• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆତଙ୍କାବଦୀ ଆକ୍ରମଣର ଶିକାର ହେଲା ତାଲିବାନ୍

  • ଆତଙ୍କୀ ଆକ୍ରମଣରେ ୨୮ ତାଲିବାନୀ ମୃତ

  • ବିସ୍ଫୋରଣରେ ଆମେରିକା ଅପେକ୍ଷା ଆମେ ଅଧିକ ଲୋକଙ୍କୁ ହରାଇଛୁ : ତାଲିବାନ

କାବୁଲ : ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦୩ ଜଣ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ଏହାରି ଭିତରେ କାବୁଲ ବିମାନବନ୍ଦର ବିସ୍ଫୋରଣରେ ୨୮ ତାଲିବାନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ଆସିଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟରେ ଏଭଳି ଦାବି କରାଯାଇଛି । ତାଲିବାନ ମଧ୍ୟ ନିଜ ଲୋକଙ୍କୁ ହରାଇଥିବା ସ୍ପଷ୍ଟ କରିଛି । କାବୁଲ ବିମାନବନ୍ଦର ବାହାରେ ମୁତୟନ ଥିବା ତାଲିବାନୀ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ବିସ୍ଫୋରଣରେ ଆମେରିକା ଅପେକ୍ଷା ଆମେ ଅଧିକ ଲୋକଙ୍କୁ ହରାଇଛୁ ବୋଲି କହିଛି ତାଲିବାନ ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ ଗୁରୁବାର ଦିନ ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରର ବି ଗେଟ୍‌ରେ ପ୍ରଥମ ବିସ୍ଫୋରଣ ହୋଇଥିଲା । କିଛି ସମୟ ପରେ ବିମାନବନ୍ଦର ନିକଟରେ ଥିବା ବରୁଣ ହୋଟେଲ ନିକଟରେ ଆଉ ଏକ ବିସ୍ଫୋରଣ ଘଟିଥିଲା। ବ୍ରିଟିଶ ସୈନ୍ୟମାନେ ସେଠାରେ ରହିଥିଲେ । ତିନିଜଣ ଅଭିଯୁକ୍ତଙ୍କୁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଆତ୍ମଘାତୀ ବିସ୍ଫୋରଣକାରୀ ହୋଇଥିବା ବେଳେ ତୃତୀୟ ଜଣକ ବନ୍ଧୁକ ସହ ଆସିଥିଲା । ଆକ୍ରମଣ ପରେ ତୁରନ୍ତ ବିମାନବନ୍ଦରରୁ ସମସ୍ତ ବିମାନ ଚଳାଚଳ ସ୍ଥଗିତ ରଖାଯାଇଥିଲା ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ଜେନେରାଲ ମ୍ୟାକେଞ୍ଜି କହିଛନ୍ତି 'ବର୍ତ୍ତମାନ କାବୁଲ ବିମାନବନ୍ଦରରେ ୫ ହଜାର ଲୋକ ବିମାନକୁ ଅପେକ୍ଷା କରିଛନ୍ତି । ସେମାନଙ୍କ ମଧ୍ୟରେ ୧ ହଜାର ଆମେରିକୀୟ ଅଛନ୍ତି । ଅଗଷ୍ଟ ୧୪ ଠାରୁ ପ୍ରାୟ ଏକ ଲକ୍ଷ ଚାରି ହଜାର ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରୁ ୬୬ ହଜାର ଆମେରିକାର ନାଗରିକ ଏବଂ ୩୭ ହଜାର ସହଯୋଗୀ ସାମିଲ ଅଛନ୍ତି ।

ତେବେ ଏହାରି ଭିତରେ ତାଲିବାନ ପାକିସ୍ତାନ ସହ ଥିବା ଘନିଷ୍ଠତାକୁ ସ୍ୱୀକାର କରିଛି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ପାକିସ୍ତାନୀ ଚ୍ୟାନେଲ ARY ନ୍ୟୁଜ୍ ସହ ଏକ ଆଲୋଚନା କରି କହିଛନ୍ତି, ପାକିସ୍ତାନ ତାଙ୍କ ସଂଗଠନ (ତାଲିବାନ) ପାଇଁ ଦ୍ୱିତୀୟ ଘର ପରି। ଆଫଗାନିସ୍ତାନ ଓ ପାକିସ୍ତାନ ସୀମା ଲାଗିକି ରହିଛି । ଧାର୍ମି ଆଧାରରେ ଉଭୟ ଦେଶର ଲୋକମାନେ ପରସ୍ପର ସହ ଭଲଭାବେ ମିଳାମଶା କରନ୍ତି । ସେଥିପାଇଁ ପାକିସ୍ତାନ ସହ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରାଯାଉଛି ।