Advertisment

ଟିକା ସମସ୍ୟାର ସମାଧାନ ହେବ କେବେ?

ଟିକା ଡୋଜ୍ ତୁଳନାରେ ଲୋକ ସଂଖ୍ୟା ଅଧିକ। ଏଣୁ ଠେଲାପେଲା ପରିସ୍ଥିତି ଦେଖା ଦେଉଛି। ଆଉ କେଉଁଠି ଦ୍ୱିତୀୟ ଡୋଜ୍ ଲାଗି ଟିକା କେନ୍ଦ୍ରକୁ ଧାଇଁ ଧାଇଁ ନିରାଶ ହୋଇ ଫେରୁଛନ୍ତି ଲୋକେ। ପୁଣି କେଉଁଠି ବନ୍ଦ ପଡ଼ିଥିବା ଟିକାକରଣ କେନ୍ଦ୍ର ଆଗରେ ବି କମୁନି ଭିଡ଼। କୋଭିଡ୍ ଟିକାର ଅଭାବକୁ ନେଇ ନିଇତି ଏମିତି ଚିତ୍ର ଆସୁଥିବା ବେଳେ, ଏବେ ଦେଖାଦେଇଛି ଆଶାର କିରଣ।

author-image
Sarbeswar
ଟିକା ସମସ୍ୟାର ସମାଧାନ ହେବ କେବେ?

Corona

ନୂଆଦିଲ୍ଲୀ: କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସ ଆଣ୍ଡ୍‌ ମ୍ୟାଚ୍ ଟ୍ରାଏଲ୍ ବା ମିଶ୍ରଣ ପରୀକ୍ଷାକୁ DCGI ଅନୁମୋଦନ ଦେଇଛି। ଯଦି ପରୀକ୍ଷଣ ସଫଳ ହୁଏ, ଖୁବଶୀଘ୍ର ଅଲଗା ଅଲଗା କମ୍ପାନିର ଦୁଇ ଡୋଜ୍ ନେଇ କୋଭିଡର ମୁକାବିଲା କରିହେବ। ନିକଟରେ ICMR ପକ୍ଷରୁ ହୋଇଥିବା ଗବେଷଣାରୁ ଗୋଟିଏ ଭ୍ୟାକ୍ସିନର ଦୁଇଟି ଡୋଜ୍ ବଦଳରେ ଭିନ୍ନ ଭିନ୍ନ ଟିକାର ଦୁଇଟି ଡୋଜ୍ ନେଲେ ଅଧିକ ପ୍ରଭାବୀ ହେଉଥିବା ଜଣାପଡ଼ିଥିଲା। ସେପଟେ କୋଭିଡ୍ ପରୀକ୍ଷାକୁ ତ୍ୱରାନ୍ୱିତ କରିବାକୁ ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍ ଖୋଲିବାକୁ ଚେଷ୍ଟା ଚଳାଇଛି ସ୍ୱାସ୍ଥ୍ୟ ବିଭାଗ।

Advertisment

ଟିକା ଡୋଜ୍ ତୁଳନାରେ ଲୋକ ସଂଖ୍ୟା ଅଧିକ। ଏଣୁ ଠେଲାପେଲା ପରିସ୍ଥିତି ଦେଖା ଦେଉଛି। ଆଉ କେଉଁଠି ଦ୍ୱିତୀୟ ଡୋଜ୍ ଲାଗି ଟିକା କେନ୍ଦ୍ରକୁ ଧାଇଁ ଧାଇଁ ନିରାଶ ହୋଇ ଫେରୁଛନ୍ତି ଲୋକେ। ପୁଣି କେଉଁଠି ବନ୍ଦ ପଡ଼ିଥିବା ଟିକାକରଣ କେନ୍ଦ୍ର ଆଗରେ ବି କମୁନି ଭିଡ଼। କୋଭିଡ୍ ଟିକାର ଅଭାବକୁ ନେଇ ନିଇତି ଏମିତି ଚିତ୍ର ଆସୁଥିବା ବେଳେ, ଏବେ ଦେଖାଦେଇଛି ଆଶାର କିରଣ। କାରଣ ଆଗକୁ ଖୁବଶୀଘ୍ର ଆସିପାରେ ଟିକାର କକଟେଲ୍ ଡୋଜ୍। ଅର୍ଥାତ୍ ଜଣେ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ ବ୍ରାଣ୍ଡର ଦୁଇ ଡୋଜର ଟିକା ମଧ୍ୟ ଦିଆଯାଇପାରିବ। ଉତ୍ତରପ୍ରଦେଶରେ ୧୮ ଜଣଙ୍କୁ ଭୁଲବଶତଃ ଭିନ୍ନ ଭିନ୍ନ ଦୁଇଟି କମ୍ପାନୀର ଟିକା ଦିଆଯାଇଥିବା ବେଳେ ଏହା ଉପରେ ICMR କରିଥିବା ପରୀକ୍ଷଣରୁ ମଧ୍ୟ ଉତ୍ସାହଜନକ ଫଳାଫଳ ଆସିଥିଲା।

Advertisment

ଏବେ ମିକ୍ସ୍ ଆଣ୍ଡ୍ ମ୍ୟାଚ୍ କ୍ଲିନିକାଲ ଟ୍ରାଏଲ୍ ଲାଗି ଅନୁମତି ଦେଇଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ-DCGI। ୩୦୦ ସ୍ୱେଚ୍ଛାସେବୀଙ୍କୁ ନେଇ ଫେଜ୍-୪ କ୍ଲିନିକାଲ ଟ୍ରାଏଲ କରିବ ଭେଲୋରର ଖ୍ରୀଷ୍ଟିଆନ୍ ମେଡିକାଲ କଲେଜ। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ଟିକାର ମିକ୍ସ ଆଣ୍ଡ ମ୍ୟାଚ୍ ପଦ୍ଧତି ବିଶ୍ୱରେ ନୂଆ ନୁହେଁ। ହେଲେ କମ୍ୟୁନିଟି ମେଡିସିନ୍ ବିଶେଷଜ୍ଞଙ୍କ ମତ, ମିକ୍ସଡ୍ ଟିକା କେତେ ନିରାପଦ, ଏହାର ପାର୍ଶ୍ୱ ପ୍ରତିକ୍ରିୟା ରହୁଛି ନା ନାହିଁ, ତାହା ସୁନିଶ୍ଚିତ କରାଯିବା ଉଚିତ। ତେବେ ଏହି ପରୀକ୍ଷଣ ସଫଳ ହେଲେ ଭାରତରେ ଟୀକା ଅଭାବ ସମସ୍ୟା ଦୂର ହେବ।

ଏପଟେ ନୂଆ ମ୍ୟୁଟାଣ୍ଟ ଉପରେ କଡ଼ା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। କେନ୍ଦ୍ର ନିର୍ଦ୍ଦେଶ ଅନୁସାରେ ପ୍ରତି ଜିଲ୍ଲାର ୧୦ ପ୍ରତିଶତ ପଜିଟିଭ୍ ନମୁନା ଜିନମ୍ ସିକ୍ୱେନ୍ସିଂ ଲାଗି ଆଇଏଲ୍ଏସକୁ ପଠାଇବାକୁ କୁହାଯାଇଛିା ତେଣେ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଆପିସିଆର୍ ଟେଷ୍ଟ ଲ୍ୟାବ୍ ଖୋଲିବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର ।ଏବେ ୧୪ଟି ଜିଲ୍ଲାରେ ଆର୍ଟିପିସିଆର୍ ଟେଷ୍ଟ ଲ୍ୟାବ୍ ଅଛି। ଆଉ ୧୬ ଜିଲ୍ଲାରେ ଲ୍ୟାବ୍ ସ୍ଥାପନ ପାଇଁ ଟେଣ୍ଡର ଦିଆସରିଛି। ବିଏସ୍ଏଲ୍-୨ ଲ୍ୟାବ୍ ସ୍ଥାପନ କରାଯାଇ ଉପକରଣ ଓ ଯନ୍ତ୍ରାଂଶ ଇନ୍ଷ୍ଟଲେସନ୍ ଚାଲିଛି।

ରାଜ୍ୟରେ ଗତ ୨୪ ଘଣ୍ଟାରେ ଏକ ହଜାର ୭୮ ନୂଆ କରୋନା କେସ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬୫ଟି କୋଭିଡ୍ ମୃତ୍ୟୁର ହିସାବ ଦେଇଛି ସ୍ୱାସ୍ଥ୍ୟ ବିଭାଗ। ତେଣେ ଆଜି ସୁଦ୍ଧା ୧ କୋଟି ୮୬ ଲକ୍ଷ ଡୋଜ୍ ଟିକା ଦିଆଯାଇଥିବା ଜଣାପଡ଼ିଛି।

Odisha Coronavirus India COVID19
Advertisment
Advertisment