Advertisment

ପ୍ରତିଯୋଗିତାକୁ ଯିବା ପୂର୍ବରୁ ଜାଭେଲିନ ହଜିଯିବା ଘଟଣାରେ ଏମିତି ପ୍ରତିକ୍ରିୟା ରଖିଲେ ଗୋଲ୍‌ଡେନ ବୟ ନୀରଜ

ଟୋକିଓ ଅଲିମ୍ପିକ୍ସରେ ଜାଭେଲିନରେ ସ୍ୱର୍ଣ୍ଣ ପଦକ ଜିତିଥିବା ଗୋଲଡେନ ବୟ ନୀରଜ ଚୋପ୍ରାଙ୍କୁ ନେଇ ଏବେ ବି ଚର୍ଚ୍ଚା ଥମିନି।   ପ୍ରଥମ ଜାଭେଲିନ୍ ଥ୍ରୋ ପୂର୍ବରୁ ତାଙ୍କର ଜାଭେଲିନ୍ କିଏ ନେଇଯାଇଥିଲା ? ପାକିସ୍ତାନୀ ଆଥଲେଟ୍ ଅର୍ସଦ ନଦୀମ ନେଇଯାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ପରେ ଏହାକୁ ନିଜେ ଖଣ୍ଡନ କରିଛିନ୍ତି  ନୀରଜ ।  ତାଙ୍କ ମତକୁ ଭିନ୍ନ ଅର୍ଥ କରାଯାଇ ଏଭଳି ରିପୋର୍ଟ ପ୍ରକାଶ ପାଇଥିବା ସେ କହିଛନ୍ତି

author-image
Minati Mishra
ଅଦ୍ୟତନ ହୋଇଛି
Olympic gold medallist Neeraj Chopra

Olympic gold medallist Neeraj Chopra

ଟୋକିଓ: ପୁଣି ଚର୍ଚ୍ଚାରେ ଗୋଲଡେନ୍ ବୟ ନୀରଜ ଚୋପ୍ରା  ଟୋକିଓ ଅଲିମ୍ପିକ୍ସରେ ତାଙ୍କ ଜାଭେଲିନକୁ ପାକିସ୍ତାନର ଆଥଲେଟ୍  ନେଇଯାଇଥିବା ଖବର ପ୍ରଚାର ପରେ ନିଜେ ସଫେଇ ଦେଇଛନ୍ତି  ପାକିସ୍ତାନ ଆଥଲେଟ। ନୀରଜଙ୍କ ଜାଭଲିନ ଅର୍ସଦ ନଦୀମ ନେଇଯାଇଥିବା ସଂପର୍କରେ ସୋସିଆଲ ମିଡିଆରେ ଭାଇରାଲ ପରେ ଏହାକୁ ଖଣ୍ଡନ କରିଛନ୍ତି ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରା  । ସେ କହିଛନ୍ତି, ଏଭଳି ଜାଭେଲିନ୍ ନେବାରେ କିଛି ଅସୁବିଧା ନାହିଁ । ତେଣୁ ଏହାକୁ ନେଇ ବଡ଼ ଇସ୍ୟୁ  ନ କରିବାକୁ ନୀରଜ କହିଛନ୍ତି । ସମସ୍ତଙ୍କ ଜାଭେଲିନ୍ ଗୋଟିଏ ସ୍ଥାନରେ ରଖାଯାଇଥାଏ  ତେଣୁ ଯେ କେହି ବି ଯାହାର ଜାଭେଲିନ୍ ବ୍ୟବହାର କରିପାରିବ।

Advertisment

ସୂଚନାଥାଉ କି,  ଟୋକିଓ ଅଲିମ୍ପିକ୍ସର ଫାଇନାଲ ରାଉଣ୍ଡର ପ୍ରଥମ ଜାଭେଲିନ୍ ଥ୍ରୋ ବେଳେ ନୀରଜଙ୍କୁ ତାଙ୍କ ଜାଭେଲିନ ମିଳି ନଥିଲା । ଏନେଇ ସେ ଇତଃସ୍ତତଃ ଭାବେ ଖୋଜୁଥିବା ବେଳେ ପାକିସ୍ତାନର ଖେଳାଳି ଅର୍ସଦ ନଦୀମ ନେଇଥିବା ଦେଖିବାକୁ ପାଇଥିଲେ ॥ ଏହାପରେ ଅର୍ସଦ ଦୈାଡି ଦୈାଡି ଆସି ଜାଭେଲିନଟିକୁ ନୀରଜଙ୍କୁ ଫେରାଇ ଦେଇଥିଲେ । ସେହି ଜାଭେଲିନ୍‌ରେ ନୀରଜ ୮୭.୦୩ ମିଟର ଦୂରକୁ ଫିଙ୍ଗି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Advertisment

ତେବେ ପାକିସ୍ତାନୀ ଆଥଲେଟ୍ ଅର୍ସଦ ତାଙ୍କ ଜାଭେଲିନରେ ଅଭ୍ୟାସ କରିବା କିଛି ଭୁଲ ନୁହେଁ ।  କିନ୍ତୁ ଏହାକୁ ଆଳ କରି ବଡ ପ୍ରସଙ୍ଗ କରା ନଯାଉ।କ୍ରୀଡା ସମସ୍ତଙ୍କୁ ମିଳିମିଶି ଚଳିବା ପାଇଁ ପ୍ରେରଣା ଦେଇଥାଏ ବୋଲି ନୀରଜ କହିଛନ୍ତି  ।  ଚଳିତ ଟୋକିଓ ଅଲିମ୍ପିକ୍ସରେ ଏକମାତ୍ର ଖେଳାଳି ଭାବେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ।

ସୂଚନାଥାଉ କି, ଏଥର ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲେ ଆଥଲେଟ୍ ନୀରଜ ଚୋପ୍ରା । ଜାଭଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଇତିହାସ ରଚିଥିଲେ । ବ୍ୟକ୍ତିଗତ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବାରେ ସେ ଦ୍ୱିତୀୟ ଭାରତୀୟ ଏବଂ ଆଥଲେଟରେ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜ୍ଜନ କରିଥିଲେ ନୀରଜ ।  ନୀରଜ ନିଜର ପ୍ରଥମ ଥ୍ରୋରେ ୮୭. ୦୩ ମିଟର, ଦ୍ୱିତୀୟ ଥ୍ରୋରେ ୮୭. ୫୮ ଯଏବଂ ତୃତୀୟ ଥର ସେ ୭୬. ୭୯ ମିଟର ଜାଭଲିନ ଫିଙ୍ଗି ବିଜୟ ହାସଲ କରିଥିଲେ ।

ତେବେ ସବୁଠାରୁ ରୋମାଞ୍ଚକର ବିଷୟ ହେଉଛି ନୀରଜ ପ୍ରତି ଥ୍ରୋରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇ ସବା ଆଗରେ ରହିଥିଲେ । ପ୍ରତି ଥର ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ନୀରଜ । ଭାରତୀୟ ସେନାର ରାଜପୁତନା ରାଇଫଲ୍ସରେ ସୁବେଦାର ଭାବେ କାର୍ଯ୍ୟ କରୁଥିବା ନୀରଜ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଅସୁମାରୀ ଗୌରବ ଆଣିଛନ୍ତି । 

Neeraj Chopra Olympic Gold Medallist Neeraj Chopra
Advertisment
Advertisment