• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

shilpa shetty and her husband
ମିଡ଼ିଆ ଉପରେ ରାଗିଲେ ଶିଳ୍ପା: ବମ୍ବେ ହାଇକୋର୍ଟରେ ୨୯ କୋଟି ଟଙ୍କାର କଲେ ମାନହାନୀ ମକଦ୍ଦମା

ତେବେ ବମ୍ବେ ହାଇକୋର୍ଟ ଯାଇଛି ରାଜ କୁନ୍ଦ୍ରାଙ୍କ ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ ମାମଲା। ଏହି ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ବର୍ତ୍ତମାନ ୧୪ ଦିନିଆ ନ୍ୟାୟିକ ହେପାଜତରେ ରହିଥିବା ବେଳେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପା। ୨୯ ମିଡିଆ ହାଉସ ଉପରେ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଅତିରଞ୍ଜିତ ଖବର ପରିବେଷଣର ଅଭିଯୋଗ ଆଣି କ୍ଷତିଭରଣା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି ଶିଳ୍ପା

rajasthan-cabinet-expansion
ଗେହେଲଟ୍‌ ଦେଖାଇଲେ ତାକତ୍‌: କହିଲେ, “କ୍ଷମା”କୁ ମନ୍ତ୍ରୀ ଭାବି ଆଗକୁ ଚାଲିବାକୁ ପଡ଼ିବ

ସୂଚନା ଅନୁସାରେ, ରାଜସ୍ଥାନର କଂଗ୍ରେସର ପ୍ରଭାରୀ ଅଜୟ ମାକେନ୍‌ ୨ ଦିନ ଧରି ପ୍ରତ୍ୟେକ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଉଭୟ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ସମାଧାନ କେମିତି ହେବ ତାହା ଉପରେ ନଜର ରହିଛି। ଦଳୀୟ ନେତାଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ ଅଜୟ। ଏହାପରେ ଗେହେଲଟ୍‌ଙ୍କ ସହ ଦୀର୍ଘ ସମୟ ଧରି ରୁଦ୍ଧ ଦ୍ୱାର ବୈଠକ ମଧ୍ୟ କରିଥିଲେ। ଆଉ ଏହି ଆଲୋଚନା ସମୟରେ ଅଶୋକ କହିଥିଲେ ପୂର୍ବରୁ ଯାହା ହୋଇଛି ତାହାକୁ ଭୁଲିଯାଇ ବର୍ତ୍ତମାନ ସମୟରେ କେମିତି ଆଗକୁ ବଢି କାମ କରିବା ତାହା ଗୁରୁତ୍ୱପୂର୍ଣ୍ଣ।

corona vaccine third shot
ଏଠି ୬୦ରୁ ଊର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯିବ ଭାକ୍ସିନର ବୁଷ୍ଟର ଡୋଜ

କରୋନା ଭାଇରସକୁ ହରାଇବା ପାଇଁ ଇସ୍ରାଏଲ ଏକ ବଡ ପଦକ୍ଷେପ ନେଇଛି। ଏଠାରେ ୬୦ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଭାକ୍ସିନର ତୃତୀୟ ଡୋଜ ଦିଆଯିବ। ଆସନ୍ତା ସପ୍ତାହରେ ତୃତୀୟ ଡୋଜ ଦିଆଯିବା ଆରମ୍ଭ ହେବ।

dutee-chand
ନିରାଶ କଲେ ଦୂତି ଚାନ୍ଦ

ଶହେ ମିଟରରେ ଦୂତି ଭଲ କରିପାରିନଥିଲେ ମଧ୍ୟ ତାଙ୍କର ଆଉ ଏକ ଇଭେଣ୍ଟ ଅଛି। ୨ ଶହ ମିଟର ଦୌଡ଼ରେ ମଧ୍ୟ ସେ ଭାଗ ନେବେ। ଦେଶର ଏକମାତ୍ର ଆାଥଲେଟ୍‌ ଭାବେ ଦୁଇଟି ଇଭେଣ୍ଟରେ ସେ ଭାଗ ନେବାର ସୁଯୋଗ ପାଇଛନ୍ତି।

corona positive in odisha
ଦେଶରେ ବଢୁଛି ସଂକ୍ରମଣ: ୨୪ ଘଣ୍ଟାରେ ୪୪,୨୩୦ ଆକ୍ରାନ୍ତ ହେଲେ ଚିହ୍ନଟ

ଠିକ୍‌ ସେହିପରି, ୨୪ ଘଂଟାରେ ମୋଟ୍‌ ୪୨,୬୩୦ ଜଣ କରୋନା ଭାଇରସ୍‌ଠାରୁ ସୁସ୍ଥ ହୋଇଥିବା ବେଳେ ଦେଶର ମୋଟ୍‌ କରୋନା ଆକ୍ରାନ୍ତ ଜନିତ ସୁସ୍ଥଙ୍କ ସଂଖ୍ୟା ୩,୦୭,୪୩,୯୭୨ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ଏବେ ବି ୪,୦୫,୧୫୫ ଆକ୍ଟିଭ୍‌ କେସ୍‌ ରହିଛି। ଏହାସହ ଦେଶରେ ମୋଟ୍‌ ୪୬,୪୬,୫୦,୭୨୩ ନମୁନା ପରୀକ୍ଷା ସରିଥିବା ବେଳେ ଗତକାଲି ୧୮,୧୬,୨୭୭ଟି ନମୁନା ପରୀକ୍ଷା ହୋଇଛି।

Lovlina Borgohain reached semi finals
ଟୋକିଓ ଅଲମ୍ପିକ୍ସ: ଆଉ ଏକ ପଦକ ନିଶ୍ଚିତ କଲେ ଲଭଲିନା

ଟୋକିଓ ଅଲମ୍ପିକ୍ସରେ ଆଉ ଏକ ପଦକ ନିଶ୍ଚିତ କଲେ ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନ । ଲଭଲିନା ମହିଳା ୬୪ରୁ ୬୯ କେଜି ବର୍ଗରେ ସେମିକୁ ଉନ୍ନୀତ ହୋଇ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି। 

drones spotted jammu and kashmir
ଜମ୍ମୁ-କଶ୍ମୀର: ଘଣ୍ଟାକରେ ୩ ସ୍ଥାନରେ ଉଡିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ

ଜମ୍ମୁ-କଶ୍ମୀର ଆକାଶରେ ପୁଣି ଦେଖିବାକୁ ମିଳିଛି ସନ୍ଦଗ୍ଧ ଡ୍ରୋନ। ଗୁରୁବାର ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀରର ସମ୍ବା ଜିଲ୍ଲାରେ ତିନ ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ ଉଡୁଥିବା ଦେଖିବାକୁ ମିଳିଥିଲା।

covid vaccine
ଖୁବ୍‌ ଶୀଘ୍ର ଜଣେ ବ୍ୟକ୍ତି ନେଇ ପାରିବେ ୨ ପ୍ରକାର ଭାକ୍ସିନ; ଅଧ୍ୟୟନ ପାଇଁ ସରକାର ଦେଲେ ମଞ୍ଜୁରୀ

ବିଶ୍ୱବ୍ୟାପି କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣ ଠାରୁ ବଞ୍ଚିବାକୁ ହେଲେ ଏବେ ଏକମାତ୍ର ଉପାୟ ଭାକ୍ସିନ। ତେବେ କରୋନା ଭାକ୍‌ସିନକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି। ଜଣେ ବ୍ୟକ୍ତିକୁ ଭିନ୍ନ ଭିନ୍ନ ବ୍ରାଣ୍ଡ ଭାକ୍ସିନ ଦେବା କେତେଦୂର ଠିକ ହେବ ଏ ନେଇ ବୈଜ୍ଞାନିକ ଅଧ୍ୟୟନ ପାଇଁ ସରକାର ଅନୁମତି ଦେଇଛନ୍ତି।

Land slide
ବାଦଲ ଫଟା ବର୍ଷା ପରେ ଏବେ ନୟାନ୍ତ କଲାଣି ଭୁ-ସ୍ଖଳନ

ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ପରେ ବନ୍ୟା । ଆଉ ତାସହ ଭୂସ୍ଖଳନ । ସୋଲାନ୍‌ର ଚମ୍ବାଘାଟରେ ଭୂସ୍ଖଳନ ଯୋଗୁଁ ଜାତୀୟ ରାଜପଥରେ ଯାତାୟତ ଠପ୍ ହୋଇଯାଇଛି ।

Nisikant Dubey
BJP ସାଂସଦ ନିଶିକାନ୍ତ ଦୁବେଙ୍କୁ ବିହାରୀ ଗୁଣ୍ଡା କହିଲେ TMC ସାଂସଦ ମହୁଆ ମୈତ୍ର !

ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ସଂଗୀନ ଅଭିଯୋଗ । ମହୁଆ ତାଙ୍କୁ ତିନି ତିନିଥର ବିହାରୀ ଗୁଣ୍ଡା କହିଥିଲେ ବୋଲି ନିଶିକାନ୍ତ ଆଜି ଅଭିଯୋଗ ଆଣିଛନ୍ତି ।

PV Sindhu
Tokyo Olympics: ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ବଢ଼ାଇଲେ ପଦକ ଆଶା

ଟୋକିଓ ଅଲିମ୍ପିକ୍ସରେ ବଢିଛି ଭାରତର ପଦକ ଆଶା । ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ଡେନମାର୍କର ମିଆ ବ୍ଲିଚଫେଲ୍ଟକୁ ସିଧାସଳଖ ୨୧-୧୫, ୨୧-୧୩ରେ ହରାଇଦେଇଛନ୍ତି ସିନ୍ଧୁ ।

dutee-chand
Tokyo Olympics: ଦୂତିଙ୍କ ଉପରେ ସାରା ଦେଶର ନଜର

ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସର ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ । ଏକମାତ୍ର ଭାରତୀୟ ଆଥ୍‌ଲେଟ୍‌ ଭାବେ ସେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି ।

Chanu Saikhom Mirabai
୨ ବର୍ଷ ପରେ ପରିବାର ଲୋକଙ୍କୁ ଭେଟିଲେ ମୀରାବାଈ ଚାନୁ

୮ ଅଗଷ୍ଟ ୧୯୯୪ରେ ଚାନୁଙ୍କ ଜନ୍ମ । ଉଚ୍ଚତା ୪ ଫୁଟ୍‌ ୧୧ ଇଞ୍ଚ। ମୀରାବାଈ ୨୦୧୪ ପରଠାରୁ ସବୁବେଳେ ଆନ୍ତର୍ଜାତୀୟ ଇଭେଣ୍ଟରେ ନିଜର ଅସ୍ଥିତ୍ୱ ଜାହିର କରି ଅସିଛନ୍ତି । ପ୍ରଥମେ ୪୮ କେଜି ବର୍ଗରେ ଭାରଉତ୍ତୋଳନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟାଇଟାଲ ହାସଲ କରିବା ସହ କମନ୍‌ ୱେଲ୍ଥ ଗେମ୍‌ସରେ ଅନେକ ମେଡାଲ ନିଜ ନାଁରେ କରିଥିଲେ

pm-modi
ମୋଦିଙ୍କ ଅନେକ ଘୋଷଣା; ଛାତ୍ରଛାତ୍ରୀଙ୍କ ପାଇଁ ଏକାଡେମିକ୍‌ ବ୍ୟାଙ୍କ୍‌ ଅଫ୍‌ କ୍ରେଡିଟ୍‌ର ଶୁଭାରମ୍ଭ

ଭାରତୀୟ ସାଂକେତିକ ଠାର ପାଇଲା ଭାଷା ମାନ୍ୟତା । ସାଂକେତିକ ଭାଷା ବା ଠାରକୁ ଭାଷା ମାନ୍ୟତା ମିଳିଲା । ଜାତୀୟ ଶିକ୍ଷା ନୀତି ବର୍ଷପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ।

Satyanarayan Prahan
NCBର ନୂଆ ଡିଜି ଓଡ଼ିଆ IPS ସତ୍ୟ ନାରାୟଣ ପ୍ରଧାନ, କହିଲେ ଫୋକସ୍‌ରେ ଓଡ଼ିଶା

ଓଡ଼ିଆ ଆଇପିଏସ୍ ସତ୍ୟ ନାରାୟଣ ପ୍ରଧାନଙ୍କୁ ବଡ଼ ଦାୟିତ୍ୱ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ସତ୍ୟନାରାୟଣ ପ୍ରଧାନ । ରାକେଶ ଆସ୍ଥାନାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କଲେ ।

Beach
ଗୋଆ ଷ୍ଟାଇଲରେ ପୁରୀ ବିଚ୍‌ ! ପ୍ରକ୍ରିୟା ଆରମ୍ଭ କରିଛି OTDC, ଶଙ୍କରାଚାର୍ଯ୍ୟଙ୍କ ଅସନ୍ତୋଷ

ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ହେବ ମଦ୍ୟ ପାନ ବ୍ୟବସ୍ଥା । ବିଚ୍ ସ୍ନାକ୍ସ ନାଁରେ ଖୋଲିବାର ଯୋଜନା ଥିବା ବେଳେ ଗୋଆ ଭଳି ପୁରୀ ବେଳାଭୂମୀରେ ଏହି ବ୍ୟବସ୍ଥା ପାଇଁ ଓଟିଡିସି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

PM Modi
ଭଲ ପଢ଼ିବାକୁ ବିଦେଶ ଯାଉଥିଲେ ଏବେ ବିଦେଶରୁ ଭାରତ ଆସୁଛନ୍ତି ଛାତ୍ରଛାତ୍ରୀ: ମୋଦି

ଜାତୀୟ ଶିକ୍ଷା ନୀତିକୁ ପୁରିଲା ବର୍ଷେ । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦେଶକୁ କଲେ ସମ୍ବୋଧନ । ଗତ ବର୍ଷକ ମଧ୍ୟରେ ଜାତୀୟ ଶିକ୍ଷା ନୀତିକୁ ନେଇ ବହୁ ନିଷ୍ପତ୍ତି ନିଆଯାଇଛି । ନୂଆ ଶିକ୍ଷା ନୀତି ରାଷ୍ଟ୍ର ନିର୍ମାଣରେ ବଡ଼ ଯୋଗଦାନ ରଖିବ ।

tiger
ବ୍ୟାଘ୍ର ଦିବସରେ PCCFଙ୍କ ବଡ଼ ବୟାନ, ରାଜ୍ୟରେ ଅପରାଧୀଙ୍କ ନେଟୱାର୍କ ବଢ଼ିଛି !

ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଜୈବ ବିବିଧତା ରକ୍ଷା ପାଇଁ ବାଘ ବଂଶ ବୃଦ୍ଧି ଉପରେ ସବୁଠି ଦିଆଯାଉଛି ଗୁରୁତ୍ୱ । କୌଣସି ଅଞ୍ଚଳରେ ବାଘର ଉପସ୍ଥିତି ସେ ଅଞ୍ଚଳରେ ଉତ୍କ୍ରୁଷ୍ଟ ଜୈବ ବିବିଧତାକୁ ଦର୍ଶାଇଥାଏ ।

PM Modi
ବଢ଼ୁଛି ମୋଦିଙ୍କ ସୋସିଆଲ ମିଡିଆ ଫ୍ୟାନ୍ ଫଲୋଇଙ୍ଗ୍ : ଟ୍ୱିଟରରେ ଫଲୋଅର୍ସ ସଂଖ୍ୟା ୭୦ ମିଲିୟନ ଟପିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୦୯ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳୁ ଟ୍ୱିଟରରେ ସକ୍ରିୟ ଅଛନ୍ତି । ୨୦୧୦ ମସିହାରେ ଟ୍ୱିଟରରେ ତାଙ୍କର ଏକ ଲକ୍ଷ ଫଲୋଅର୍ସ ଥିଲେ ।

reservation-for-obc
ମୋଦି ସରକାରଙ୍କ ବଡ଼ ଘୋଷଣା: ମେଡ଼ିକାଲ ପାଠ୍ୟକ୍ରମରେ OBCଙ୍କ ପାଇଁ ୨୭% ଓ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ଦେଶର ପାଖାପାଖି ୫୫୦୦ ଛାତ୍ରଛାତ୍ରୀମାନେ ଲାଭ ପାଇବେ। ପ୍ରତ୍ୟେକ ବର୍ଷ ୧୫୦୦ ପଛୁଆ ବର୍ଗ (MBBS) ପାଇଁ ଓ ୨୫୦୦ ପଛୁଆ ବର୍ଗ ପିଲା ପୋଷ୍ଟଗ୍ରାଜୁଏଟ୍‌ରେ ନାମ ଲେଖାଇବା ବେଳେ ଏହାର ଲାଭ ଉଠାଇପାରିବେ। ଠିକ୍ ସେହିପରି ଆର୍ଥିକ ଅନଗ୍ରସର ପିଲାମାନେ (MBBS)ରେ ୫୫୦ ଏବଂ ପୋଷ୍ଟ ଗ୍ରାଜୁଏଟ୍‌ରେ ୧୦୦୦ ଛାତ୍ରଛାତ୍ରୀ ଲାଭ ପାଇବେ। ଏଠାରେ କହିରଖୁଛୁ ଯେ, ସରକାରଙ୍କ ଅଧୀନରେ ଥିବା ମୋଟ ସିଟ୍ ମଧ୍ୟରୁ ୧୫ ପ୍ରତିଶତ ୟୁଜି (ସ୍ନାତକୋତ୍ତର) ଏବଂ ୫୦ ପ୍ରତିଶତ ପିଜି (ପୋଷ୍ଟ ଗ୍ରାଜୁଏଟ୍) ସିଟ୍ ଅଲ ଇଣ୍ଡିଆ କୋଟା ଅଧୀନରେ ରହିଛି।

cloudburst
କାହିଁକି ହେଉଛି ବାଦଲ ଫଟା ବର୍ଷା?

ଏମିତିକି ଗୋଟିଏ ସ୍ଥାନରେ ଏକା ସାଙ୍ଗରେ ଅନେକ ବାଦଲ ଫାଟିବାର ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଆଉ ଯଦି ଏକା ସାଙ୍ଗରେ ଏମିତି ହୁଏ ତେବେ କ୍ଷୟକ୍ଷତିର ଆକଳନ କରିବା ବୋଧହୁଏ ମୁସ୍କିଲ ହେବ। କାରଣ ଭୟଙ୍କର ଭାବରେ ଧନଜୀବନ ନଷ୍ଟ ହୋଇଥାଏ। ୨୦୧୩ ମସିହାରେ କେଦାରନାଥରେ ଏପରି ସ୍ଥିତି ଉପୁଜିଥିଲା। ତେବେ ଏଠାରେ ସ୍ପଷ୍ଟ କରୁଛୁ, କେଦାରନାଥରେ ଯେଉଁ ବାଦଲ ଫଟା ବର୍ଷା ହୋଇଥିଲା ସାଧରଣ ଭାବରେ ତାହା ହୁଏ ନାହିଁ କିନ୍ତୁ ଯଦି ହେଲା ତାହାଲେ କଥା ସରିଲା।

Dhanbad judge’s death
ଅଟୋ ଚଢାଇ ବିଚାରପତିଙ୍କୁ ହତ୍ୟା, ଡ୍ରାଇଭର ଗିରଫ

ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଝାରଖଣ୍ଡ ରାଜ୍ୟ ଧାନବାଦର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ଉତ୍ତମ ଆନନ୍ଦଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଝାରଖଣ୍ଡ ହାଇକୋର୍ଟ ନିଜ ତରଫରୁ ସହରର ପୋଲିସ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛି।

pm-awas-yojana
ଖୁବଶୀଘ୍ର ବଦଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ରୂପ ରେଖ

CII କହିଛି, ଏହି ଯୋଜନାରେ ପୂର୍ବରୁ ବୀମା ନଥିଲା। ତେଣୁ ଲୋକମାନେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । କେବଳ ଏତିକି ନୁହେଁ ମଧ୍ୟ ହିତାଧୀକାରୀଙ୍କ ପ୍ରାଣ ଯିବା ପରେ ସେମାନଙ୍କ ପରିବାର ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ବୀମା ସୁବିଧା କଲେ ହିତାଧିକାରୀମାନେ ଲାଭ ପାଇବେ। 

Flood In Jammu
ଜାମ୍ମୁ-ହିମାଚଳରେ ବନ୍ୟା: ୨୨ ମୃତ, ୫୦ ନିଖୋଜ

ତେଣୁ ଲୋକମାନେ ନିଜର ଅତ୍ୟାବଶ୍ୟ ସାମଗ୍ରୀ ଉଦ୍ଧାର ମଧ୍ୟ କରିପାରିନଥିଲେ କି ସୁରକ୍ଷିତ ସ୍ଥାନକୁ ଯାଇପାରିନଥିଲେ ଯେଉଁଥି ଲାଗି ଅଧିକ କ୍ଷୟକ୍ଷତି ହୋଇଥିବା କୁହାଯାଉଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (ଏସ୍‌ଡିଆର୍‌ଏଫ୍‌) ନିଖୋଜମାନଙ୍କୁ ଖୋଜିବା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

supreme court of india
ନିଜ ଧର୍ମର ପ୍ରମାଣ ଦେବା ପାଇଁ ୨୦୦ କିମି ଚାଲିଚାଲି ସୁପ୍ରିମ କୋର୍ଟ ପହଞ୍ଚିଲେ ପ୍ରବୀଣ

ସେ ହିନ୍ଦୁ। ଇସ୍‌ଲାମ୍‌ ଧର୍ମ ଗ୍ରହଣ କରିନାହାନ୍ତି। ଏହାର ପ୍ରମାଣ ଦେବା ପାଇଁ ୨୦୦ କିମି ଚାଲି ଚାଲି ସୁପ୍ରିମ କୋର୍ଟ ଆସିଲେ ମିରଟ ମ୍ୟାନ ।