• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : କଂଗ୍ରେସର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ୍ ଲକ୍ ।  ଟ୍ୱିଟର ଏବଂ କଂଗ୍ରେସ ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ହ୍ୟାଣ୍ଡେଲ୍ ପରେ ଏବେ କଂଗ୍ରେସ ଦଳର ଟ୍ୱିଟର ଟ୍ୱିଟର ହ୍ୟାଣ୍ଡେଲକୁ ମଧ୍ୟ ଲକ୍ କରାଯାଇଛି । ଗୁରୁବାର ଦିନ ଟ୍ୱିଟର ହ୍ୟାଣ୍ଡେଲ୍ ଲକ କରାଯାଇଥିବା କଥା କହିଛି କଂଗ୍ରେସ । ଏହି ସୂଚନା କଂଗ୍ରେସ ଦ୍ୱାରା ଫେସବୁକରେ ଦିଆଯାଇଛି ।

ଆଗାମୀ ସମୟରେ ସଂଗ୍ରାମ ଜାରି ରହିବ । ଯେତେବେଳେ ଆମର ନେତାମାନଙ୍କୁ ଜେଲରେ ରଖାଗଲା, ସେତେବେଳେ ଆମେ ଭୟଭୀତ ହୋଇନଥିଲୁ । ତେବେ ବର୍ତ୍ତମାନ ଟ୍ୱିଟର ବ୍ଲକ୍ କରିଦେଲେ ଭୟ କାହିଁକି କରିବୁ ବୋଲି କୁହାଯାଇଛି । ’ଆମେ କଂଗ୍ରେସ, ଲୋକଙ୍କ ବାର୍ତ୍ତା ’, ଆମେ ଲଢ଼ିବୁ, ଲଢ଼େଇ ଜାରି ରଖିବୁ । ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରିବା ଯଦି ଅପରାଧ, ତେବେ ଆମେ ଏହି ଅପରାଧକୁ ଶହେ ଥର କରିବୁ ବୋଲି କହିଛି କଂଗ୍ରେସ । ଜୟ ହିନ୍ଦ, ସତ୍ୟମେବ ଜୟତେ।

ସେପଟେ ଏନେଇ ଟ୍ୱିଟର ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । କଂଗ୍ରେସ ନେତାମାନେ ନିୟମ ଉଲ୍ଲଂଘନ କରିଥିବା କୁହାଯାଇଛି । କୌଣସି ନେତା ତାଙ୍କର ବିବାଦୀୟ ଟ୍ୱିଟକୁ ଡିଲିଟ କରିନାହାଁନ୍ତି । ଏନସିପିସିଆର ଅଭିଯୋଗ ପରେ ଟ୍ୱିଟର ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସୂଚନାଯୋଗ୍ୟ ଦିଲ୍ଲୀରେ ଜଣେ ନଅ ବର୍ଷର ବାଳିକାକୁ ଦୁଷ୍କର୍ମ ଓ ହତ୍ୟା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ତାଙ୍କ ପରିବାରକୁ ଭେଟିଥିଲେ । ଏହି ବୈଠକର ଫଟୋ ରାହୁଲ ଗାନ୍ଧୀ ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେୟାର କରିଥିଲେ । ଏହା ପରେ ରାହୁଲ ଗାନ୍ଧୀଙ୍କ ହ୍ୟାଣ୍ଡଲକୁ ସସପେଣ୍ଡ୍ କରାଯାଇଥିଲା ଏବଂ ପରେ ବ୍ଲକ୍ କରି ଦିଆଯାଇଥିଲା । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ରଣଦୀପ ସୁରଜୱାଲା, ଅଜୟ ମାକେନ୍, ସୁସ୍ମିତା ଦେବ ପରି ଅନେକ କଂଗ୍ରେସ ନେତାଙ୍କ ଆକାଉଣ୍ଟ ମଧ୍ୟ ବ୍ଲକ୍ ହୋଇଯାଇଥିଲା।

ତେବେ ଏ ପ୍ରସଙ୍ଗରେ ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛି କଂଗ୍ରେସ । ସରକାରଙ୍କ ଚାପରେ ଟ୍ୱିଟର ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ନିକଟରେ ଦିଲ୍ଲୀର ଟ୍ୱିଟର କାର୍ଯ୍ୟାଳୟ ବାହାରେ ବିରୋଧ କରିଥିଲା ଯୁବ କଂଗ୍ରେସ ।