• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାଲିର ଭବିଷ୍ୟତ ଆଜିର ଅନିଶ୍ଚିତତା ମଧ୍ୟରେ ପାଠ ପଢ଼ୁଛନ୍ତି । କେତେବେଳେ କ’ଣ ଯେ ଅଘଟଣ ଘଟିବ କହିବା ମୁସକିଲ୍ । ପାଠ ପଢ଼ିଲା ବେଳେ ମୁଣ୍ଡ ଉପରେ ଛାତ ପଡ଼ିପାରେ । କ୍ୟାମ୍ପସରେ ଲୁହା ଛଡ଼ ମାଡ଼ରେ ଖଣ୍ଡିଆ ଖାବରା ହେବାର ବି ଭୟ ରହିଛି । ଆଉ ଏମିତିସ୍ଥିତି ଯେ, ପିଲାମାନେ ବାଧ୍ୟ ହୋଇ ଭବିଷ୍ୟତ ପାଇଁ ଏମିତି ପାଦେ ପାଦେ ବିପଦ ଜାଣି ବିସ୍କୁଲ ଆସୁଛନ୍ତି ଓ ପାଠ ପଢ଼ୁଛନ୍ତି। ହେଲେ ଅଭିଭାବକ ପିଲାଙ୍କ ସୁରକ୍ଷା ନେଇ ଚିନ୍ତିତ ।ଏମିତି ଦୟନୀୟ ବିଦ୍ୟାଳୟର ଚିତ୍ର ଆସିଛି ମୟୂରଭଞ୍ଜ ଗୋପବନ୍ଧୁନଗର ବ୍ଲକ ଜୟପୁର ପଞ୍ଚାୟତ ଶ୍ରୀନାଥପୁରରୁ

୧୯୫୦ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା । ଦୀର୍ଘ ଦିନ ହେବ ପୁରୁଣା ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷା ଦାନ । ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର ହୋଇ ପାରିନାହିଁ । ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଅନେକଯୋଜନା କରୁଛନ୍ତି ହେଲେ ପ୍ରଶାସନର ଅପାରଗତା ଯୋଗୁ ବିପଦ ପୂର୍ଣ୍ଣ ଅବସ୍ଥାରେ ଚାଲିଛି ଶିକ୍ଷା ଦାନ....

ସେପଟେ ରୋଷେଇ ପାଇଁ ଘର ନଥିବାରୁ ଶ୍ରେଣୀ ଗୃହରେ ଚାଲିଛି ମଧ୍ୟାହ୍ନ ଭୋଜନ । ନିକଟରେ ମଧ୍ୟାହ୍ନ ଭୋଜନ ସମୟରେ ବାରଣ୍ଡା ଛାତର କଂକ୍ରିଟ ଖସିଥିଲା । ସୌଭାଗ୍ୟକୁ ପିଲାମାନେ ନିଶ୍ଚିତ ବିପଦରୁ ବର୍ତ୍ତି ଯାଇଥିଲେ । ନିମ୍ନ ମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହା ସହ ନୂତନ ଗୃହ ନିର୍ମାଣ ନ ହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି... ।

  • Reported by:
  • Manas Pani