Advertisment

ପରିବା ଦର ଶୁଣିଲେ ମୁଣ୍ଡ ଝାଇଁ ମାରିଯାଉଛି ! ଯାହା କିଣିବ ୮୦ ଉପରେ...

ପରିବା ବଜାରରେ ସଙ୍ଗୀନ ପରିସ୍ଥିତି । ଚିନ୍ତା ବଢ଼ାଉଛି ହୁ ହୁ ବଢ଼ିଚାଲିଥିବା ପରିବା ଦର ।

author-image
Satyendu Shekher Mishra
undefined

Vegetable Price Hike

ଅମୂଲ ମୂଲ ପନିପରିବା। ବଜାର କରିବାକୁ ଗଲେ ଦର ଶୁଣି ଝାଇଁ ମାରିଯାଉଛି ଖାଉଟି ମୁଣ୍ଡ। ରାଜ୍ୟ ତମାମ୍ ଏହି ଅବସ୍ଥା। ପାଇକାରୀ ଠାରୁ ଆରମ୍ଭ କରି ଖୁଚୁରା ବଜାର ଯାଏଁ, ସବୁଠି ପରିବା ଦର ଉଚ୍ଚା। ବ୍ୟବସାୟୀ ବି ନାଚାର। କଞ୍ଚା ପରିବା ଯୋଗାଣରେ ନିଅଣ୍ଟିଆ ପରିସ୍ଥିତି ପାଇଁ ଏବେ ଦର ଉପର ମୁହାଁ ହୋଇଛି। ବ୍ୟବସାୟୀମାନେ ବି ମୁଣ୍ଡରେ ହାତ ଦେଇ ବସିଲେଣି । କାରଣ ଜୀବନ କାଳରେ କେବେ ଏଭଳି ଦର ଶୁଣି ନଥିଲେ ।

Advertisment

ଆଜି ଟମାଟୋ ଦର ୧୦୦କୁ ଖସିଛି । ସେହିପରି ଝୁଡ଼ଙ୍ଗ ଦେଢ଼ ଶହ, ବିନସ୍ ଦୁଇ ଶହ, ପୋଟଳ ୧୦୦, କ୍ୟାପସିକମ୍ ୨୦୦, କାକୁଡି ୮୦, ବାଇଗଣ ୮୦ ଟଙ୍କା ପ୍ରତି କେଜି ବିକ୍ରି ହେଉଛି। ଯେଉଁଥି ପାଇଁ ଗ୍ରାହକ ଚିନ୍ତାରେ। ବାଧ୍ୟ ହୋଇ କେଜିଏ ଜାଗାରେ ଏବେ ଘରକୁ ନେଉଛନ୍ତି ଅଢେଇ ଶହ ଗ୍ରାମ ।

ବ୍ୟବସାୟୀ ସଂଘର ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ, ବେଙ୍ଗାଲୁରୁରୁ ପରିବା ଆସୁନି। ଯେଉଁଥିଲାଗି ପରିବା ଦର ଉଚ୍ଚା ରହୁଛି। ଦର ବଢିବାର ଆଉ ଏକ କାରଣ ହେଲା ବର୍ଷା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦୀର୍ଘ ଦିନ ଯାଏ ଲାଗି ରହିବାରୁ ରାଜ୍ୟରେ ଫସଲ କ୍ଷତି ହୋଇଛି । ବର୍ଷା ଆସିଲେ ଆଞ୍ଚଳିକ ପରିବା ଅମଳ ହେବ। ମାତ୍ର ଏଭଳି ସ୍ଥିତି ଆହୁରି ୧୫ଦିନ ଯାଏ ଲାଗି ରହିବ ବୋଲି କହିଛି ଛତ୍ର ବଜାର ବ୍ୟବସାୟୀ ସଂଘ।

Advertisment

ସେପଟେ ହୁ ହୁ ହୋଇ ବଢୁଥିବା ପରିବା ଦର, ଏବେ ରାଜନୀତିର ମୁଖ୍ୟ ପ୍ରସଙ୍ଗ ପାଲଟିଛି । ପରିବା ଦର ଉପରେ କାହିଁକି ନିୟନ୍ତ୍ରଣ ରଖିପାରୁ ନାହାଁନ୍ତି ସରକାର ତାକୁ ନେଇ ବିରୋଧୀ ଘେରିଛନ୍ତି । ପନିପରିବା ଦର ସାଧାରଣ ଲୋକଙ୍କ ଚିନ୍ତା ବଢାଇଥିବାବେଳେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଦେଇଛନ୍ତି ଖାମ ଖିଆଲ୍ ବୟାନ। କହିଛନ୍ତି ବର୍ଷା ଦିନ ଆରମ୍ଭରୁ ପ୍ରତି ବର୍ଷ ପନିପରିବା ସଙ୍କଟ ଦେଖାଯାଏ, ସେଥିପାଇଁ ଦର ବଢୁଛି ।

ମାସେ ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ। ଶାସକ ଦଳ ପକ୍ଷରୁ ଏଭଳି ମନ୍ତବ୍ୟ ଆସିଥିବାବେଳେ ଏହାକୁ କଡା ଭାଷାରେ ନିନ୍ଦା କରିଛନ୍ତି ବିଜେପି ଓ କଂଗ୍ରେସ। ଶୀତଳ ଭଣ୍ଡାର ଅଭାବରୁ ଏଭଳି ସ୍ଥିତି ଉପୁଜିଛି । କାହିଁକି ସରକାର ଶୀତଳ ଭଣ୍ଡାର ସ୍ଥାପନ କରିପାରୁନାହାଁନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ।

Vegetable Price Hike
Advertisment
Advertisment