/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718096370.jpg)
BJP leader Bhartruhari Mahtab
ନବନିର୍ବାଚିତ ବିଜେପି ସାଂସଦ ଭର୍ତ୍ତୃହରିଙ୍କ ରେକର୍ଡ। ପୂର୍ବରୁ ଗୋଟିଏ ଲୋକସଭା ଆସନରୁ ଛଅଥର ହୋଇଥିଲେ ନିର୍ବାଚିତ। ଏଥର ମଧ୍ୟ ବିଜୟ ଧାରା ବଜାୟ ରଖିଲେ ଭର୍ତ୍ତୃହରି । ସେ ପୁଣି ଏକତରଫା । କଟକ ସଂସଦୀୟ କ୍ଷେତ୍ରରୁ ସେ ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ , ୨୦୧୯ , ୨୦୨୪ ଅର୍ଥାତ ମୋଟ ୭ଥର ସାଂସଦ ଭାବେ ନିର୍ବଚିତ ହୋଇଛନ୍ତି ।
ସରିଛି ୨୦୨୪ ସାଧାରଣ ନିର୍ବାଚନ। ଓଡ଼ିଶାରେ ରେକର୍ଡ ବ୍ରେକିଙ୍ଗ ଫଳାଫଳ ଦେଖାଇଛି ବିଜେପି । ୧୪୭ ବିଧାନସଭା ଓ ୨୧ ଲୋକସଭାରେ ବିପୁଳ ବିଜୟ ପାଇ ନିଜର ଦମ ଦେଖାଇଛି ବିଜେପି। ଏହି ନିର୍ବାଚନରେ ଶାସକଦଳ ବିଜେଡିର ପରିସ୍ଥିତି ଏପରି ଥିଲା ଯେ ଗୋଟିଏ ବି ଲୋକସଭା ଆସନ ହାତେଇବା ତ ଦୂରର କଥା ବିଜେପି ପ୍ରାର୍ଥୀଙ୍କୁ ମୁହାଁମୁହିଁ ଟକ୍କର ବି ଦେଇପାରିନଥିଲା ବିଜେଡି। ଏହିପରି କିଛି ଦୃଶ୍ୟ କଟକ ସଂସଦୀୟ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା । ଏଠାରେ ଏକ ତରଫା ରାଜ କରିଥିଲେ ଭର୍ତ୍ତୃହରି । ତେବେ ଓଡ଼ିଶାରେ ହୋଇଥିବା ବିରାଟ ପରିବର୍ତ୍ତନ ନେଇ ଖୁସି ପ୍ରକାଶ କରିଛନ୍ତି ଭର୍ତ୍ତୃହରି ।
ଅଧିକ ପଢ଼ନ୍ତୁ: ନବୀନଙ୍କୁ ମାତ୍ ଦେଇ କଣ୍ଟାବାଞ୍ଜିର ରିୟଲ ହିରୋ ପାଲଟିଛନ୍ତି ଲକ୍ଷ୍ମଣ ବାଗ୍
ବିଜେପି ପ୍ରାର୍ଥୀ ଭର୍ତ୍ତୃହରିଙ୍କୁ ୫,୩୧,୬୦୧ ଖଣ୍ଡ ଭୋଟ ମିଳିଥିବାବେଳେ, ବିଜେଡି ପ୍ରାର୍ଥୀ ସଂତୃପ୍ତଙ୍କୁ ୪,୭୪,୫୨୪ ଖଣ୍ଡ ଭୋଟ ମିଲିଥିଲା। ମୋଟ ୫୭,୦୭୭ ଖଣ୍ଡ ଭୋଟରେ ଶୋଚନୀୟ ପରାଜୟ ଭୋଗିଥିଲେ ସଂତୃପ୍ତ । ତେବେ ଆରମ୍ଭରୁ ହିଁ କଟକ ଲୋକସଭା ଆସନ ପାଇଁ କଳ୍ପନା ଜଳ୍ପନା ଲାଗିରହିଥିଲା। ସଦ୍ୟ ବିଜେପି ଛାଡି ବିଜେପିରେ ଯୋଗ ଦେଇଥିବା ଭର୍ତ୍ତୃହରି ମହତାବଙ୍କୁ ବିଜେପି ଟିକେଟ୍ ମିଳିଥିଲା। ସେହିପରି ବିଶିଷ୍ଟ ଶିଳ୍ପପତି ସଂତୃପ୍ତ ମିଶ୍ରଙ୍କ ଉପରେ ଭରସା କରିଥିଲା ବିଜେଡି। ହେଲେ ଭର୍ତ୍ତୃହରିଙ୍କୁ ଟକ୍କର ଦେଇପାରିନଥିଲେ ସଂତୃପ୍ତ। ତେବେ ବିଜେଡିର ଏହି ଲଜ୍ଜାଜନକ ପରାଜୟ ପାଇଁ ପାଣ୍ଡିଆନ ଓ ଶୀର୍ଷ ନେତୃତ୍ୱଙ୍କୁ ଦାୟୀ କରିଛନ୍ତି ଭର୍ତ୍ତୃହରି ।
୨୦୨୪ ନିର୍ବାଚନ ଓଡ଼ିଶା ପାଇଁ ଆଣିଦେଇଛି ବିରାଟ ପରିବର୍ତ୍ତନ । ୨୫ ବର୍ଷର ଶଂଙ୍ଖ ସାମ୍ରାଜ୍ୟକୁ ଧ୍ୱଂସ କରିଛି ପଦ୍ମ। ୧୪୭ ବିଧାନ ସଭାରୁ ବିଜେପିକୁ ୭୮, ବିଜେଡିକୁ ୫୧ ଓ କଂଗ୍ରେସକୁ ୧୪ଟି ଆସନ ମିଳିଛି। ସେହିପରି ୨୧ ଲୋକସଭାରୁ ବିଜେପିକୁ ୨୦ ଓ କଂଗ୍ରେସକୁ ୧ ମିଲିଥିବା ବେଳେ ବିଜେଡି ହାତ ଖାଲି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)