• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମାଟି ଅତଡ଼ା ଖସି ପୋତି ହେଲା ବସ୍ ଓ କାର,

  • ୪୦ ଜଣ ମାଟି ତଳେ ଫସିଥିବା ଆଶଙ୍କା

  • ଅନେକ ଗାଡି ସୁଟଲେଜ ନଦୀରେ ଖସି ପଡିଛି

କିନଉର : କିନ୍ନୌରରେ ବଡ଼ ଧରଣର ଭୂସ୍ଖଳନ । ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି । ଏବେ ମାଟି ତଳେ ୪୦ରୁ ଅଧିକ ଲୋକ ଫସିଯିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । 

କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଜୁରି ରୋଡରେ ନିଗୁଲସେରି ଏବଂ ଚୌରା ମଧ୍ୟରେ ହଠାତ୍ ଏକ ବିରାଟ ପାହାଡ଼ ଧସିଯାଇଥିଲା । ଯେଉଁଥିରେ ଏକ HRTC ବସ୍ ଏବଂ ଅନକେ ଗାଡ଼ି ମାଟି ଅତଡ଼ା ପରେ ପୋତି ହୋଇ ଯାଇଥିଲା । ବସ୍‌ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କିନ୍ନୌରରୁ ହରିଦ୍ୱାର ଯାଉଥିଲା । ତେବେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି । ସକାଳ ପ୍ରାୟ ୧୨.୪୫ରେ ଏହି ଘଟଣା ଘଟିଛି । ଭୂସ୍ଖଳନ ପରେ ନିକଟସ୍ଥ ଜାତୀୟ ରାଜପଥ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।

ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି । ଡ୍ରାଇଭରଙ୍କ କହିବା ଅନୁସାରେ, ଭୂସ୍ଖଳନ ଯୋଗୁଁ କେତେକ ଗାଡି ସୁଟଲେଜ ନଦୀରେ ପଡ଼ିଯାଇଥିଲେ । ବର୍ତ୍ତମାନ NDRFର ୨୫ଜଣ ସଦସ୍ୟଙ୍କ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ କ୍ରମାଗତ ଭାବେ ପଥର ଓ ମାଟି ଅତଡ଼ା ଖସି ପଡୁଛି, ଯେଉଁଥିପାଇଁ ପ୍ରଶାସନ ଓ ପୋଲିସ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

|