• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମେଣ୍ଢାକୁ କୋଟିଏ ଟଙ୍କାରେ ଦେବାକୁ ରାଜି ହେଲାନି ମାଲିକ । ଗୋଟିଏ ମେଣ୍ଢାକୁ କୋଟିଏ ଟଙ୍କା ଭଳି ବମ୍ପର ଅଫର୍‌କୁ ଏଡ଼ାଇଦେଲା ମାଲିକ । ରାଜସ୍ଥାନର ଚୁରୁ ଜିଲ୍ଲାରେ ଏକ ମେଣ୍ଢାକୁ କୋଟିଏ ଟଙ୍କାରେ ବିକ୍ରି କରିବାକୁ ମାଲିକ ମନା କରିଦେଇଥିବା ଜଣାପଡ଼ିଛି । ସୂଚନାନୁଯାୟୀ ମେଣ୍ଢାର ପେଟରେ ଉର୍ଦ୍ଦୁରେ ‘୭୮୬’ ସଂଖ୍ୟା ଲେଖା ରହିଛି, ଯାହାକୁ ମୁସଲମାନମାନେ ପବିତ୍ର ବା ଶୁଭସଂଖ୍ୟା ବୋଲି ମାନିଥାନ୍ତି । ସେଥିପାଇଁ ମେଣ୍ଢାକୁ କିଣିବାକୁ ଜୋର୍ ଲଗାଇଥିଲେ ସ୍ଥାନୀୟ ଲୋକେ ।

ଇସଲାମରେ ‘୭୮୬’ସଂଖ୍ୟାକୁ ଶୁଭ ସଂଖ୍ୟା ବୋଲି ମାନିଥାନ୍ତି । ଏହାଦ୍ବାରା ଆଲ୍ଲାଙ୍କ ଆଶୀର୍ବାଦ ମିଳେ ବୋଲି ବିଶ୍ବାସ କରାଯାଏ। ତେବେ ମେଣ୍ଢାର ପେଟରେ ଏହି ସଂଖ୍ୟା ଲେଖାଥିବା ପରି ଦେଖାଯାଉଛି । କିନ୍ତୁ ମେଣ୍ଢାର ମାଲିକ ରାଜୁ ସିଂହ ‘୭୮୬’ ସଂଖ୍ୟାର ଅର୍ଥ କିଛି ବୁଝନ୍ତି ନାହିଁ। ନିଜ ମେଣ୍ଢା ତାଙ୍କ ପାଇଁ କୋଟିଏ ଟଙ୍କାଠୁ ଅଧିକ ପ୍ରିୟ ବୋଲି କହିଛନ୍ତି ।

ରାଜୁ ସିଂଙ୍କ କହିବାନୁଯାୟୀ ମେଣ୍ଢାଟି ବର୍ଷକ ତଳେ ଜନ୍ମ ହୋଇଥିଲା । ଏହି ବର୍ଷକର ମେଣ୍ଢା ପାଇଁ କିଛି ଲୋକେ ତାଙ୍କୁ ମୋଟା ଅଙ୍କର ଟଙ୍କା ପ୍ରଲୋଭନ ଦେଖାଉଛନ୍ତି । ମେଣ୍ଢାକୁ କିଣିବା ପାଇଁ ଲୋକେ ୭୦ ଲକ୍ଷରୁ ୧ କୋଟି ଟଙ୍କାର ଅଫର୍‌ ମଧ୍ୟ ଦେଇଛନ୍ତି । କିନ୍ତୁ ଟଙ୍କା ଠାରୁ ମେଣ୍ଢା ତାଙ୍କର ଅତି ପ୍ରିୟ କହି ମେଣ୍ଢାକୁ ବିକ୍ରି କରିବାକୁ ମନା କରିଦେଇଛନ୍ତି ।

ରାଜୁ ସିଂ ବର୍ତ୍ତମାନ ଏହି ଦାମୀ ମେଣ୍ଢାକୁ ଗୋଠରୁ ଅଲଗା ରଖୁଛନ୍ତି । ତାକୁ ଡାଳିମ୍ବ, ଅମୃତଭଣ୍ଡା, ମାଣ୍ଡିଆ ଓ ସବୁଜ ପରିବା ପରି ସ୍ବତନ୍ତ୍ର ଖାଦ୍ୟ ଖାଇବାକୁ ଦେଉଛନ୍ତି। ଦାମ୍ ବଢ଼ିଯାଇଥିବାରୁ ମେଣ୍ଢାର ସୁରକ୍ଷା ପାଇଁ ମଧ୍ୟ ସିଂ ବିଶେଷ ଧ୍ୟାନ ଦେଉଛନ୍ତି ଏବଂ ତାକୁ ନିଜ ଘର ଭିତରେ ରଖୁଛନ୍ତି । ଆଜି ସମଗ୍ର ଦେଶରେ ବକରିଦ୍‌ ପାଳନ ହେଉଥିବା ବେଳେ ଉକ୍ତ ମେଣ୍ଢାକୁ କିଣିବାକୁ କିଛି ଲୋକ ରାଜୁଙ୍କୁ ମୋଟା ଅଙ୍କର ଅର୍ଥର ଲୋଭ ଦେଖାଇଥିଲେ।