• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କିନ୍ନୌର : ହିମାଚଳ ପ୍ରଦେଶ କିନ୍ନୌରରେ ଗତକାଲି ଘଟିଥିବା ଭୂସ୍ଖଳନରେ ଏବେ ଯାଏ ୧୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ୧୩ ଜଣଙ୍କୁ ସୁରକ୍ଷିତ ଭାବେ ରେସକ୍ୟୁ ଟିମ୍ ଉଦ୍ଧାର କରିଛନ୍ତି । ଏବେ ବି ଘଟଣା ସ୍ଥଳରେ ଆଇଟିବିପି ଯବାନ, NDRF ଓ CISF ଟିମ୍ ସମେତ ସ୍ଥାନୀୟ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।

ଆଇଟିବିପିର ସୂଚନା ଅନୁସାରେ ଗତକାଲି ଦିନ ଗୋଟାଏ ବେଳେ ହିମାଚଳ ପ୍ରଦେଶ କାନ୍ନୌର ନୁଗାଲସରି ରିକଙ୍ଗ ପିଓ-ସିମଲା ଜାତୀୟ ରାଜପଥରେ ଏହି ଭୂସ୍ଖଳନ ହୋଇଥିଲା । ରାସ୍ତାରେ ଯାଉଥିବା ଏକ ସରକାରୀ ବସ୍ ଉପରେ ମାଟି ଅତଡ଼ା ଧସିବାରୁ ଏହା ଚାପି ହୋଇ ରହିଛି । ହିମାଚଳ ରୋଡ୍ ଟ୍ରାନ୍ସପୋର୍ଟ କର୍ପୋରେସନ HRTCର ଏହି ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ସେହିଭଳି ଏକ ଟ୍ରକ୍ ସମେତ ଅନ୍ୟ କିଛି ଗାଡ଼ି ମଧ୍ୟ ମାଟି ଅତଡ଼ା ତଳେ ପୋତି ହୋଇ ରହିଛି ।

ସେପଟେ ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା ରହିଥିବାରୁ ମେସିନ୍ ଲଗାଇ ଏହାକୁ ହଟାଇବାକୁ ଉଦ୍ୟମ ଚାଲିଛି । ରିକଙ୍ଗ ପିଓ ଓ ସିମଲା ଜାତୀୟ ରାଜପଥ ଅବରୋଧ ହୋଇ ରହିଛି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ସହ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଥିଲା । ମଧ୍ୟାହ୍ନ ପ୍ରାୟ ୧୨.୪୫ରେ ଏହି ଘଟଣା ଘଟିଥିଲା । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିଲା । ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କିନ୍ନୌରରୁ ହରିଦ୍ୱାର ଯାଉଥିଲା ବସ୍ । ତେବେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂସ୍ଖଳନ ପରେ ନିକଟସ୍ଥ ଜାତୀୟ ରାଜପଥ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା ।