• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବାହାନଗା ରେଳ ଦୁର୍ଘଟଣାକୁ ୨୫ ଦିନରୁ ଅଧିକ ବିତିଲାଣି । ଅନେକ ଦିନର ବ୍ୟବଧାନ ପରେ ପୁଣି ସ୍ୱାଭାବିକ ହୋଇଛି ବାହାନଗା ବଜାର ରେଳ ଷ୍ଟେସନ । ଦୁର୍ଘଟଣା ପର ଠାରୁ ବାହାନଗା ଷ୍ଟେସନରେ ଟ୍ରେନ୍ ରହୁନଥିଲା । ହେଲେ ସେହି ଭୟଙ୍କର ଦୁର୍ଘଟଣାର କ୍ଷତ ଚିହ୍ନ ସବୁଦିନ ପାଇଁ ଲୋକଙ୍କ ମନରେ ସତେଜ ରହିବ । ଶତାବ୍ଦୀର ଏପରି ଏକ ବଡ଼ ବିପର୍ଯ୍ୟୟ କେବଳ ଓଡ଼ିଶା କାହିଁକି ସାରା ବିଶ୍ୱବାସୀଙ୍କୁ ବି ମର୍ମାହତ କରିଛି । ତେବେ ବର୍ତ୍ତମାନ ଏଭଳି ବଡ଼ ବଡ଼ ଦୁର୍ଘଟଣା ଏଡ଼ାଇବା ପାଇଁ ରେଳମନ୍ତ୍ରୀଙ୍କୁ ଅଲ୍‌ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍‌ (AIREF) ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି । ସମୁଦାୟ ୧୧ଟି ପଏଣ୍ଟରେ ରେଳମନ୍ତ୍ରୀଙ୍କ ନିକଟରେ ସେମାନେ ନିଜର ମତ ରଖିଛନ୍ତି ।

  • ସମୟାନୁବର୍ତ୍ତିତା ଅପେକ୍ଷା ବରଂ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍‌ । ସମସ୍ତେ ସୁରକ୍ଷିତ ରହିଲେ ହିଁ ସମୟାନୁବର୍ତ୍ତିତାର ମୂଲ୍ୟ ମିଳିବ ।
  • ରେଲୱେର ନିରାପତ୍ତା ପାଇଁ କୌଣସି ଥାର୍ଡ ପାର୍ଟିକୁ କାମ ଦେବା ଠିକ୍‌ ନୁହେଁ ।
  • ସେହିପରି କୌଣସି ସର୍ଟକଟ୍‌ ନଆପଣାଇ ରେଲୱେ ସମ୍ପତ୍ତିର ରକ୍ଷଣାବେକ୍ଷଣ ପାଇଁ ଅଧିକ ଲୋକ ରଖିବା ଜରୁରୀ । ଫଳରେ କୌଣସି କର୍ମଚାରୀଙ୍କ ଉପରେ ଅଧିକ ଚାପ ପଡ଼ିବ ନାହିଁ ।
  • ଏମରଜେନ୍ସି ନଥିଲେ ରେଲୱେ ଇଞ୍ଜିନିୟର୍ସଙ୍କ ସାପ୍ତାହିକ ବିରାମକୁ ନିଶ୍ଚିତ କରିବା ଆବଶ୍ୟକ 
  • ଦକ୍ଷତା ବୃଦ୍ଧି ପାଇଁ ଡ୍ୟୁଟି ସମୟର କିଛି ସମୟ ପୂର୍ବରୁ ତାଙ୍କୁ ଛୁଟି ଦେବା ଆବଶ୍ୟକ
  • AIREF ଏବଂ ଏହାର ଅନୁବନ୍ଧିତ ଜୋନାଲ୍ ଆସୋସିଏସନ୍ ଦ୍ୱାରା ନିଆଯାଉଥିବା ନିଷ୍ପତ୍ତି ଗୋପନୀୟ ରହିବା ଉଚିତ୍‌
  • ଜୁନିୟର୍‌ ଇଞ୍ଜିନିୟର ଓ ସିନିୟର୍ ସେକ୍ସନ୍‌ ମ୍ୟାନେଜରଙ୍କୁ ଅଧିକ କ୍ଷମତା ଦେବା ଜରୁରୀ, ଯଦ୍ୱାରା ଦୈନିକ  ମରାମତି କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ।
  • କାମର ଚାପ ହ୍ରାସ କରିବାକୁ ଜୁନିୟର୍‌ ଇଞ୍ଜିନିୟର ଓ ସିନିୟର୍ ସେକ୍ସନ୍‌ ମ୍ୟାନେଜରଙ୍କୁ ସହଯୋଗ କରିବା ପାଇଁ ଅନ୍ୟ କର୍ମଚାରୀ ନିଯୁକ୍ତ କରିବା ଆବଶ୍ୟକ । ଫଳରେ କୌଣସି ପଦବୀ ଖାଲି ହେଲେ ସୁଦ୍ଧା କାମ ସହଜରେ ହୋଇପାରିବ ।
  • ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ JE/SSEଙ୍କ ଛୁଟିକୁ ସୁରୁଖୁରୁରେ ମଞ୍ଜୁର କରାଯିବା ଆବଶ୍ୟକ ।
  • ଅତ୍ୟାଧୁନିକ ଜ୍ଞାନକୌଶଳ ସହ କାମ କରିବାକୁ ଷ୍ଟେସନ୍ ମାଷ୍ଟରଙ୍କ ପାଇଁ ବୈଷୟିକ ଯୋଗ୍ୟତା ବାଧ୍ୟତାମୂଳକ ହେବ
  • ଖାନ୍ନା ସେଫଟି କମିଟି ସୁପାରିଶ୍‌ କରିଥିବା ସୁରକ୍ଷା ପ୍ରସ୍ତାବ ଗୁଡ଼ିକର ତୁରନ୍ତ ସମାଧାନ କରିବା ସହିତ ଲାଗୁ କରିବା

ଗତ ୨ ତାରିଖରେ କୋଲକାତାରୁ ଚେନ୍ନାଇକୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୯୨ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।...