• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଓ ନବ ନିର୍ବାଚିତ ମନ୍ତ୍ରିମଣ୍ଡଳ ଶପଥ ସମାରୋହ ପାଇଁ ଭୁବନେଶ୍ୱରରେ କଡ଼ା ଟ୍ରାଫିକ କଟକଣା ରହିବ । କାଲି ଦିନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି ଚଳାଚଳ ମନା । ଜୟଦେବ ବିହାରରୁ ନାଲକୋ ଛକ ଓ ନାଲକୋ ଛକଠାରୁ ଜୟଦେବ ବିହାର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଗଳି ରାସ୍ତା ଦେଇ କୌଣସି ପ୍ରକାରର ଯାନବାହାନ ଯାତାୟତ କରିପାରିବ ନାହିଁ ।

କେବଳ ପାସଧାରୀଙ୍କୁ ଅନୁମତି ରହିଛି । ସେହିପରି କଟକ, ଖୋର୍ଦ୍ଧା, ନନ୍ଦନକାନନ ପଟରୁ ଜୟଦେବ ବିହାର ଓ ନାଲକୋ ଛକ ଆସୁଥିବା ଗାଡ଼ି ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି । ସେପଟେ ଶପଥ ସମାରୋହକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ଏଥିରେ ମୋଟ୍ ୬୭ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ରହିବେ ।

ଅଧିକ ପଢ଼ନ୍ତୁ: ଶପଥ ପୂର୍ବରୁ ବଡ଼ ନିଷ୍ପତ୍ତି, ୩୦ ଯାଏଁ ସରକାରୀ କର୍ମଚାରୀଙ୍କୁ ଛୁଟି ମନା

ତମାମ କାର୍ଯ୍ୟକ୍ରମ ପାଇଁ ଜଣେ ଆଇଜି ଓ ଦୁଇ ଜଣ ଡିଆଇଜିଙ୍କୁ ଦାୟିତ୍ଵ ଦିଆଯାଇଛି । ଜନତା ମୈଦାନରେ ଆଇଜି ପ୍ରବୀଣ କୁମାର ସୁରକ୍ଷା ଦାୟିତ୍ଵ ତଦାରଖ କରିବେ । ଡିଆଇଜି ସାର୍ଥକ ଷଡଙ୍ଗୀ ଏୟାରପୋର୍ଟ ଏବଂ ଉମାଶଙ୍କର ଦାସ ଟ୍ରାଫିକ କଟକଣା କଥା ବୁଝିବେ । ୧୩ ଡିସିପି, ୧୮ଜଣ ଏଡିସିପି ରାଙ୍କ ଅଧିକାରୀ, ୫୮ ଏସିପି, ୯୪ ଇନ୍ସପେକ୍ଟର, ୩୧୨ଜଣ ଏସଆଇ ସୁରକ୍ଷା ଦାୟିତ୍ଵରେ ରହିବା ନେଇ ସୂଚନା ଦେଇଛନ୍ତି ପୁଲିସ୍ କମିଶନର ସଞ୍ଜୀବ ପଣ୍ଡା ।

ସେପଟେ କିଏ ହେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ? କାଲି ଶପଥ ଗ୍ରହଣ ଥିବା ବେଳେ ସସପେନ୍ସ ବଢୁଛି । ଆଜି ନାଁ ଉପରେ ମୋହର ବାଜିପାରେ । ବିଧାୟକ ଦଳ ନେତା ଚୟନ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ବିଜେପିର ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ । ସେମାନେ ବିଧାୟକ ଦଳ ବୈଠକରେ ଯୋଗ ଦେବେ ।

ଅଧିକ ପଢ଼ନ୍ତୁ: ପାଣ୍ତିଆନ୍‌ଙ୍କ ପାଇଁ ମୁଣ୍ଡନ ହେଲେ, ଭୋଗ ବାଣ୍ଟିଲେ...

ବିଜେପି ବିଧାୟକଙ୍କ ସହ ଆଲୋଚନା କରିବେ ରାଜନାଥ ଓ ଭୂପେନ୍ଦ୍ର ଯାଦବ । ବିଚାରବିମର୍ଶ ପରେ ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । କାହା ନାଁରେ ବାଜିବ ମୋହର ? କିଏ ବିଜେପି ବିଧାୟକ ଦଳ ନେତା ମନୋନୀତ ହେବେ ? ରେସରେ ଥିବା ନେତାଙ୍କ ହୃତସ୍ପନ୍ଦନ ବି ବଢିଛି । ମୁଖ୍ୟମନ୍ତ୍ରୀ ରେସରେ ବିଧାୟକ ସୁରେଶ ପୂଜାରୀ ଓ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛି ।

ଆରମ୍ଭ ହୋଇଛି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ । ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିଛନ୍ତି । ଏହା ସହ ୩ କେନ୍ଦ୍ରମନ୍ତ୍ରୀ, ନବନିର୍ବାଚିତ ସାଂସଦମାନେ ମଧ୍ୟ ବୈଠକରେ ଉପସ୍ଥିତ ରହିଛନ୍ତି । କିଏ ହେବେ ମୁଖ୍ୟମନ୍ତ୍ରୀ, ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି ।

ଦୀର୍ଘ ୨୪ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜେଡିକୁ ହଟାଇ ବିଜେପି ଚଳିତ ନିର୍ବାଚନରେ ବିପୁଳ ବିଜୟ ସହ ରାଜ୍ୟର ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଛି । ମୋଟ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୮ଟି ଆସନରେ ବିଜୟୀ ହୋଇଛି । ଧର୍ମଶାଳାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ହିମାଂଶୁ ଭୂଷଣ ସାହୁ ଓ ବଡ଼ମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ଇତିମଧ୍ୟରେ ବିଜେପିକୁ ସମର୍ଥନ ଘୋଷଣା କରିଥିବା ଜଣାପଡ଼ିଛି ।

Rephrase with Ginger (Ctrl+Alt+E)

OTV is now on Whatsapp

Join and get latest news update delivered to you via whatsapp

Join Now