Advertisment

ଖୁବ୍‌ ଶୀଘ୍ର ଜଣେ ବ୍ୟକ୍ତି ନେଇ ପାରିବେ ୨ ପ୍ରକାର ଭାକ୍ସିନ; ଅଧ୍ୟୟନ ପାଇଁ ସରକାର ଦେଲେ ମଞ୍ଜୁରୀ

ବିଶ୍ୱବ୍ୟାପି କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣ ଠାରୁ ବଞ୍ଚିବାକୁ ହେଲେ ଏବେ ଏକମାତ୍ର ଉପାୟ ଭାକ୍ସିନ। ତେବେ କରୋନା ଭାକ୍‌ସିନକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି। ଜଣେ ବ୍ୟକ୍ତିକୁ ଭିନ୍ନ ଭିନ୍ନ ବ୍ରାଣ୍ଡ ଭାକ୍ସିନ ଦେବା କେତେଦୂର ଠିକ ହେବ ଏ ନେଇ ବୈଜ୍ଞାନିକ ଅଧ୍ୟୟନ ପାଇଁ ସରକାର ଅନୁମତି ଦେଇଛନ୍ତି।

author-image
Minati Mishra
ଖୁବ୍‌ ଶୀଘ୍ର ଜଣେ ବ୍ୟକ୍ତି ନେଇ ପାରିବେ ୨ ପ୍ରକାର ଭାକ୍ସିନ; ଅଧ୍ୟୟନ ପାଇଁ ସରକାର ଦେଲେ ମଞ୍ଜୁରୀ

covid vaccine

ଦିଆଦିଲ୍ଲୀ: ବିଶ୍ୱବ୍ୟାପି କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ସଂକ୍ରମଣ ଠାରୁ ବଞ୍ଚିବାକୁ ହେଲେ ଏବେ ଏକମାତ୍ର ଉପାୟ ଭାକ୍ସିନ। ତେବେ କରୋନା ଭାକ୍‌ସିନକୁ ନେଇ ଏବେ ବି ପରୀକ୍ଷା ଜାରି ରହିଛି। ଜଣେ ବ୍ୟକ୍ତିକୁ ଭିନ୍ନ ଭିନ୍ନ ବ୍ରାଣ୍ଡ ଭାକ୍ସିନ ଦେବା କେତେଦୂର ଠିକ ହେବ ଏ ନେଇ ବୈଜ୍ଞାନିକ ଅଧ୍ୟୟନ ପାଇଁ ସରକାର ଅନୁମତି ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଖୁବ୍‌ ଶୀଘ୍ର ଜଣେ ବ୍ୟକ୍ତିକୁ ଅଲଗା ଅଲଗା ଭାକ୍ସିନ ଦିଆଯାଇ ପାରିବ। କାରଣ ବର୍ତ୍ତମାନ ସୁଦ୍ଧା ଏ ନେଇ ଯେତିକି ଅଧ୍ୟୟନ କରାଯାଇଛି ସେଥିରେ ସକାରାତ୍ମକ ପରିଣାମ ଦେଖିବାକୁ ମିଳିଛି।

Advertisment

ଏଠି କହି ରଖିବୁ, ବିଶେଷଜ୍ଞ କାର୍ଯ୍ୟ ସମିତି ବୈଠକରେ କୋଭିସିଲ୍‌ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ ସହ ନାକରେ ଦିଆଯାଉଥିବା ଭାରତ ବାୟୋଟେକର ଭାକ୍ସିନ ଉପରେ ଅଧ୍ୟୟନ ଉପରେ ମଞ୍ଜୁରୀ ମିଳିଛି। ଖୁବ୍‌ ଶୀଘ୍ରଳ ଦେଶର ଭିନ୍ନ ଭିନ୍ନ ଡାକ୍ତରଖାନାରେ ଦୁଇଟି ଭାକ୍ସିନର ମିଶ୍ରିତ ଡୋଜ ଉପରେ ଅଧ୍ୟୟନ କରାଯିବ। ବିଶେଷଜ୍ଞ କାର୍ଯ୍ୟ ସମିତି ସଦସ୍ୟଙ୍କ କହିବା ଅନୁଯାୟୀ, କେତେକ ଦେଶରେ ଜଣେ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବ୍ରାଣ୍ଡର ଭାକ୍ସିନ ଦିଆଯାଉଛି। ଏହାର ଫଳାଫଳ ମଧ୍ୟ ସକାରାତ୍ମକ ଥିବା ଦେଖିବାକୁ ମିଳିଛି। 

Advertisment

ସମିତି ସଦସ୍ୟଙ୍କ କହିବା ଅନୁଯାୟୀ, ଭେଲୋର ବିଶେଷଜ୍ଞ କାର୍ଯ୍ୟ ସମିତିର ବିଶେଷଜ୍ଞମାନେ ମିଶ୍ରିତ ଡୋଜକୁ ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ତେବେ ଏହାକୁ ମଞ୍ଜୁରି ଦିଆଯାଇ ନାହିଁ। କେତେକ ଦେଶରେ ଭାକ୍ସିନର ମିଶ୍ରିତ  ଡୋଜ ଫଳାଫଳ ଭଲ ଆସିବା ପରେ ଭାରତ ଏହାର ଅଧ୍ୟୟନ ପାଇଁ ଅନୁମତି ଦେଇଛି। ତେବେ ଏହି ଅଧ୍ୟୟନର ଫଳାଫଳ ମଧ୍ୟ ଭଲ ରହିବ ବୋଲି ଆଶା କରାଯାଉଥିବା ସମିତି କହିଛି। ଏକ ଅନୁମାନ ଉପରେ ହେଉଥିବା ଏହି ଅଧ୍ୟୟନ ସମ୍ପୂର୍ଣ୍ଣ ହେବା ପାଇଁ ୩ରୁ ୪ ମାସ ଲାଗିବ। 

ସମିତି ସଦସ୍ୟଙ୍କ କହିବା ଅନୁଯାୟୀ, କୋଭାକ୍ସିନ ଏବଂ କୋଭିସିଲ୍‌ଡର ମିଶ୍ରିତ ଡୋଜର ଏ ପର୍ଯ୍ୟନ୍ତ କୌଣସି ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିନାହିଁ। ଉତ୍ତର ପ୍ରଦେଶରେ ଭୁଲ୍‌ରେ ଜଣେ ବ୍ୟକ୍ତିଙ୍କୁ ଅଲଗା ଅଲଗା ବ୍ରାଣ୍ଡର ଭାକ୍ସିନ ଦିଆଯାଇ ଥିଲା। ଏହା ପରେ ଡାକ୍ତର ତାଙ୍କ ଉପରେ ନଜର ରଖିଥିଲେ। ସଂପୃକ୍ତ ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ସ୍ୱସ୍ଥ ଅଛନ୍ତି ଏବଂ ଏ ନେଇ ତାଙ୍କର କୌଣସି ସମସ୍ୟା ଦେଖା ଯାଇ ନାହିଁ। 

COVID-19 COVID-19 Vaccine
Advertisment
Advertisment