• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବର୍ଲିନରେ ଚମକିଲେ ବଲାଙ୍ଗିର ପୁଅ ବୈଷ୍ଣବ। ସଇଁନ୍ତଳା ବ୍ଳକ ଟିକ୍ରାପଡାରୁ ଯାଇ ସେ ଦେଶ ପାଇଁ ଆଣିଛନ୍ତି ଗୌରବ । ଛୋଟ ବେଳୁ ବୌଦ୍ଧିକ ଭିନ୍ନକ୍ଷମ ହୋଇ ମଧ୍ୟ ଖେଳକୁଦ ପ୍ରତି ତାଙ୍କର ଥିଲା ସ୍ୱତନ୍ତ୍ର ରୁଚି । ଆଥଲେଟିକରେ ଜିଲ୍ଳାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପ୍ରତିନିଧିତ୍ୱ କରି ସେ ପାଇଛନ୍ତି ଅନେକ ସୁନାମ ।ଏଥର ବର୍ଲିନ ଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ ବିଶ୍ୱକ୍ରୀଡାରେ ଭାରତ ପାଇଁ ସର୍ଟପୁଟରେ ସିିଲଭର ମେଡାଲ ଆଣିଛନ୍ତି ବୈଷ୍ଣବ ରାଜପଲିଆ ।

ବର୍ଲିନ ଗଲା ପରେ ବୈଷ୍ଣବଙ୍କ ସଂପର୍କରେ ଜିଲ୍ଳାପାଳ ଚଂଚଳ ରାଣା ଟ୍ୱିଟ ମଧ୍ୟ କରିଥିଲେ । ବୌଦ୍ଧିକ ଭିନ୍ନକ୍ଷମ ବୈଷ୍ଣବ ସ୍ୱତନ୍ତ୍ର ଅଲିମ୍ପିକ ବିଶ୍ୱକ୍ରୀଡାରେ ସର୍ଟପୁଟରେ ରୌପ୍ୟ ପଦକ ଜିିତିଥିବାରୁ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରେରଣା ବୋଲି ଲେଖିଛନ୍ତି ଜିଲ୍ଳାପାଳ । ବଲାଙ୍ଗିରର ଛୋଟିଆ ଗାଁ ଟିକ୍ରାପଡାରୁ ଯାଇ ଏବେ ବର୍ଲିନ ଅଲିମ୍ପିକରେ ବୈଷ୍ଣବ । ପ୍ରଥମେ ଜିଲ୍ଳା ଓ ରାଜ୍ୟର ପ୍ରତିନିଧିତ୍ୱ କରୁଥିବା ବୈଷ୍ଣବ ଏବେ ଭାରତ ପାଇଁ ଗୌରବ ଆଣିଛନ୍ତି । ଏବେ ବୈଷ୍ଣବଙ୍କଠାରୁ ଆହୁରି ଅନେକ ସଫଳତା ଚାହୁଁଛନ୍ତି କୋଚ୍ ଉମାକାନ୍ତ ଷଡଙ୍ଗୀ ।

ସଇଁନ୍ତଲା ବ୍ଳକ ଟିକ୍ରାପଡା ଗାଁର ଭୁବନ ରାଜପଲିଆ ଓ କସ୍ତୁରୀ ରାଜପଲିଆଙ୍କ ସାନ ପୁଅ ବୈଷ୍ଣବ । ପିଲାଟି ଦିନରୁ ସେ ବୌଦ୍ଧିକ ଭିନ୍ନକ୍ଷମ । ଯାହାକୁ ନେଇ ଚିନ୍ତାରେ ପଡିଥିଲେ ବାପା-ମାଆ ଓ ପରିବାର । କିନ୍ତୁ ସଇଁନ୍ତଳାଠାରେ ଥିବା ସ୍ୱତନ୍ତ୍ର ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ ଭର୍ତ୍ତି ହେବା ପରେ, କ୍ରୀଡା ପ୍ରତି ଆକର୍ଷିତ ହୋଇଥିଲେ ବୈଷ୍ଣବ ।

ଖେଳକୁଦରେ ବୈଷ୍ଣବଙ୍କ ଆଗ୍ରହ ଦେଖି, ସ୍କୁଲର କ୍ରୀଡା ଶିକ୍ଷକ ତାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇଥିଲେ । ଅନାବନା ଘାସ ପଡିଆରେ ଅଭ୍ୟାସ କରିଥିବା ବୈଷ୍ଣବ ଏବେ ବର୍ଲିନର ଟର୍ଫ ପଡିଆରେ । ରେଡକ୍ରସ ଭିନ୍ନକ୍ଷମ ସ୍କୁଲର ସ୍ପେସିଆଲ ଛାତ୍ର ବୈଷ୍ଣବ, ଏବେ ସମସ୍ତଙ୍କ ପାଇଁ ସ୍ପେସିଆଲ ବୋଲି କହିଛନ୍ତି ଜିଲ୍ଳାପାଳ।