୦୧୪ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ରହିଥିଲେ। ୨୦୨୪ ନିର୍ବାଚନରେ ଏକ ବଡ଼ ବିଜୟ ପରେ ପୁଣି ଥରେ ସେ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ଟିଡିପି, ଭାଜପା ଏବଂ ଜନସେନାଙ୍କୁ ନେଇ ଗଠିତ ଏନଡିଏ ଲୋକ ସଭାରେ ୨୧ଟି ଏବଂ ବିଧାନସଭାରେ ୧୬୪ଟି ଆସନ ଜିତିଛି।
ସେହିପରି ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ସୁପରଷ୍ଟାର ପୱନ କଲ୍ୟାଣ ଚଳିତ ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ପୱନଙ୍କ ଜନସେବା ଦଳ ଆନ୍ଧ୍ରପ୍ରଦେଶରେ ୨ଟି ଲୋକସଭା ସିଟ୍ ଓ ୨୧ଟି ବିଧାନସଭା ସିଟ୍ରେ ବିଜୟ ହାସଲ କରିଛି। ଏହି ଐତିହାସିକ ବିଜୟ ସହିତ ଆନ୍ଧ୍ରପ୍ରଦେଶ ରାଜନୀତିରେ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି।
ଅଧିକ ପଢ଼ନ୍ତୁ: କନକବର୍ଦ୍ଧନ ଓ ପ୍ରଭାତୀ ପରିଡ଼ା ହେଲେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ; କେମିତି ଥିଲା ତାଙ୍କର ରାଜନୈତିକ ଯାତ୍ରା, ଜାଣନ୍ତୁ...
Congratulations to the people's leader, Pawan Kalyan Garu, on his new role as Deputy Chief Minister of Andhra Pradesh.
May your tenure be filled with progress and success. #DeputyCM#PawanKalyan 🎉 pic.twitter.com/CaQOXydRIN
— Akanksha Parmar (@iAkankshaP) June 12, 2024
ଗତକାଲି ବିଧାୟକ ଦଳ ବୈଠକରେ ନାଇଡୁଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା। ତେବେ ରାଜ୍ୟ ରାଜଧାନୀକୁ ନେଇ ନିଜର ସ୍ପଷ୍ଟୀକରଣ ରଖିଥିଲେ ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶର ଗୋଟିଏ ରାଜଧାନୀ, ଅମରାବତୀ ହିଁ ରାଜଧାନୀ ରହିବ ବୋଲି ବିଧାୟକ ଦଳ ବୈଠକରେ କହିଥିଲେ ନାଇଡୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)