• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆଜି ବିଶ୍ୱ ବ୍ୟାଘ୍ର ଦିବସ ।

  • ବାଘ ବଂଶ ବୃଦ୍ଧି ଉପରେ ସବୁଠି ଦିଆଯାଉଛି ଗୁରୁତ୍ୱ ।

  • ବାଘର ଉପସ୍ଥିତି ସେ ଅଞ୍ଚଳରେ ଉତ୍କ୍ରୁଷ୍ଟ ଜୈବ ବିବିଧତାକୁ ଦର୍ଶାଏ ।

ଭୁବନେଶ୍ୱର: ଆଜି ବିଶ୍ୱ ବ୍ୟାଘ୍ର ଦିବସ । ଜୈବ ବିବିଧତା ରକ୍ଷା ପାଇଁ ବାଘ ବଂଶ ବୃଦ୍ଧି ଉପରେ ସବୁଠି ଦିଆଯାଉଛି ଗୁରୁତ୍ୱ । କୌଣସି ଅଞ୍ଚଳରେ ବାଘର ଉପସ୍ଥିତି ସେ ଅଞ୍ଚଳରେ ଉତ୍କ୍ରୁଷ୍ଟ ଜୈବ ବିବିଧତାକୁ ଦର୍ଶାଇଥାଏ । ବ୍ୟାଘ୍ର ଦିବସ ଅବସରରେ ଆଜି ନନ୍ଦନକାନନରେ ଆୟୋଜିତ ହୋଇଯାଇଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ । ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ଖୁବଶୀଘ୍ର ଆରମ୍ଭ ହେବ ନୂଆ ପଦ୍ଧତି ।

୨୦୧୮ ମସିହାରେ ରାଜ୍ୟରେ ବାଘ ଗଣନା ବେଳେ ସଂଖ୍ୟା ଥିଲା ୨୮ । ହେଲେ ଏହାପରଠୁ ବାଘ ସଂଖ୍ୟା ବଢିଛି କି ନାହିଁ ଗଣନା ପରେ ସ୍ପଷ୍ଟ ହେବ । ହେଲେ ୨୦୦୪ ଗଣନାରେ ରାଜ୍ୟରେ ବାଘ ସଂଖ୍ୟା ୧୯୨ ଥିବା ବେଳେ ତାପରଠୁ ସଂଖ୍ୟା କମିଛି । ପୂର୍ବରୁ ରାଜ୍ୟର ୧୫ଟି ଡିଭିଜନରେ ବାଘ ଗଣନା କରାଯାଉଥିଲା ବେଳେ ଏଥର ଗଣନା ପାଇଁ ଆଉ କିଛି ଡିଭିଜନକୁ ସାମିଲ କରାଯାଉଛି । ରାଜ୍ୟରେ ବାଘ ସଂଖ୍ୟା ଜାଣିବାକୁ ପ୍ରତି ୪ ବର୍ଷରେ ଥରେ ଗଣନା ହୋଇଥାଏ ।

ସେପଟେ ଓଡ଼ିଶାରେ ଶିମିଳିପାଳ ଓ ସାତକୋଶିଆ ପରେ ସୁନାବେଡ଼ା ଜଙ୍ଗଲକୁ ବାଘ ଅଭୟାରଣ୍ୟ ମାନ୍ୟତା ଦେବାକୁ ଉଦ୍ୟମ ଜାରି ରହିଛି । ଏଥିପାଇଁ ଏନଟିସିଏର ଷ୍ଟାଣ୍ଡାର୍ଡ ପୂରଣ କରିବା କାର୍ଯ୍ୟ ଜାରି ରହିଛି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶିଶିର ରଥ । ଶିମିଳିିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ଯୋଜନା । ଅପରାଧୀଙ୍କ ନେଟୱାର୍କ ବଢ଼ିଥିବା ସ୍ୱୀକାର କରିବାକୁ ହେବ କହିଲେ PCCF । ବାଘ ସଂଖ୍ୟା ଠିକ୍ ରହିଲେ ଜୈବ ବିବିଧତା ଠିକ୍ ଅଛି ଧରାଯିବ ।

ତେବେ ଦିନକୁ ଦିନ ବାଘଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏହି ବ୍ୟାଘ୍ର ଦିବସ ପାଳନ ଆରମ୍ଭ କରାଯାଇଥିଲା । ୨୦୧୦ରେ ସେଣ୍ଟ ପିଟର୍ସବର୍ଗରେ ଅନୁଷ୍ଠିତ ହୋଇଥିବା ବ୍ୟାଘ୍ର ସମ୍ମିଳନୀରେ ଜୁଲାଇ ୨୯କୁ ବ୍ୟାଘ୍ର ଦିବସ ରୂପେ ଘୋଷଣା କରାଯାଇଥିଲା । ଘଞ୍ଚ ଜଙ୍ଗଲ କମିବା ଯୋଗୁଁ ବାଘ ସଂଖ୍ୟା ମଧ୍ୟ କମୁଛି ବୋଲି କୁହାଯାଇପାରେ । ପରିବେଶ ସନ୍ତୁଳନ ରକ୍ଷା ପାଇଁ ବାଘଙ୍କ ସଂରକ୍ଷଣ ଜରୁରୀ । ଏଥିପାଇଁ ବାଘ ରହୁଥିବା ପରିବେଶକୁ ସୁରକ୍ଷିତ ରଖିବା ଦିଗରେ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ହେଉଛି ବ୍ୟାଘ୍ର ଦିବସ ପାଳନର ଲକ୍ଷ୍ୟ ।

ପରିବେଶ ସନ୍ତୁଳନରେ ବାଘର ଗୁରୁତ୍ତ୍ୱକୁ ଦେଖି ୧୯୭୩ରେ ଇନ୍ଦିରା ଗାନ୍ଧିଙ୍କ ସରକାରଙ୍କ ତରଫରୁ ଭାରତରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ଅନେକ ସଚେତନତା କାର୍ଯ୍ୟକ୍ରମ ହେଉଛି ।