ଏହାସହ ଦିଦି କହିଛନ୍ତି ଦେଶରେ କରୋନା ଯେମିତି ଭାବରେ କାୟା ବିସ୍ତାର କରିଛି ଏବଂ ଯେତେ ମାତ୍ରାରେ ଲୋକଙ୍କ ଜୀବନ ଯାଉଛି ତାହାକୁ ନେଇ ଆମେ ଚିନ୍ତିତ।
ନିଜ ରୋମାଣ୍ଟିକ୍ ସ୍ୱରର ଅନ୍ଦାଜରେ ଲୋକଙ୍କ ହୃଦୟରେ ରାଜ କରୁଥିବା ବଲିଉଡ୍ର ଜଣାଶୁଣା ଗାୟକ ଜୁବିନ୍ ନୌଟିୟାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ବଲିଉଡକୁ ଅନେକ୍ ହିଟ୍ ଗୀତ ଭେଟି ଦେଇଥିବା ଜୁବିନ୍ ବର୍ତ୍ତମାନ ତାଙ୍କର ନୂଆ ଗୀତ ‘ଦିଲ୍ ଲୌଟା ଦୋ’ ନେଇ ଆସିଛନ୍ତି।
ଡାକ ବିଭାଗ ପକ୍ଷରୁ ପୁଣି ଥରେ ଅନେକ ଗ୍ରୁପ୍ ସି’ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ବିଭାଗ ପକ୍ଷରୁ ଆବେଦନ ନିମନ୍ତ୍ରଣ କରାଯାଇଛି ।
ଗତ ସପ୍ତାହରେ ୪୬ ଜିଲ୍ଲାରେ ପଜିଟିଭିଟି ୧୦ ପ୍ରତିଶତ ଉପରେ ଥିଲା କିନ୍ତୁ ସବୁଠି ଖୁସିର କଥା ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିବା ଜଣାପଡ଼ିଛି। ହେଲେ ପୁଣି ଥରେ ବିଭିନ୍ନ ଦେଶରେ କେସ୍ ବଢ଼ୁଥିବା କଥା କହିଲେ ଲବ୍ ଅଗ୍ରୱାଲ। ଆମେରିକା, ଫ୍ରାନ୍ସ, ମାଲେସିଆ, ଥାଇଲାଣ୍ଡ ଭଳି ଦେଶରରେ ପୁଣି କେସ୍ ବଢୁଛି। ତେଣୁ ଆମକୁ ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ପଡ଼ିବ ବୋଲି କହିଲେ ଲବ୍ ଅଗ୍ରୱାଲ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ଦେଶରୁ ୩,୦୬,୨୧,୪୬୯ ଜଣ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇସାରିଲେଣି। ସେହିପରି ମୋଟ୍ରେ ୪,୨୧,୩୮୨ ଜଣ ପ୍ରାଣ ହରାଇଛନ୍ତି। କେବଳ ଏତିକି ନୁହେଁ ବରଂ ଏବେ ସୁଦ୍ଧା ୪୪,୧୨,୧୨,୩୯୫ ଲୋକଙ୍କୁ କେନ୍ଦ୍ର ସରକାର ଭ୍ୟାକ୍ସିନ୍ ଦେଇଥିବା ସୂଚନା ମିଳିଛି।
କିନ୍ତୁ ତଳକୁ ଓହ୍ଲାଇବାର ରାସ୍ତା ନଥିଲେ ତେଣୁ ବାଧ୍ୟ ହୋଇ ବସ୍ ମଧ୍ୟରେ ହିଁ ଫଶିରହିଥିଲେ ଲୋକେ। କେବଳ ପ୍ରଶାସନକୁ ଗୁହାରି କରିବା ସହ ସେମାନଙ୍କ ପାଖରେ କୌଣସି ବିକଳ୍ପ ନଥିବା ପରି ମନେ ହେଉଥିଲା। ବସ୍ରେ ଛୋଟିଆ ପିଲାମାନେ ଥିବାରୁ ସ୍ଥିତି ଆହୁରି ଜଟିଳ ହୋଇଥିଲା।
ଗତକାଲି ଆସାମର କାଚାର ଜିଲ୍ଲା ଲୀଳାପୁର ଗାଁ ଓ ମିଜୋରାମ୍ କୋଲାସିବ ଜିଲ୍ଲାର ବୈରେଙ୍ଗତେ ଗାଁର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳରୁ ଘଟଣା ଉଗ୍ର ରୂପ ନେଇଥିଲା। ଗଣ୍ଡଗୋଳରେ ଆସାମ ପୋଲିସର ୬ ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି। ଏହାସହ ସେ ମେଡିକାଲରେ ଚିକିତ୍ସା ହେଉଥିବା ପୋଲିସଙ୍କୁ ଯାଇ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି
ରାଜଙ୍କ ପ୍ରଡକ୍ସନ ହାଉସରେ ପର୍ଣ୍ଣ ଫିଲ୍ମ ସୁଟିଂ ହେଉଥିବାବେଳେ ଲଣ୍ଡନ ଏକ କଂପାନି ଜରିଆରେ ସେ ଏହାକୁ ହଟସଟ୍ସ ନାମକ ଏକ ଆପ୍ଲିକେସନରେ ଅପଲୋଡ଼ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ ପରେ ଆଜି ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଥିଲା।
ଜାକାର୍ତ୍ତା: ପୁଣି ଥରେ କରୋନାର ତୃତୀୟ ଲହରୀକୁ ନେଇ ଚେତାବନୀ । ବିଶେଷଜ୍ଞମାନେ କହିଛନ୍ତି, କରୋନାକୁ ନେଇ ଆମେ ନିଜେ ନିଜର ସୁରକ୍ଷା କରିବା ପାଇଁ ପ୍ରସ୍ତୁତ ରହିବା ଉଚିତ ।
ଡ. ଏପିଜେ ଅବଦୁଲ କଲାମ ଭାରତର ଏକାଦଶ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବାବେଳେ ସେ ଅଗ୍ନି ଏବଂ ପୃଥ୍ବୀ କ୍ଷେପଣାସ୍ତ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଉତ୍ତର-ପଶ୍ଚିମ ଚୀନର ଡୁନ ହୁଆଙ୍ଗ ପ୍ରଦେଶରେ ଦେଖାଦେଇଛି ଭୟଙ୍କର ବାଲିଝଡ । ପ୍ରାୟ ୩ଶହ ଫୁଟ ଉଚ୍ଚର ଏହି ବାଲି ଝଡ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏପରିକି ୨୦ ଫୁଟରୁ ଅଧିକ ଦୂରରେ ଥିବା ଜିନିଷକୁ ଦେଖିବା କଷ୍ଟକର ହୋଇପଡିଥିଲା।
ୟୁପିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ବାଜି ଖେଳିଛି ବିଜେପି । ରାଜ୍ୟର ସମସ୍ତ ୫୮,୧୮୯ ଗ୍ରାମ ପଞ୍ଚାୟତରେ ଚାକିରି ପାଇଁ ବିଜ୍ଞାପନ ବାହାରିଛି ।
ମୁମ୍ବାଇ: ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ମିଳିଥିବା ବିସ୍ଫୋରକ କାର୍ ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ (ନ୍ୟାସ୍ନାଲ ଇନ୍ଭେଷ୍ଟିଗେସନ୍ ଏଜେନ୍ସି)। ମହାରାଷ୍ଟ୍ର ଆଣ୍ଟି ଟେରୋରିସିମ୍ ସ୍କ୍ୱାର୍ଡ ଠାରୁ ମାମଲା ନେଇ ଏନ୍ଆଇଏ ଏହାର ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବା ବୋଲି ସୂଚନା ମିଳିଛି। ଚଳିତ ବର୍ଷ ଫେବ୍ରୁଆରୀ ୨୪ ତାରିଖରେ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ସାମ୍ନାରୁ ବିସ୍ଫୋରକ ଗିଲେଟିନ୍ ଷ୍ଟିକ୍ ଥିବା ଏକ ସ୍କର୍ପିଓ ଗାଡ଼ି ମିଳିଥିଲା। ଏହାର କିଛିଦିନ […]
କୋଲକାତା: ଦିଦିଙ୍କ ଗଡ଼ରେ ମୋଦିଙ୍କ ନିର୍ବାଚନୀ ରଣହୁଙ୍କାର। ଏକାଧିକ ପ୍ରସଙ୍ଗରେ ମମତାଙ୍କୁ ସିଧା ଟାର୍ଗେଟ୍ କଲେ ମୋଦି। କୋଲକାତା ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କୁ ସମ୍ବୋଧନ କରି ପୁଣି ଆସୋଲ୍ ପରିବର୍ତ୍ତନ ଓ ସୋନାର୍ ବାଂଲାର ନାରା ଦେଇଛନ୍ତି ପ୍ରଧାନମନ୍ତ୍ରୀ। दीदी, कुछ दिन पहले जब आपने स्कूटी संभाली, तो सभी प्रार्थना कर रहे थे कि आप सकुशल रहें! अब आपकी स्कूटी नंदीग्राम की तरफ […]
ଭୁବନେଶ୍ୱର: କୋଲକାତାର ପରେଡ ଗ୍ରାଉଣ୍ଡରେ ବିଜେପିର ବିଶାଳ ରାଲିରେ ଲୋକଙ୍କୁ ସମ୍ବୋଧନ କରି ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ଅନ୍ୟପଟେ ମୋଦିଙ୍କୁ ସାମ୍ନା ସାମ୍ନି ଡିବେଟ୍ କରିବାକୁ ଆହ୍ୱାନ ଦେଇଛନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ। ଏପଟେ ରାଲିରେ ମୋଦି ମମତାଙ୍କୁ ଟାର୍ଗେଟ୍ କରି ଦିଦି ପଶ୍ଚିମବଙ୍ଗ ଲୋକଙ୍କ ପଛପଟେ ଛୁରୀ ଭୁସିଛନ୍ତି ବୋଲି କହିବା ବେଳେ ସେପଟେ ମମତା ଡିବେଟ୍ ପାଇଁ ଆହ୍ୱାନ୍ ଦେଇ ‘ଖେଲ ହବେ’ (ଖେଳ ହେବ) ବୋଲି କହିଛନ୍ତି। […]
କୋଲକାତା: ସବୁ ଅନୁମାନ ଓ ରାଜନୀତି ଗଣିତକୁ ସତ କରି ବିଜେପିରେ ମିଶିଛନ୍ତି ବଲିଉଡ୍ ଦାଦା ମିଥୁନ ଚକ୍ରବର୍ତ୍ତୀ। କୋଲକାତାରେ ଏକ ବିଶାଳ ସମାବେଶରେ ବିଜେପିରେ ଯୋଗ ଦେଇଛନ୍ତି ମିଥୁନ। ବିଜେପିରେ ଦାଦାଙ୍କ ଯୋଗ ଦେବା ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଅନେକ ମିଡିଆରେ ଏନେଇ ଖବର ପ୍ରକାଶ ପାଉଥିଲେ ବି ମିଥୁନ କିନ୍ତୁ ଏସବୁ ଏଡ଼ାଇ ଯାଉଥିଲେ। ତେବେ ବିଜେପିରେ ସାମିଲ୍ ହେବା ପରେ ରାଲିକୁ ସମ୍ଭୋଧନ କରି ମମତା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି […]
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶୁଭେନ୍ଦୁ ଅଧିକାରୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି ଦଳ। ୨୦୧୧ରୁ ଶୁଭେନ୍ଦୁ ଏହି ଆସନରୁ ଟିଏମସି ଟିକେଟ୍ରେ ଜିତି ଆସୁଥିଲେ। ହେଲେ ଗତବର୍ଷ ଡିସେମ୍ବର ସେ ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ ଶୁଭେନ୍ଦୁ ଏଥର ନନ୍ଦୀଗ୍ରାମରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରି ତାଙ୍କୁ ଟକ୍କର ଦେବାକୁ ନିଜେ ମୁଖ୍ୟମନ୍ତ୍ରୀ ମମତା […]
ନୁଆଦିଲ୍ଲୀ: ପଞ୍ଜାବ ଓ ମହାରାଷ୍ଟ୍ରରେ ଧୀରେ ଧୀରେ କରୋନା ସଂଖ୍ୟା ବଢ଼ୁଥିବାରୁ କେନ୍ଦ୍ର ସରକାର ଉଭୟ ରାଜ୍ୟକୁ ଏକ ଉତ୍ତସ୍ତରୀୟ ସ୍ୱାସ୍ଥ୍ୟ ଏକ୍ସପର୍ଟ ଟିମ୍ ପଠାଇଛନ୍ତି। ଶନିବାର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଏହି ଟିମ୍ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି କାର୍ଯ୍ୟ କରିବ। କୋଭିଡ୍-୧୯ର ସଂଖ୍ୟା ଉପରେ ନଜର ରଖିବା ସହିତ ଏହାର ନିୟନ୍ତ୍ରଣ ଓ କଣ୍ଟେନ୍ମେଣ୍ଟ ଜୋନ୍ର ତଦାରଖ କରିବ। ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ମହାରାଷ୍ଟ୍ରକୁ ପଠାଯାଇଥିବା ଟିମ୍ରେ ଟିମ୍ର ନେତୃତ୍ୱ ପି, […]
ଭୁବନେଶ୍ୱର: ଆସନ୍ତା ୨୦୨୧ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ସଂଶୋଧନ କରିବା ପରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ବ୍ୟାବହାରିକ ବା ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଏକ ନୂତନ ଉତ୍ତର ପୁସ୍ତକ ଆଣିଛି। ବୋର୍ଡ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁସାରେ ଚଳିତ ବର୍ଷ ବ୍ୟବହାରିକ ଉତ୍ତର ପୁସ୍ତକର କଭର ପୃଷ୍ଠା ପରିବର୍ତ୍ତନ କରାଯାଇଛି। ସିବିଏସ୍ଇ ଏକ ବିଜ୍ଞପ୍ତିରେ କହିଛି ଯେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ସହିତ ତାଳ ମେଳ ରଖିବାକୁ […]
ଇସ୍ଲମାବାଦ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଏବେ ସ୍ଥିର ହେଲା। ଅନାସ୍ଥା ଭୋଟ୍ରେ ଜିତିଲେ ଇମ୍ରାନ ଖାନ୍। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ବିରୋଧରେ ଆଜି ସଂସଦରେ ହୋଇଥିବା ଅନାସ୍ଥା ଭୋଟକୁ ଜିତି ନେଇଛନ୍ତି ଇମ୍ରାନ ଖାନ୍। ସଂସଦର ନିମ୍ନ ସଦନର ୩୪୨ ଭୋଟ୍ ମଧ୍ୟରୁ ଇମ୍ରାନଙ୍କ ସପକ୍ଷରେ ୧୭୮ଟି ଭୋଟ୍ ପଡ଼ିଛି। ତେବେ ଏହି ଭୋଟିଂରେ ବିରୋଧୀ ଦଳ ଭାଗ ନେଇନଥିଲା। ପାକିସ୍ତାନ ଡେମେକ୍ରାଟିକ୍ ମୁଭ୍ମେଣ୍ଟ(ପିଡିଏମ୍) ଏହି ଭୋଟିଂକୁ ବୟକଟ୍ କରିବାରୁ ଅନାସ୍ଥା ଭୋଟ୍କୁ ସହଜରେ ଜିତିନେଇଥିଲେ […]
ନୂଆଦିଲ୍ଲୀ: ଭାରତୀୟଙ୍କୁ ଗୁଳିକରି ମାରିଲା ନେପାଳ ପୋଲିସ୍। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜମେ ନିଖୋଜ୍ ହୋଇଯାଛନ୍ତି । ମୃତ ବ୍ୟକ୍ତି ଜଣକ ଅନ୍ୟ ଦୁଇ ଜଣଙ୍କ ସହିତ ଭାରତ-ନେପାଳ ବୋର୍ଡର ଦେଇ ଆରପାଖକୁ ଯାଇଥିବା ବେଳେ ନେପାଳ ପୋଲିସ୍ ସହିତ ମୁହାଁମୁହିଁ ହୋଇଥିଲା। ଏଥିରେ ଭାରତୀୟ ନାଗରିକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ନାମ ଗୋବିନ୍ଦା ଓ ତାଙ୍କର ବୟସ ୨୬ ବୋଲି ଜଣାପଡ଼ିଛି। ଗୋବିନ୍ଦା ପପୁ ସିଂହ ଓ ଗୁରମୀତ […]
ନୂଆଦିଲ୍ଲୀ: ଦିନିକିଆ କରୋନା ଭାଇରସ ଚିହ୍ନଟ ପ୍ରକ୍ରିୟାରେ ଗତକାଲି ଅପେକ୍ଷା ଆଜି କମ୍ ସଂଖ୍ୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହେଲେ ମୃତ୍ୟୁ ସଂଖ୍ୟା ବୃଦ୍ଧି ହୋଇଛି। ୨୪ ଘଣ୍ଟାରେ ଦେଶରେ ୧୬,୮୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧୩ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୧୭,୪୦୭ ଥିବା ବେଳେ ୮୯ ଜଣଙ୍କର ମୃତ୍ୟୁ ହୋଇଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୧,୭୩,୭୬୧କୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ସ୍ଥାନୀୟ ନିର୍ବାଚନ ଶାନ୍ତଶୃଙ୍ଖଳାର ସହିତ ଶେଷ ହେବାର କିଛି ସପ୍ତାହ ପରେ ତିନି ଡଜନରୁ ଅଧିକ ୱାର୍ଡ ମେମ୍ବର ଓ ସରପଞ୍ଚ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଆତଙ୍କବାଦୀମାନେ ସେମାନଙ୍କ ମୁଣ୍ଡକାଟ ଧମକ୍ ଦେଇଥିବା ସରପଞ୍ଚ ଓ ୱାର୍ଡ ମେମ୍ବରମାନେ ସୂଚନା ଦେଇଛନ୍ତି। ଫୋନ୍ କରି ସେମାନଙ୍କୁ ହତ୍ୟା ଧମକ ଦିଆଯାଇଚି। ଏମାନେ ନିଜ ପଦରୁ ଇସ୍ତଫା ଦିଅନ୍ତୁ ନହେଲେ ସେମାନେ ମୁଖ୍ୟ ରାଜନୀତୀରେ ଭାଗ ନିଅନ୍ତୁ। ଯଦି ତାହା ନ […]