/odishatv-khabar/media/post_attachments/uploadimage/library/16_9/16_9_0/IMAGE_1632832507.jpg)
Instagram Girl
କେନ୍ଦ୍ରାପଡ଼ା: ବାୟା କଲାଣି ସୋସିଆଲ ମିଡିଆ । ବର୍ତ୍ତମାନର ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ଫେସ୍ବୁକ୍-ଇନ୍ଷ୍ଟାଗ୍ରାମ୍ ଆଦି ବାୟା କରୁଛି । ଯାହାଫଳରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ସେମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । ଇନଷ୍ଟଗ୍ରାମରେ ବନ୍ଧୁତା କରି ଘରୁ ଖସି ପଳାଇ ଆସିଥିବା ଜଣେ ୧୨ ବର୍ଷୀୟ ଛାତ୍ରୀଙ୍କୁ ଉଦ୍ଧାର କରିଛି ପୋଲିସ । ଘରୁ ଆସିବାର ୧୦ ଘଣ୍ଟା ଭିତରେ କେନ୍ଦ୍ରପଡା ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ପରିବାର ଜିମାରେ ଦେଇଛି ।
Also Read
କେନ୍ଦ୍ରାପଡ଼ା ଜଇପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୋସିଆଲ ଫଟୋ ସେୟାରିଂ ଆପ୍ ଇନଷ୍ଟାଗ୍ରାମରେ ବନ୍ଧୁତା ଏତେ ବାଟ ଆଗେଇ ଯାଇଥିଲା ଯେ ଘରେ ବାପା-ମାଆଙ୍କୁ ନଜଣାଇ ଛାତ୍ରୀ ଜଣକ ଏକାକୀ ବସ୍ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ । ଘରେ ଝିଅକୁ ନ ପାଇ ପରିବାର ସଦସ୍ୟ ଥାନାରେ ଏତଲା ଦେଇଥିଲେ । ଡିଜିଟାଲ ଟ୍ରାକିଂ ଦ୍ୱାରା ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ ଧରିବାରେ ସମର୍ଥ ହୋଇଛି । ୧୦ ଘଣ୍ଟା ଭିତରେ କେନ୍ଦୁଝର ସୀମାନ୍ତ ଅଞ୍ଚଳରୁ ଉଦ୍ଧାର କରିଥିଲା ପୋଲିସ । ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି, ସେ ସମ୍ପର୍କରେ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଚାନ୍ଦୋଳ ଫାଣ୍ଡି ଏସ୍ଆଇ ସୌମ୍ୟରଞ୍ଜ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ନେଟ୍ଓ୍ୱାର୍କ ଇନ୍ଷ୍ଟାଗ୍ରାମ୍ରେ ଜଣେ ଛଦ୍ମବେଶୀ ଯୁବତୀ ବନ୍ଧୁଙ୍କ ସହ ଚିହ୍ନା ପରିଚିତ ହୋବା ପରେ, ବନ୍ଧୁତା ସ୍ଥାପନ ହୋଇଥିଲା । ସମ୍ପର୍କ ଏତେ ବାଟ ଆଗେଇ ଯାଇଥିଲା ଯେ, ଘରେ ବାପାମାଙ୍କୁ ନ ଜଣାଇ ଏକାକୀ ବସ୍ ଯୋଗେ ବନ୍ଧୁଙ୍କ ପାଖକୁ ଚାଲିଯାଇଥିଲେ ଏହି ଛାତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)