• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାପ୍ରଭୁଙ୍କୁ ଦର୍ଶନ କରିବା ଲାଗି କାହିଁ କେତେ ବାଟୁ ଚାଲି ଆସନ୍ତି ଭକ୍ତ । ବାଧା ବିଘ୍ନ କିଛି ବି ଭକ୍ତକୁ ଅଟକାଇ ପାରେନି । ଜଗାକୁ ଦେଖିବାକୁ ଭକ୍ତ ଯେ କେତେ କଷ୍ଟ କରିପାରେ ତା କଳ୍ପନା ବାହାରେ । ବର୍ତ୍ତମାନ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ବି କହିବେ ପୁଅ ହେବ ତ ଏମିତି । ମାଆକୁ ଜଗା ଦର୍ଶନ କରାଇବା ଲାଗି ପିଠିରେ ବୋହିଛନ୍ତି ଅକ୍ସିଜେନ୍‌ ସିଲିଣ୍ତର । କଥାଟି ଅଡ଼ୁଆ ଲାଗୁଥାଇପାରେ କିନ୍ତୁ ବାସ୍ତବତା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ମାଆ ଓ ପୁଅର ଅନାବିଳ ସେହ୍ନର ପ୍ରତୀକ ହେଉଛି ଭାଇରାଲ ହେଉଥିବା ଏହି ଫଟୋ । ଗତକାଲି ଅକ୍ସିଜେନ ସପୋର୍ଟରେ ମାଆକୁ କାଳିଆ ଦର୍ଶନ କରାଇବା ଲାଗି ଆଣିଛି ପୁଅ । କାନ୍ଧରେ ପୁଅ ଧରିଛି ଅକ୍ସିଜେନ ସିଲିଣ୍ଡର, ମାଆ ନାକରେ ଲାଗିଛି ଅକ୍ସିଜେନ ସିଲିଣ୍ଡରରୁ ଆସିଥିବା ପାଇପ୍‌ । ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବର୍ତ୍ତମାନ ଏହି ଫଟୋଟି ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁଯାଇଛି।

Ratha Jatraରଥଯାତ୍ରା

ଶ୍ରୀଗୁଣ୍ଡିଚା ମନ୍ଦିର ପାଖରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଯାହା ମହାପ୍ରଭୁ ପ୍ରତି ଭକ୍ତର ଆବେଗ ଓ ମାଆ ପ୍ରତି ପୁଅର ଭଲ ପାଇବାକୁ ଦର୍ଶାଉଛି । କାଳିଆର ଡୋରି ନ ଲାଗିଲେ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପାଦ ବି ପଡ଼େ ନାହିଁ । ଜଗାର ଡାକରା ଆସିଲେ, ରୋଗଶଯ୍ୟାରୁ ବି ଭକ୍ତ ଉଠି ଆସେ । ଭକ୍ତ ଓ ଭଗବାନର ଏହି ମିଳନର ଦୃଶ୍ୟ ଆଜି ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଛୁଇଁଛି ।

ସେପଟେ ଆଜି ଗୁଣ୍ତିଚା ମନ୍ଦିର ନିକଟରେ ସକାଳୁ ସକାଳୁ ଏକ ଦୃଶ୍ୟ ମନରେ ଅନେକ ଭକ୍ତି ଆଣିଦେଇଛି । ଝିଅଟି ତାର ମାଆକୁ ଆଣିଛି ମହାପ୍ରଭୁଙ୍କୁ ଦେଖାଇବା ପାଇଁ ଆଣିଛି । ମହିଳା ଜଣକ ଠିକ୍‌ ଭାବରେ ଚାଲି ପାରୁନଥିବାରୁ ସେଠାରେ ଜଣେ ପୋଲିସ ଭଉଣୀ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି ।

Ratha Jatraରଥଯାତ୍ରା