• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଫରହାନ ଅଖତରଙ୍କ ଫିଲ୍ମ ‘ଜୀ ଲେ ଜରା’

  • ଏକାଠି ନଜର ଆସିବେ ବଲିଉଡର ତିନି ଟପ୍ ଅଭିନେତ୍ରୀ

ମୁମ୍ବାଇ: ବଡ଼ ପରଦାରେ ଏକାଠି ନଜର ଆସିବେ ବଲିଉଡର ତିନି ଟପ୍ ଅଭିନେତ୍ରୀ । ଫରହାନ ଅଖତରଙ୍କ ଫିଲ୍ମ ‘ଜୀ ଲେ ଜରା’ରେ ଏକାଠି ଅଭିନୟ କରିବେ କ୍ୟାଟ୍ରିନା କୈଫ୍,ପ୍ରିୟଙ୍କା ଚୋପ୍ରା ଓ ଆଲିଆ ଭଟ୍ଟ । ଏନେଇ ମଙ୍ଗଳବାର ସୋସିଆଲ ମିଡିଆରେ ଘୋଷଣା କରାଯାଇଛି । ଏହି ଫିଲ୍ମର କାହାଣୀ ୩ ଜଣ ଯୁବତୀଙ୍କ ଉପରେ ପର୍ଯ୍ୟବେସିତ । ୩ ଜଣ ଯୁବତୀ ଏକ ରୋଡ ଟ୍ରିପରେ ବାହାରୁଛନ୍ତି। ଆଉ ସେମାନଙ୍କ ଚରିତ୍ର ଉପରେ ଫିଲ୍ମର କାହାଣୀ ଗତିଶୀଳ ହେଉଛି। ଏହି ଫିଲ୍ମର ନିର୍ଦେଶନା ଦେଉଛନ୍ତି ଅଭିନେତା ତଥା ନିର୍ଦେଶକ ଫରହାନ ଅଖତର । ଏହାଛଡା ଫିଲ୍ମର ଘୋଷଣା ପରେ କ୍ୟାଟ୍ରିନା, ପ୍ରିୟଙ୍କା ଓ ଆଲିଆ ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଫିଲ୍ମ ପାଇଁ ଏହି ତିନି ଅଭିନେତ୍ରୀଙ୍କ ସିଡ୍ୟୁଲ୍ ମିଶୁ ନ ଥିବା ବେଳେ ତିନି ଜଣଙ୍କୁ ମିଶାଇବା ଲାଗି ୩ ବର୍ଷ ସମୟ ଲାଗିଥିଲା।

କ୍ୟାଟ୍ରିନା ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ ‘ଏହି ଝିଅମାନଙ୍କୁ ସେ ବହୁତ ଭଲ ପାଆନ୍ତି ଓ ପରସ୍ପରଙ୍କ ନିକଟରେ ରହିବା ସବୁବେଳେ ମଜାଦାର ହୋଇଥାଏ’ । ସେହିପରି ଆଲିଆ ଭଟ୍ଟ ମଧ୍ୟ ଫିଲ୍ମକୁ ନେଇ ଲେଖିଛନ୍ତି ଯେ ‘ଦୁଇ ବର୍ଷ ପୂର୍ବେ ତିନି ଜଣ ଯୁବତୀ ଗୋଟିଏ ସ୍ୱପ୍ନ ପାଇଁ ଏକାଠି ହୋଇଥିଲେ’ । ଆଲିଆଙ୍କ ପୋଷ୍ଟ ଉପରେ ଫରହାନ ଅଖତର ପ୍ରତିକ୍ରିୟା ଦେଇ ଲେଖିଛନ୍ତି କାଲିଠାରୁ ସେ ସୁଟିଂ ଆରମ୍ଭ କରିବାକୁ ଚାହୁଁଛନ୍ତି । ପ୍ରିୟଙ୍କା ମଧ୍ୟ ୩ ଜଣଙ୍କର ଏକ ଫଟୋ ଶେୟାର କରି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ସୂଚନା ଅନୁସାରେ ଆଗରୁ ଫରହାନ ଅଖତର ଜିନ୍ଦେଗୀ ନା ମିଲେଗି ଦୋବାରା ଫିଲ୍ମରେ ଅଭିନୟ କରିଥିଲେ ଯାହା କି ରୋଡ ଟ୍ରିପ ଓ ତିନି ସାଙ୍ଗଙ୍କ ଉପରେ ଆଧାରିତ ହୋଇଥିଲା । ଏହି ସିନେମା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।

ସୂଚନା ଥାଉ କି ରୀତେଶ ସିଧୱାନି ଓ ଫରହାନ ଅଖତରଙ୍କ ପ୍ରଯୋଜନା ସଂସ୍ଥାର ୨୦ ବର୍ଷ ପୂର୍ତ୍ତି ଅବସରରେ ଫିଲ୍ମର ଘୋଷଣା କରାଯାଇଥିଲା । ଫିଲ୍ମର କାହାଣୀ ଫରହାନ ଅଖତର, ଜୋୟା ଅଖତର ଓ ରୀମା କାଗତି ଲେଖିଛନ୍ତି । ତେବେ ଫିଲ୍ମରେ ପ୍ରଥମଥର ଏହି ତିନି ଅଭିନେତ୍ରୀଙ୍କୁ ଏକାଠି ଦେଖିବା ମିଳିବ ଏ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢି ଯାଇଛି । ଫିଲ୍ମର ପ୍ରଯୋଜକ ଓ ନିର୍ଦ୍ଦେଶକ ମଧ୍ୟ ଫିଲ୍ମର ସଫଳତାକୁ ନେଇ ଆଶାୟୀ ଅଛନ୍ତି