• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ବନ୍ୟା ବିପଦ । ଦିଲ୍ଲୀ-ଏନସିଆର ସହିତ ପାହାଡ ଉପରେ ପ୍ରବଳ ବର୍ଷା ହେତୁ କୂଳ ଖାଉଛି ଯମୁନା ନଦୀ । ବୁଧବାର ଦିନ ହରିୟାଣାର ଯମୁନା ନଗରର ହାଥିନି କୁଣ୍ଡ ବ୍ୟାରେଜରୁ ଦିଲ୍ଲୀ ଆଡକୁ ପ୍ରାୟ ୧ ଲକ୍ଷ ୫୯ ହଜାର କ୍ୟୁସେକ୍ ଜଳ ଛଡ଼ାଯାଇଛି । ଫଳରେ ଯମୁନା ନଦୀର ଜଳ ସ୍ରୋତ ତୀବ୍ର ହୋଇଯାଇଛି । ବିପଦ ସଙ୍କେତ ଉପରେ ରହିଛି ନଦୀର ଜଳସ୍ତର । ତେବେ ଆଗକୁ ଦିଲ୍ଲୀରେ ଯମୁନାଙ୍କ ଜଳ ସ୍ତର ଆହୁରି ବଢ଼ିପାରେ ବୋଲି କୁହାଯାଉଛି ।

ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାରୁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ପ୍ରସ୍ତୁତ ରହିଛି । ବର୍ତ୍ତମାନ ବର୍ଷା ବଢ଼ୁଥିବାରୁ ଯମୁନାର ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବିଭିନ୍ନ ଅଞ୍ଚଳରେ ଡଙ୍ଗାରେ ଲୋକଙ୍କୁ ସ୍ଥାନନ୍ତର କରାଯାଇଛି । ବନ୍ୟା ପ୍ରବଣ ଅଞ୍ଚଳରୁ ଲୋକଙ୍କୁ ରାଜ୍ୟ ସରକାରଙ୍କ ଆଶ୍ରୟ ଗୃହକୁ ରଖାଯାଇଛି । DDMA, ବୋଟ କ୍ଲବ ଓ NDRF ହାଇ ଆଲର୍ଟରେ ଅଛନ୍ତି ।

ବୁଧବାର ଦିନ ହାଥନି କୁଣ୍ଡ ବ୍ୟାରେଜରୁ ଦିଲ୍ଲୀ ଆଡକୁ ପାଣି ଛଡ଼ାଗଲା ପରେ ଯମୁନା ନଦୀର ଜଳସ୍ତର ବଢ଼ିବା ନେଇ ଆଶଙ୍କା କରାଯାଉଥିଲା । କାରଣ ହାଥନି କୁଣ୍ଡ ବ୍ୟାରେଜରୁ ଛଡ଼ାଯାଇଥିବା ଜଳ ପାଇଁ ଯମୁନା ନଦୀର ଜଳ ସ୍ତର ବଢ଼ିବା ଏକ ପ୍ରକାର ଥୟ ଥିଲା । ଏଥି ସହିତ ଲଗାତାର ବର୍ଷା ଏବଂ ଜଳସ୍ତର ବୃଦ୍ଧି ହେତୁ ଦିଲ୍ଲୀ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛି । ତୃତୀୟ ଦିନ ପାଇଁ ଦିଲ୍ଲୀ-ଏନସିଆରରେ ମଧ୍ୟମ ବର୍ଷା ପାଇଁ ପାଣିପାଗ ବିଭାଗ ଶୁକ୍ରବାର ଦିନ ' ଅରେଞ୍ଜ ଆଲର୍ଟ' ଜାରି କରିଛି । ଶୁକ୍ରବାର ସକାଳ ପ୍ରାୟ ୯.୦୦ ସମୟରେ ଯମୁନାର ଜଳ ସ୍ତର ୨୦୫.୧୦ ମିଟର ଥିଲା ଯାହା ବିପଦ ସଙ୍କେତ ନିକଟତର ହୋଇଛି ।