• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବସ୍ତିର ଜାତୀୟ ରାଜପଥ ୨୮ରେ ଭୟଙ୍କର ସଡ଼କ ଦୁର୍ଘଟଣା

  • ଦୁର୍ଘଟଣାରେ କଣ୍ଟେନର ପଛରେ ପଶିଗଲା

ବସ୍ତି : ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ । ଉତ୍ତରପ୍ରଦେଶର ବସ୍ତିର ଜାତୀୟ ରାଜପଥ ୨୮ର ପୁରୈନା ଛକରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କଣ୍ଟେନର ପଛରେ କାର ପଶିଯାଇଛି । କାରକୁ ଦେଖିଲେ ଦୁର୍ଘଟଣାର ଭୟାବହତା ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ୁଛି । କାରଟି ଲକ୍ଷ୍ନୌ ଆଡ଼ୁ ତୀବ୍ର ବେଗରେ ବସ୍ତି ଅଭିମୁଖେ ମାଡ଼ି ଆସୁଥିଲା । କାରରେ ମୋଟ ୭ ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ଘଟଣାସ୍ଥଳରୁ ଜଣେ କୁନି ଝିଅକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଅନ୍ୟପଟେ ଅନ୍ୟ ଜଣକ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିବା ପାଇଁ ବହୁ ଉଦ୍ୟମ କରିବାକୁ ପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ପୂରା କଣ୍ଟେନର୍ ଭିତରକୁ ପଶିଯାଇଛି । ଫଳରେ ମୃତ ଦେହ ବାହାର କରିବକୁ ଗ୍ୟାସ କଟରରେ କାରକୁ କଟାଯାଇଥିଲା । ପରେ ଶବଗୁଡ଼ିକୁ ଗୋଟିଏ ପରେ ଗୋଟିଏ ବାହାରକୁ ନିଆଯାଇଥିଲା । ମୃତଦେହ ଉଦ୍ଧାର ପରେ ପୋଷ୍ଟମୋଟମ ପାଇଁ ପଠାଇଛି ପୋଲିସ୍ । ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହା ବ୍ୟତୀତ ଏକ କୁନି ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ବସ୍ତିରେ ସଡ଼କ ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।