• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • JSW ଫାଉଣ୍ଡେସନ କରିବ ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ ।

  • ଦୁଇଟି ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ କାମର ତଦାରଖ କରିବ JSW ଫାଉଣ୍ଡେସନ ।

ଶ୍ରୀନଗର: କାଶ୍ମୀରରେ ଥିବା ଦୁଇଟି ମୋଗଲ ଗାର୍ଡେନର ରକ୍ଷଣା ବେକ୍ଷଣ କାମର ତଦାରଖ କରିବ ମୁମ୍ବାଇର JSW ଫାଉଣ୍ଡେସନ । ଏନେଇ ଜାମ୍ମୁ ଓ କାଶ୍ମୀର ପ୍ରଶାସନ ସହ JSW ଫାଉଣ୍ଡେସନ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ମୋଗଲ ଗାର୍ଡେନର ଇନଚାର୍ଜ ଥିବା ଜାଭେଦ୍ ଅହମ୍ମଦ ମସୋଦି ଏହି ସୂଚନା ଦେଇଛନ୍ତି ।

JSW ଫାଉଣ୍ଡେସନ୍ ଏନେଇ ଜାମ୍ମୁ ଓ କାଶ୍ମୀର ସରକାରଙ୍କୁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବ । ଶ୍ରୀନଗର, ସାଲିମାର ସମେତ ନିଶତ ଗାର୍ଡେନର ମଧ୍ୟ ଦାୟିତ୍ୱ ନେବ ଏହି ଫାଉଣ୍ଡେସନ । ସରକାରଙ୍କ ପକ୍ଷରୁ ନିଯୁକ୍ତ କନସଲଟାଣ୍ଟ ଏହାର କାର୍ଯ୍ୟ ତଦାରଖ କରିବେ ବୋଲି ଉଭୟଙ୍କ ମଧ୍ୟରେ ସହମତି ହୋଇଛି ।

ସେପଟେ କାଶ୍ମୀରରେ ଥିବା ଐତିହ୍ୟ କିର୍ତ୍ତୀରାଜିର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଯେ କୌଣସି କର୍ପୋରେଟ୍ ସଂସ୍ଥା ସାହାଯ୍ୟ ଓ ସହଯୋଗ ଦେଇପାରିବେ । ବର୍ଷେ କିମ୍ବା ଦୁଇ ବର୍ଷ ପାଇଁ କର୍ପୋରେଟ୍ ହାଉସ ଏହି ଦାୟିତ୍ୱ ନେଇପାରିବେ ବୋଲି ମୋଗଲ ଗାର୍ଡେନ ଦାୟିତ୍ୱରେ ଥିବା ଅଧିକାରୀ ଦୋହରାଇଛନ୍ତି ।

ଜାମ୍ମୁ ସରକାରଙ୍କ ଏହି ନିଷ୍ପତ୍ତିକୁ ପର୍ଯ୍ୟଟକ ଏବଂ କାଶ୍ମୀରବାସୀ ସ୍ୱାଗତ କରିଛନ୍ତି । ଏହି ଦୁଇ ଚର୍ଚ୍ଚିତ ଗାର୍ଡେନ କାଶ୍ମୀରର ପରିଚୟ ଏବଂ ଗର୍ବ ଓ ଗୌରବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ବର୍ତ୍ତମାନର ରାଜନୈତିକ ଅସ୍ଥିରତା ଯୋଗୁଁ ବିକାଶ କାମରେ ବାଧା ସୃଷ୍ଟି ହେଉଥିବା ମତ ପ୍ରକାଶ ପାଇଛି ।