• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆସନ୍ତାକାଲି ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ ।

  • ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଉଛନ୍ତି ଦୁତି ।

  • ମହିଳା ଶହେ ମିଟର ଓ ଦୁଇ ଶହ ମିଟର ଦୌଡ଼ରେ ସେ ଭାଗ ନେବେ ।

ନୂଆଦିଲ୍ଲୀ: ଆସନ୍ତାକାଲି ଟୋକିଓ ଅଲିମ୍ପିକ୍ସର ଟ୍ରାକ୍‌କୁ ଓହ୍ଲାଇବେ ଓଡ଼ିଆ ଦୌଡ଼ରାଣୀ ଦୂତି ଚାନ୍ଦ । ଏକମାତ୍ର ଭାରତୀୟ ଆଥ୍‌ଲେଟ୍‌ ଭାବେ ସେ ଟୋକିଓରେ ଦୁଇଟି ଇଭେଣ୍ଟରେ ଭାଗ ନେଇଛନ୍ତି । ମହିଳା ଶହେ ମିଟର ଓ ଦୁଇ ଶହ ମିଟର ଦୌଡ଼ରେ ସେ ଭାଗ ନେବେ । ଆସନ୍ତାକାଲି ଶହେ ମିଟରର ରେସ୍ ଅଛି । ୮ଟାରୁ ୯ଟା ଭିତରେ ରହିଥିବା ୭ଟି ହିଟ୍‌ସ ମଧ୍ୟରୁ ଗୋଟିଏ ହିଟ୍‌ସରେ ସେ ଦୌଡ଼ିବେ । ତାଙ୍କର ଶହେ ମିଟର ଦୌଡ଼ର ରେକର୍ଡ ଅଛି ୧୧.୧୭ ସେକେଣ୍ଡ, ଯାହାକି ଦେଶର ଜାତୀୟ ରେକର୍ଡ । ଶହେ ମିଟର ଦୌଡ଼ ପାଇଁ ଅଲିମ୍ପିକ୍ସ କ୍ୱାଲିଫାଇଂ ଟାଇମିଂ ଥିଲା ୧୧.୧୫ ସେକେଣ୍ଡ । ବିଶ୍ୱ ରାଙ୍କିଂ  ଅନୁସାରେ ଦୁତିଙ୍କୁ ଟୋକିଓ ଟିକଟ ମିଳିଥିଲା । ଶହେ ମିଟର ଦୌଡ଼ ଇଭେଣ୍ଟରେ ଦୂତିଙ୍କ ବିଶ୍ୱ ରାକିଂ ୪୨ ଥିବା ବେଳେ ୨ ଶହ ମିଟରରେ ତାଙ୍କର ରାଙ୍କିଂ ଅଛି ୫୨ ।

ସେପଟେ ତୀରନ୍ଦାଜୀରେ ଅତନୁ ଦାସଙ୍କ ଚମତ୍କାର ପ୍ରଦର୍ଶନ । ଫର୍ମରେ ଥିବା ଅତନୁ ପ୍ରଭାବୀ ପ୍ରଦର୍ଶନ କରି କୋରିଆର ଜିନ୍ ହେକଙ୍କୁ ପରାସ୍ତ କରିଛନ୍ତି । ପୂର୍ବତନ ଅଲିମ୍ପିକ୍ସ ଚାମ୍ପିଅନ ଜିନ୍ ଭଲ କରିଥିଲେ ମଧ୍ୟ ଏହା ଅତନୁଙ୍କୁ ହରାଇବା ପାଇଁ ଯଥେଷ୍ଟ ନଥିଲା । ଅତନୁ ୬-୫ରେ ଓ ଜିନ୍‌ଙ୍କୁ ହରାଇଛନ୍ତି । ଶେଷ ରାଉଣ୍ଡରେ ଅତନୁଙ୍କୁ ବିଜୟ ପାଇଁ ୧୦ ପଏଣ୍ଟ ଆବଶ୍ୟକ ହେଉଥିଲା । ଏଥିରେ ଅତନୁ ପୁରା ୧୦ ପଏଣ୍ଟ ହାସଲ କରି ପ୍ରି କ୍ୱାର୍ଟରରେ ପହଞ୍ଚିଛନ୍ତି । 

ସେପଟେ ବ୍ୟାଡମିଣ୍ଟନରେ ପଦକ ଆଶା ଉଜ୍ଜ୍ଜଳ ହୋଇଛି । ଭାରତର ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ସିନ୍ଧୁ କ୍ୱାର୍ଟର ଫାଇନାଲରେ ବିଶ୍ୱର ୫ ନମ୍ବର ମାନ୍ୟତା ପ୍ରାପ୍ତ ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ । ଏହାପୂର୍ବରୁ ୟାମାଗୁଚି ଓ ସିନ୍ଧୁଙ୍କ ମଧ୍ୟରେ ୧୮ଥର ମୁକାବିଲା ହୋଇଛି । ଏଥିରେ ସିନ୍ଧୁ ୧୧ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୟାମାଗୁଚି ୭ଟି ମ୍ୟାଚ ଜିିତିଛନ୍ତି । ତେଣୁ କ୍ୱାର୍ଟରରେ ମଧ୍ୟ ସିନ୍ଧୁ ତାଙ୍କ ପ୍ରଦର୍ଶନ ଦୋହରାଇବେ ବୋଲି ଆଶା କରାଯାଉଛି । ଆଜି ପ୍ରି କ୍ୱାର୍ଟରରେ ସିନ୍ଧୁ ଡେନମାର୍କର ମିଆ ବ୍ଲିଚଫେଲ୍ଟକୁ ସିଧାସଳଖ ୨୧-୧୫, ୨୧-୧୩ରେ ହରାଇଥିଲେ ।  ଟୋକିଓ ଅଲିମ୍ପିକ୍ସରେ ପି.ଭି. ସିନ୍ଧୁ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି । ଗତ ରିଓ ଅଲିମ୍ପିକ୍ସରେ ସିନ୍ଧୁ ଭାରତ ପାଇଁ ରୌପ୍ୟ ପଦକ ପାଇଥିଲେ । ତେଣୁ ଟୋକିଓ ଅଲିମ୍ପିକ୍ସରେ ପୁଣିଥରେ ତାଙ୍କ ଠାରୁ ପଦକ ଆଶା କରାଯାଉଛି ।