Advertisment

ଭାଙ୍ଗିଗଲା ଅଫିସର୍ ଦୁର୍ଗ, କିଏ ଇସ୍ତଫା ଦେଲେ ତ କିଏ ଛୁଟିରେ ଗଲେ...

ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା ।

author-image
Sujit kumar Swain
ଅଦ୍ୟତନ ହୋଇଛି
Odisha resign after BJD’s defeat

Odisha resign after BJD’s defeat

ବିଜେଡି ସରକାରରେ ଚର୍ଚ୍ଚିତ ଆଇଏଏସ୍ ଦମ୍ପତି ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ। ନିର୍ବାଚନ ବେଳେ ଦୁଇ ଅଫିସରଙ୍କର ଶାସକ ବିଜେଡି ସହ ରାଜନୈତିକ ଲିଙ୍କ୍ ଓ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଅଧିକ ଥିଲା। ସେଥିପାଇଁ ଭାରତୀୟ ନିର୍ବାଚନ କମିଶନ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କ ବିଭାଗ ପରିବର୍ତ୍ତନ କରିଥିଲେ । ତେବେ ନିର୍ବାଚନ ସରିଲା ପରେ ଯେତେବେଳେ ସତ୍ତା ପରିବର୍ତ୍ତନ ହେଲା, ଦୁହିଁଙ୍କ ରଙ୍ଗ ବଦଳି ଗଲା। ପ୍ରଥମେ ୬ମାସର ଲମ୍ୱା ଛୁଟିରେ ଗଲେ IAS ସୁଜାତା ରାଉତ କାର୍ତ୍ତିକେୟନ। ତା’ ପରେ ରାଜନୀତିରୁ ଅବସର ଘୋଷଣା କଲେ ଭିକେ ପାଣ୍ଡିଆନ।

Advertisment

ସୁଜାତା ଆସନ୍ତା ନଭେମ୍ବର ୨୬ ତରିଖ ଯାଏଁ ଛୁଟିରେ ଯାଇଛନ୍ତି। ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟ କରୁଥିଲେ। ସେ ମିଶନ ଶକ୍ତି କଥା ବୁଝୁଥିଲା ବେଳେ ହିଁ ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା ଓ ଏହାପରେ ବିଭାଗ ପରିବର୍ତ୍ତନ ହୋଇଥିଲା। ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଏବେ ସେ ଛୁଟି ନେଇଥିବା କାରଣରେ ଦର୍ଶାଇଛନ୍ତି। ପାଣ୍ଡିଆନ ଯେତେବେଳେ ଦିଲ୍ଲୀ ଯାଇଥିଲେ, ସେହି ସମୟ ଭିତରେ ହିଁ ସୁଜାତା ୬ମାସର ଚାଇଲ୍ଡ କେୟାର ଲିଭ ଆପ୍ଲାଇ କରି ବିଦେଶ ଯାଇଛନ୍ତି।

ଅଧିକ ପଢ଼ନ୍ତୁ: ଭର୍ତ୍ତୃହରିଙ୍କ ରେକର୍ଡ; ଗୋଟିଏ ଆସନରୁ ଜିତିଲେ ୭ଥର...

ସେପଟେ ଓଡ଼ିଶା ନଫେରି ଭିଡିଓ ଛାଡ଼ି ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଛନ୍ତି ଭିକେ ପାଣ୍ଡିଆନ। ଓଡ଼ିଶାରେ ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନ ଦମ୍ପତ୍ତିଙ୍କ ଏପରି ନିଷ୍ପତ୍ତି ଏବେ ଚର୍ଚ୍ଚାର କାରଣ ପାଲଟିଛି। ଚଳିତ ନିର୍ବାଚନ ବେଳେ ସୁଜାତା କାର୍ତ୍ତିକେୟନ୍ ବିଜେଡିର ଏଜେଣ୍ଟ ଭଳି କାର୍ଯ୍ୟ କରୁଥିବା ନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା ରାଜ୍ୟ ବିଜେପି। ଅଭିଯୋଗ ପରେ ସୁଜାତାଙ୍କୁ ମିଶନ ଶକ୍ତି ବିଭାଗରୁ ହଟାଯାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ବି ସେ ବିଜେଡି ପାଇଁ କାମ କରୁଥିବା ଅଭିଯୋଗ ଆଣି ତାଙ୍କୁ ନିଲମ୍ବନ କିମ୍ବା ରାଜ୍ୟ ବାହାରକୁ ବଦଳି କରିବାକୁ ଦାବି କରିଥିଲା ଭାରତୀୟ ଜନତା ପାର୍ଟି। ୨୦୨୪  ନିର୍ବାଚନରେ ବିଜେଡି ମାଟି କାମୁଡିବା ପରେ ଦଳରେ ସୃଷ୍ଟି ହୋଇଥିଲା ବିଦ୍ରୋହ। ଭିକେ ପାଣ୍ଡିଆନଙ୍କୁ ଦାୟୀ କରିଥିଲେ ଦଳର ନେତା ଓ କର୍ମୀ। ହୁଏତ ଏହି କାରଣରୁ ନିଜ ଭିଡିଓରେ ବିଜୁ ପରିବାରକୁ କ୍ଷମା ମାଗିଥିଲେ ପାଣ୍ଡିଆନ।

Advertisment

ସେପଟେ ବିଜେଡି ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଘେରି ରହିଥିବା ଅଫିସର କୋଟେରି ଭାଙ୍ଗି ସାରିଲାଣି । ସୁଜାତାଙ୍କ ପୂର୍ବରୁ ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଡିଏସ୍ କୁଟ୍ଟେ ଓ ଆଶିଷ ସିଂହଙ୍କୁ ସେଠାରୁ ହଟାଇ ଦିଆଯାଇଥିଲା । ଏମାନଙ୍କ ପରେ ଆର୍.ବାଲାକ୍ରିଷ୍ଣନ, ସୁରେଶ ମହାପାତ୍ର ଓ ମନୋଜ ମିଶ୍ର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। 

BJD Bureaucrats General Election 2024
Advertisment
Advertisment