Advertisment

କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ, ୧୩ ମୃତ, ୧୫ରୁ ଅଧିକ ଗୁରୁତର

କାବୁଲ ଏୟାରପୋର୍ଟ ବାହାରେ ବଡ଼ ବିସ୍ଫୋରଣ । ୧୩ ମୃତ, ୧୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା । ମୃତାହତ ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା । ବିସ୍ଫୋରଣ ନେଇ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବିଙ୍କ ସୂଚନା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Blast Near Kabul Airport

Blast Near Kabul Airport

ଆଫଗାନିସ୍ତାନ: କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ । ଗୋଟିଏ ପରେ ଗୋଟିଏ ଦୁଇଟି ସ୍ଥାନରେ ହୋଇଛି ବିସ୍ଫୋରଣ । ଏଥିରେ ୧୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା ରହିଛି । ଆହତଙ୍କ ମଧ୍ୟରେ ୩ ଆମେରିକୀୟ ସୈନ୍ୟ ଥିବା ମଧ୍ୟ କୁହାଯାଉଛି । ମୃତାହତ ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା ମିଳିଛି । ବିସ୍ଫୋରଣ ନେଇ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବିଙ୍କ ସୂଚନା ।

Advertisment

ଏୟାରପୋର୍ଟର ଆବେ ଗେଟ୍ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ବେଳେ ଦ୍ୱିତୀୟ ବିସ୍ଫୋରଣ ମଧ୍ୟ ସେହି ପାଖାପାଖି ଘଟିଛି । ବିସ୍ଫୋରଣ ପରେ ଗୁଳି ଶବ୍ଦ ମଧ୍ୟ ଶୁଣାଯାଇଥିବା କୁହାଯାଉଛି । ତେବେ ଜଣେ ସୁଇସାଇଡ୍ ବମ୍ବର ଦ୍ୱାରା ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ।

ତେବେ ପୂର୍ବରୁ ଏୟାପୋର୍ଟରେ ଆତଙ୍କୀ ହମଲା ନେଇ ଆଶଙ୍କା କରାଯାଉଥିଲା । ଏନେଇ ନିଜ ନାଗରିକମାନଙ୍କୁ ସତର୍କ ମଧ୍ୟ କରିଥିଲା ଆମେରିକା । କିଛି ସମୟ  ତଳେ ଏକ ଇଟାଲୀୟ ବିମାନକୁ ବି ଟାର୍ଗେଟ ହୋଇଥିଲା । ବିମାନ ଟେକ୍ଅଫ୍ କଲା ବେଳେ ଗୁଳି ମାଡ଼ କରାଯାଇଥିଲା । ଏନେଇ ନିଜ ନାଗରିକମାନଙ୍କୁ ସତର୍କ କରିଥିଲା ଆମେରିକା । 

Advertisment
Afghanistan Bomb Blast Kabul Airport
Advertisment
Advertisment