• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥିରୁବନନ୍ତପୁରମ୍: କେରଳରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ । ଗତକାଲି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ନୂତନ ସଂକ୍ରମଣ ସଂଖ୍ୟା ୩୦ ହଜାରରୁ ଅଧିକ ହୋଇଛି । ଗତକାଲି ଅର୍ଥାତ ଗୁରୁବାର ଦିନ କରୋନାର ୩୦,୦୦୭ ନୂତନ ମାମଲା ସହ ରାଜ୍ୟରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ୩୯.୧୩ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ୧୬୨ ରୋଗୀଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୨୦, ୧୩୪ ରେ ପହଞ୍ଚିଛି । ଏହାପୂର୍ବରୁ ବୁଧବାର ଦିନ କେରଳରେ ରେକର୍ଡ ସଂଖ୍ୟକ ୩୧,୪୪୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ, ଯାହା ଦେଶରେ ଚିହ୍ନଟ ହୋଇଥିବା ମୋଟ ୪୬,୧୬୪ ମାମଲାର ୬୮.୧୧ ପ୍ରତିଶତ ଅଟେ । ମେ ୨୦ ପରେ ସର୍ବାଧିକ ସଂଖ୍ୟକ ଚିହ୍ନଟ ହୋଇଛନ୍ତି ।

କେନ୍ଦ୍ର ସରକାରଙ୍କ ଅନୁସାରେ ଗତ ଏକ ସପ୍ତାହ ମଧ୍ୟରେ ଦେଶରେ ଚିହ୍ନଟ ହୋଇଥିବା ମୋଟ୍ କୋଭିଡ ରୋଗୀଙ୍କ ମଧ୍ୟରୁ ୫୮.୪ ପ୍ରତିଶତ କେବଳ କେରଳରୁ ଆସିଛି । ଚଳିତ ବର୍ଷ ମେ ୧୨ରେ କେରଳର ସର୍ବାଧିକ ୪୩,୫୨୯ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

କେରଳରେ ଗତ ଛଅ ଦିନର କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା

ତାରିଖ          କେରଳରେ ଚିହ୍ନଟ ସଂକ୍ରମିତ    ଭାରତରେ ଚିହ୍ନଟ ସଂକ୍ରମିତ    କେରଳରେ ଭାରତର ପ୍ରତିଶତ

୨୬ ଅଗଷ୍ଟ          ୩୦,୦୦୭                     ୪୪,୫୫୮                  ୬୭.୩୪% 

୨୫ ଅଗଷ୍ଟ          ୩୧,୪୪୫                     ୪୬,୧୬୪                  ୬୮.୧୧% 

୨୪ ଅଗଷ୍ଟ          ୨୪,୨୯୬                     ୩୭,୫୯୩                 ୬୪.୬୩% 

୨୩ ଅଗଷ୍ଟ          ୧୩,୩୮୩                     ୨୫,୪୬୭                 ୫୨.୫୫% 

୨୨ ଅଗଷ୍ଟ          ୧୦,୪୦୨                     ୨୫,୦୭୨                ୪୧.୪୮% 

୨୧ ଅଗଷ୍ଟ           ୨୧,୧୧୬                    ୩୦,୯୪୮                ୬୮.୨୩% 

ସେପଟେ ବର୍ତ୍ତମାନ ଆମେରିକାରେ ବିଶ୍ୱରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହା ପରେ ଭାରତରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଯେଉଁଥିପାଇଁ କେବଳ କେରଳ ଦାୟୀ । ବ୍ରାଜିଲ, ବ୍ରିଟେନ, ଇରାନରେ କେରଳ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

କେରଳ ୩୧,୪୪୫

ଭାରତ ୪୬,୧୬୪

ଆମେରିକା ୧,୭୧,୭୩୭

ବ୍ରାଜିଲ୍ ୩୦,୫୨୯

ବ୍ରିଟେନ୍ ୩୫,୮୪୭

ଇରାନ ୩୯,୯୮୩

କେରଳର ସର୍ବାଧିକ ପଜିଟିଭିଟି ରେଟ୍

ଭାରତର ଦୁଇଟି ରାଜ୍ୟ କେରଳ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛି । ତେବେ ବର୍ତ୍ତମାନ କେରଳରେ ପଜିଟିଭିଟି ରେଟ୍ ଅଧିକ ରହିଛି । କେରଳରେ ୧୯ ପ୍ରତିଶତରୁ ଅଧିକ ରହିଛି ପଜିଟିଭିଟି ରେଟ୍ । କେରଳରେ ଓଣୋମ ପର୍ବ ପରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ୧୪ ଟି ଜିଲ୍ଲାରୁ ସାତୋଟିରେ (ଏର୍ନାକୁଲମ୍, ତ୍ରିସୁର, କୋଝିକୋଡେ, ପଲକ୍କଡ, କୋଲାମ ଏବଂ କୋଟାୟାମ) ରେ ୨୦୦୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛି ।