ମୁମ୍ବାଇ: ପଶ୍ଚିମବଙ୍ଗ ରାଜନୀତି ମଇଦାନକୁ ଓହ୍ଲାଇବନି ଉଦ୍ଧବଙ୍କ ଶିବସେନା। ବରଂ ନିର୍ବାଚନ ଯୁଦ୍ଧ ଜିତିବା ପାଇଁ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ। ଏନେଇ ଆଜି ଶିବସେନା ପକ୍ଷରୁ ଘୋଷଣା କରାଯାଇଛି। ଦଳ ପଶ୍ଚିମବଙ୍ଗ ନିର୍ବାଚନ ଲଢ଼ିବନି ବରଂ ମମତା ବାନାର୍ଜୀଙ୍କୁ ସମର୍ଥନ ଦେବ ବୋଲି ଶିବସେନା ଘୋଷଣା କରିଛି। ମମତାଙ୍କୁ ରିୟଲ ରୟାଲ ବେଙ୍ଗଲ ଟାଇଗ୍ରୀସ ବୋଲି କହିବା ସହିତ ସମର୍ଥନ ଜଣାଇଛି ଶିବସେନା। ବିଜେପିକୁ କଡ଼ା ଟକ୍କର ଦେବାକୁ ଶିବସେନା ରାଷ୍ଟ୍ରୀୟ ଜନତା ଦଳ ଏବଂ […]
ନୂଆଦିଲ୍ଲୀ: ଅପରିବର୍ତ୍ତିତ ରହିଲା ଇପିଏଫ୍ ସୁଧହାର। ୨୦୨୦-୨୧ ଆର୍ଥିକ ବର୍ଷରେ ୮ ଦଶମିକ ୫ ପ୍ରତିଶତ ହାରରେ ସୁଧ ପାଇବେ ଇପିଏଫ୍ ହିତାଧିକାରୀ। କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱାରଙ୍କ ଅଧ୍ୟକ୍ଷତାରେ EPFO ଟ୍ରଷ୍ଟି ବୈଠକର ଏହି ନିଷ୍ପତ୍ତି ନିଆଯାଇଛି। ଇପିଏଫ୍ଓର ଏହି ସୁପାରିଶକୁ ଅର୍ଥ ମନ୍ତ୍ରାଳୟ ଅନୁମୋଦନ କରିବା ପରେ ତାହା କାର୍ଯ୍ୟକାରୀ ହେବ। ୫ କୋଟି ଇପିଏଫ୍ ହିତାଧୀକାରୀଙ୍କ ପାଇଁ ଏହା ଖୁସୀ ଖବର। କାରଣ କରୋନା ପାଇଁ ଏବର୍ଷ ଇପିଏଫ ସୁଧ ହାର ହ୍ରାସ […]
ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ନିୟମକୁ ପୁଣିଥରେ କଡ଼ାକଡ଼ି କରିଛନ୍ତି। କେଉଁଠି ରାତ୍ରୀକାଳୀନ କର୍ଫ୍ୟୁ ଲାଗିଥିବା ବେଳେ ଅନ୍ୟ କେଉଁଠି ମାସ୍କ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି। ତେବେ ବି ଧୀରେ ଧୀରେ କରୋନା ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବ ଭଳି ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରେ ୯,୮୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ବିଗତ ୪ ମାସରେ ସର୍ବାଧିକ ହୋଇଛି। ସେହିଭଳି […]
ନୂଆଦିଲ୍ଲୀ: ଦେଶର ଅନ୍ୟ ସହରଗୁଡ଼ିକ ମଧ୍ୟରୁ ବେଙ୍ଗାଲୁରୁ ସହରରେ ଜୀବନଯାପନ କରିବା ସହଜ, ସରଳ ଓ ସୁବିଧାଯୋଗ୍ୟ। ସରକାରଙ୍କର ‘ଇଜି ଅଫ୍ ଲିଭିଂ ଇନ୍ଡେକ୍ସ ୨୦୨୦’(ଇଓଏଲ୍ଆଇ୨୦୨୦)ରେ ଏହା ଦର୍ଶାଯାଇଛି। ୧୧୧ ସହରକୁ ନେଇ ହୋଇଥିବା ଇଜ୍ ଅଫ୍ ଲିଭିଂ ଇଣ୍ଡେକ୍ସ ତାଲିକାରେ ବେଙ୍ଗାଲୁରୁ ସାର୍ବାଗ୍ରେ ରହିଥିବା ବେଳେ ଦ୍ୱିତୀୟରେ ପୁଣେ ଏବଂ ତୃତୀୟ ସ୍ଥାନରେ ଅହମଦାବାଦ ରହିଛି। ଏହି ତିନ ସହର ଜୀବନଯାପନ ପାଇଁ ଖୁବ୍ ସରଳ ଓ ଲୋକପ୍ରିୟ ହୋଇପାରିଛି। ଦଶ ଲକ୍ଷରୁ ଅଧିକ ଜନସଂଖ୍ୟା […]
କୋଲକାତା: ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଦୁର୍ବଳ ହେଉଛି ମମତାଙ୍କ ଦଳ। ଦଳର ଗୋଟିଏ ପରେ ଗୋଟିଏ ନେତା ଟିଏମ୍ସି ଛାଡ଼ି ବିଜେପିରେ ଯୋଗ ଦେଉଛନ୍ତି। ଆଜି ପୁଣି ୪ ଟିଏମ୍ସି ନେତା ବିଜେପିରେ ସାମିଲ ହୋଇଛନ୍ତି। ବିଧାନନଗର ମେୟର ଇନ୍ କାଉନ୍ସିଲ୍ ଦେବାଶିଷ ଜାନାଙ୍କ ସହିତ ଆନସୋଲ୍ର ତିନ କାଉନସିଲର ଆଜି ରାଜଧାନୀ କୋଲକାତାରେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଗତ ମଙ୍ଗଳବାର ଟିଏମ୍ସିର ଦୁଇଥର ବିଧାୟକ ହୋଇସାରିଥିବା ଟାଣୁଆ ନେତା […]
ଭୁବନେଶ୍ୱର: ସୋମବାର ଠାରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ କରୋନାଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତି ଓ ଏକାଧିକ ରୋଗ ଥିବା ୪୫ ବର୍ଷ ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଏହି ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ। ନିର୍ଦ୍ଧାରିତ ବର୍ଗର ଲୋକଙ୍କ ନାଁ ପଞ୍ଜୀକରଣ ପାଇଁ କୋ-ୱିନ୍ ଆପ୍ ୨.୦ ପୋର୍ଟାଲ୍ ଖୋଲାଯାଇଛି। ତେଣୁ ଲୋକମାନେ ଏହି ପୋର୍ଟାଲ୍ରେ ନା ପଞ୍ଜୀକରଣ କରି ଟିକା ନେଇପାରିବେ। ଏହି […]
ବେଙ୍ଗାଲୁରୁ: ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କର୍ଣ୍ଣାଟକା ଜଳ ସମ୍ପଦ ମନ୍ତ୍ରୀ ରମେଶ ଜାରକିହୋଲି। ଏନେଇ ଆଜି ସେ ତାଙ୍କ ଇସ୍ତଫା ପତ୍ର କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏକ କାନାଡ଼ା ନ୍ୟୁଜ୍ ଚ୍ୟାନେଲ୍ରେ ଜାରକୋହଲିଙ୍କର ଏକ ସିଡି କ୍ୟାସେଟ୍ ପ୍ଲେ କରାଯାଇଥିଲା। ଯେଉଁଥିରେ ଜାରକୋହଲି ଜଣେ ମହିଳାଙ୍କ ସହିତ ବୁଝାମଣା କରୁଥିବାର ଦେଖାଯାଉଛି। ତେବେ ଏହି ଭିଡିଓ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିବା ସହିତ […]
ଲସ୍ ଏଞ୍ଜେଲସ୍; ପ୍ରସିଦ୍ଧ ଗଲ୍ଫ ଖେଳାଳି ଟାଇଗର ଉଡ୍ସଙ୍କର କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ଲସ୍ ଏଞ୍ଜେଲସରେ ନିୟନ୍ତ୍ରଣ ହରାଇ ତାଙ୍କ କାର ରାସ୍ତା କଡ଼କୁ ଖସିପଡ଼ିଥିଲା। କାର୍ଟି ତଳକୁ ଖସିବା ପରେ ଦୁଇ ଚାରିଥର ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ଅଗ୍ନିଶମ ବାହିନୀ ଓ ପାରାମେଡିକାଲ ଷ୍ଟାଫ ଟାଇଗର ଉଡ୍ସଙ୍କୁ ତାଙ୍କ ଏସୟୁଭି କାରରୁ ଉଦ୍ଧାର କରି ମେଡିକାଲକୁ ନେଇଛନ୍ତି। ଏହି ଦୁର୍ଘଟଣାରେ ଅନ୍ୟ […]
ନୂଆଦିଲ୍ଲୀ: ପରିବେଷବିତ ଦିଶା ରବିଙ୍କୁ ମିଳିଲା ବେଲ୍। କୃଷକ ଆନ୍ଦୋଳନ ସମ୍ପର୍କିତ ଟୁଲ୍କିଟ ଘଟଣାରେ ଗିରଫ ହୋଇଥିବା ଦିଶାଙ୍କୁ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ବେଲ୍ ଦେଇଛନ୍ତି। ଟୁଲ୍କିଟ ଘଟଣାରେ ଦିଶାଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ଗିରଫ କରିଥିଲା ପୋଲିସ୍। ଏକ ଲକ୍ଷ୍ୟ ଟଙ୍କା ବେଲ୍ ବଣ୍ଡ ଓ ଦୁଇଟି ସିକ୍ୟୁରିଟି ସହିତ ଅତିରିକ୍ତ ସେସନ ବିଚାରପତି ଧର୍ମେନ୍ଦ୍ର ରାଣା ଦିଶାଙ୍କ ବେଲ୍ ଅର୍ଡର୍କୁ ପାସ୍ କରିଛନ୍ତି। ଏନେଇ ବିଚାରପତି କହିଛନ୍ତି “ତଦନ୍ତରେ ଦୁର୍ବଳତା ଦେଖି […]
ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ ଦିଲ୍ଲୀ ଲାଲ୍ କିଲାରେ କୃଷକ ଟ୍ରାକ୍ଟର ରାଲିରେ ହୋଇଥିବା ହିଂସା ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍। ଗିରଫ ଅଭିଯୁକ୍ତ ଜଣକ ଲାଲ୍ କିଲା ଖଣ୍ଡା ବୁଲାଉଥିବା ମନିନ୍ଦର ସିଂହ(ଛଦ୍ମନାମ) ପଛରେ ଖଣ୍ଡା ଧରି ଛିଡ଼ା ହୋଇଥିବା ଦେଖାଯାଇଥିଲା। ମନିନ୍ଦର ସିଂହ(ଛଦ୍ମନାମ)ଙ୍କୁ ଗିରଫ କରିବାରେ ସପ୍ତାହ ପରେ ଆଜି ଜସପ୍ରୀତକୁ(ଛଦ୍ମନାମ)କୁ ଗିରଫ କରିଛି ପୋଲିସ୍। ମନିନ୍ଦର ସିଂହଙ୍କୁ ଗିରଫ କରିବା ପରେ ତାଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିବାରୁ […]
ମୁଜାଫରନଗର: ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ମାର୍ପିଟ ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି। ସୋମବାର ଉତ୍ତରପ୍ରଦେଶ ମୁଜାଫରନଗର ଜିଲ୍ଲାରେ ଏପରି ଘଟଣା ସାମ୍ନାକୁ ଆସିଛି। ମିଳିଥିବା ରିପୋର୍ଟ ଅନୁସାରେ, ଉଭୟପକ୍ଷରୁ ନାରାବାଜୀ ହୋଇଛି ମାର୍ପିଟ ହୋଇଥିଲା। ଏନେଇ ରାଷ୍ଟ୍ରୀୟ ଲୋକ ଦଳ(RDL) ନେତା ଜୟନ୍ତ ଚୌଧୁରୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏନେଇ ସେ ଟ୍ୱିଟ୍ କରି ଲେଖିଛନ୍ତି “ ବିଜେପି କର୍ମୀ ଓ କୃଷକଙ୍କ ମଧ୍ୟରେ ସାରୋମ ଗାଁରେ ଏକ ବିବାଦ ଉପୁଜିବାରୁ […]
ମୁମ୍ବାଇ: ମୁମ୍ବାଇର ଏକ ହୋଟେଲ୍ରୁ ଉଦ୍ଧାର ହେଲା ସାଂସଦଙ୍କ ମୃତଦେହ। ଦାଦ୍ରା ନଗର ହାବେଳିରୁ ୭ଥର ସାଂସଦ ହୋଇଥିବା ମୋହନ ଡେଲ୍କରଙ୍କର ମୃତଦେହ ମୁମ୍ବାଇର ମରିନ ଡ୍ରାଇଭ୍ରେ ଥିବା ଏକ ହୋଟେଲ୍ରୁ ଉଦ୍ଧାର କରାଯାଇଛି। ମୋହନ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ୍ ସନ୍ଦେହ କରୁଛି। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଲିସ ତାଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ମୋହନଙ୍କର ମୃତଦେହ ମିଳିଥିବା ଖବର […]
ମୁମ୍ବାଇ: ଚଳିତ ବର୍ଷ ବିଭିନ୍ନ ବର୍ଗରେ ଭାରତୀୟ ସିନେ ଜଗତର ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍କେ ଅନ୍ତର୍ଜାତୀୟ ଫିଲ୍ମ ପୁରସ୍କାର ଘୋଷଣା କରାଯାଇଛି। ଆୱାର୍ଡର ୫ମ ସଂସ୍କରଣରେ ବେଷ୍ଟ ଫିଲ୍ମ, ଟେଲିଭିଜନ୍, ମ୍ୟୁଜିକ ଏବଂ ଅନ୍ୟାନ୍ୟ ବର୍ଗରେ ପୁରସ୍କାର ଘୋଷଣା କରାଯାଇଛି। ଗତ ବର୍ଷର ଦମ୍ଦାର କାର୍ଯ୍ୟ ପାଇଁ ଦୀପିକା ପାଦୁକୋନ, ଅକ୍ଷୟ କୁମାର, ଏବଂ ସୁଶ୍ମିତା ସେନ୍, ସୁଭ୍ରୀ ଚନ୍ଦନା ଏବଂ ନୋରା ଫତେହ ଦାଦା ସାହେବ ଫାଲ୍କେ ପୁରସ୍କାର ପାଇଛନ୍ତି। View […]
ମମ୍ବାଇ: ତୈଳ ଦର ବୃଦ୍ଧି ଉପରେ ବଲିଉଡ୍ ଷ୍ଟାର୍ ଅକ୍ଷୟ କୁମାର ଓ ଅମିତାଭ ବଚ୍ଚନଙ୍କ ନିରବତାକୁ ନେଇ ଆଜି ପୁଣିଥରେ ବର୍ଷିଛନ୍ତି ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲେ। ଅକ୍ଷୟ ଓ ଅମିତାଭ ପ୍ରକୃତ ହିରୋ ନୁହଁନ୍ତି ବୋଲି କହି ଦୁଇ ସୁପର ଷ୍ଟାର୍ଙ୍କୁ ସମାଲୋଚନା କରିଛନ୍ତି ପାଟୋଲେ। ଏଥିସହିତ ଏହି ଦୁଇ କଳାକାରଙ୍କର ଫିଲ୍ଲ ଯେଉଁଠି ରିଲିଜ୍ ହେବ ସେଠାର କଂଗ୍ରେସ କଳା ପାତାକା ଦେଖିବ ବୋଲି ପାଟୋଲେ ଚେତାବନୀ ଦେଇଛନ୍ତି। ସେ ଆହୁରି […]