‘ପାପା, ମୁଁ ବାହା ହୋଇସାରିଛି। ଟେନ୍ସନ୍ ଦିଅନ୍ତୁନି’... ଭିଡିଓ ଓ ଫଟୋ ଛାଡ଼ି ଏଭଳି କିଛି କହିଛନ୍ତି ବିହାରର ଜଣେ ଯୁବତୀ। ଯୁବତୀ ଜଣକ ନିଜ ଅପହରଣ FIR ଘଟଣାକୁ ମିଥ୍ୟା ବୋଲି କହିଛନ୍ତି।
ଦେଶରେ ଦିନକରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡ଼ିଶାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୪୫ ହଜାର ୯୧୧ରେ ପହଞ୍ଚିଛି।
ଜୈସ୍-ଏ-ମହମ୍ମଦ ଓ ଲସ୍କରର ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନିହତଙ୍କ ମଧ୍ୟରେ ଅଛି ଜୈସ୍-ଏ-ମହମ୍ମଦ କମାଣ୍ଡର ଜାହିଦ୍ ଓ୍ୱାନି ।
ଜ୍ୟୋତିଷ ବାଣୀ: କନ୍ୟା ରାଶିରେ ଶୁକ୍ର ରହିଲେ ଜାତକ- ଅଳ୍ପଭାଷୀ, ତୀର୍ଥଯାତ୍ରୀ, ସୁଖୀ, ଭୋଗୀ, ଶୁଭ କାମ କରି ପ୍ରଶଂସିତ ହୋଇଥାନ୍ତି । ଶାନ୍ତସ୍ୱଭାବ ଓ ମିଷ୍ଟଭାଷୀ ହୋଇଥାନ୍ତି । ଅଶୁଭ ଫଳ ଭୋଗ ହେଉଥିଲେ ସେଥିରୁ ରକ୍ଷା ପାଇବା ପାଇଁ.. ୧ - ଗୋମାତାଙ୍କୁ ପାଳନ କରନ୍ତୁ ନାହିଁ ବରଂ ଅନ୍ୟର ଗାଇକୁ ଖାଇବାକୁ ଦିଅନ୍ତୁ । ୨- ଭାଇ ଭଉଣୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ । ୩- ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ । ୪- ଧର୍ମ ପାଳନରେ କୌଣସି ଆପତ୍ତି କରନ୍ତୁ ନାହିଁ । ୫- ତୀର୍ଥଯାତ୍ରାର ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
ଖୋଲିବ ରୁଟି ତିଆରି ଏକାଡେମୀ। ଶିଖାଯିବ କିପରି ଫଟାଫଟ ତିଆରି କରିବେ ଗୋଲ୍ ଗୋଲ୍ ରୁଟି। ଡିଗ୍ରୀ ପାଇବା ପରେ ମିଳିବ ଏମିତି ଚାକିରି, ମାସକୁ କରିପାରିବେ ଲକ୍ଷେ ଟଙ୍କା ରୋଜଗାର।
ବ୍ୟକ୍ତିଙ୍କ ପାଖରେ ରହିଛି ନିଆରା ଶକ୍ତି। ନିଜ ଶରୀରରେ ଧରି ରଖିପାରୁଛନ୍ତି ଅନେକ ଚାମଚ। ଏହି କାରଣରୁ ସେ ଆଜି ବିଶ୍ୱ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି।
ଯେତେବେଳେ ବିଶୋଧିତ ଚିନି ସହିତ ଗୁଡକୁ ତୁଳନା କରାଯାଇଥାଏ, ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ହୋଇଥାଏ, କାରଣ ଏହା ଆପଣଙ୍କୁ ଚିନି ଅପେକ୍ଷା ଅଧିକ ଲାଭ ଦେଇଥାଏ। ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।
ଆଜିକାଲି ସମୟରେ ଗୋଟିଏ ପତ୍ନୀଙ୍କୁ ବି ସମ୍ଭାଳିବା କଷ୍ଟ ହୋଇପଡେ। ଯଦି କୌଣସି ବ୍ୟକ୍ତିଙ୍କର ଦୁଇଟି ପତ୍ନୀ ଥାଏ ତେବେ ସେମାନେ ପରସ୍ପର ମଧ୍ୟରେ କଳି ଝଗଡା କରିବା ଥୟ। କିନ୍ତୁ ଜଣେ ବ୍ୟକ୍ତି ୮ ପତ୍ନୀଙ୍କ ସହ ଗୋଟିଏ ଘରେ ରହୁଥିଲେ ବି ପରସ୍ପର ମଧ୍ୟରେ ରହିଛି ଭଲ ପାଇବା।
ପ୍ରଚାର ସମୟରେ ଆସି ଚୋର ମାରିନେଲେ ମୋବାଇଲ୍ । ଶାହାଜାହାନପୁରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କ୍ୟାମ୍ପେନ୍ ସମୟରେ ଏପରି ହୋଇଛି ।
ମସାଜ୍ ହେଲା କାଳ। ନେଇଗଲା ଜୀବନ। ମହିଳାଙ୍କ ହାତର ଛୁଆଁରେ ଅଚେତ ହୋଇଯାଇଥିଲେ ବୃଦ୍ଧ। ପରେ ଜଣାଗଲା ଯେ ତାଙ୍କର ମୃତ୍ୟୁ ହୋଇଛି।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ପୂର୍ବ ଭାରତର ୫ଟି ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି।
ମୃତ୍ୟୁ ପୂର୍ବରୁ ୫ ଜଣଙ୍କୁ ନୂଆ ଜୀବନ ଦେଇଗଲେ ଜଣେ ଓଡ଼ିଆ। ନାଁ ସୁଶୀଲ ସାହୁ ଆଉ ଘର ଗଞ୍ଜାମ ବେଲଗୁଣ୍ଠା ବ୍ଳକ୍ ଅଲାଡିରେ। ପରିବାର ପୋଷଣ ପାଇଁ କାମ କରିବାକୁ ସୁରଟ ଯାଇଥିଲେ ସୁଶୀଲ
ପ୍ରତେକ ବାସ୍ତୁ ନିୟମରେ କିଛିନାକିଛି ରହସ୍ୟ ରହିଥାଏ l ବସ୍ତୁକୁ ନେଇ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ନିଜର ପ୍ରଭାବ ପକାଇଥାନ୍ତି
ଏବେ ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ। ‘କଚ୍ଚା ବାଦାମ’ ଗୀତ ଗାଇ ପୁଣି ହେଉଛନ୍ତି ଭାଇରାଲ। କେହି କେହି ପସନ୍ଦ କରୁଥିବା ବେଳେ ଅନେକ ଟ୍ରୋଲ୍ ମଧ୍ୟ କରୁଛନ୍ତି।
ଦୁନିଆର ସର୍ବ ପୁରାତନ ଜୀବନ୍ତ କଇଁଛ ଜୋନାଥନ୍ । ଯାହାକୁ ୧୯୦ ବର୍ଷ ବର୍ଷ ପୂରିଛି । ସବୁଠୁ ବଡ଼ କଥା ହେଉଛି ଜୋନାଥନ୍ ସର୍ବ ପୁରାତନ ପଶୁର ମର୍ଯ୍ୟଦା ହାସଲ କରିଛି । କଇଁଛଟି ଏତେ ବର୍ଷ ବଞ୍ଚିଲାଣି ଯେ ତାକୁ ପିଢ଼ି ପରେ ପିଢି ଲୋକେ ଦେଖିଆସୁଛନ୍ତି ।
ପୁଣି କମିଲା ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୩,୮୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୯୨୦ ଟଙ୍କା ରହିଛି। ଆଜି ରୁପା ମୂଲ୍ୟ କମିଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୨,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା କୋହଳ କରିଛନ୍ତି କର୍ଣ୍ଣାଟକ ସରକାର ।
ଟ୍ରେଣ୍ଡ୍ରେ ଏବେ ‘ଶିମର ମେକ୍ଅପ୍’ । ଅନେକ ସମୟରେ ସେଲେବ୍ରିଟିମାନଙ୍କୁ ସିମର୍ ମେକ୍ଅପ୍ ଲୁକ୍ରେ ଦେଖିଥିବେ। ବର୍ତ୍ତମାନ ସମୟରେ ‘ରୋଜ୍ ଗୋଲ୍ଡ ଶିମର ଆଇ ମେକଅପ’ ଲୁକ୍ ଟ୍ରେଣ୍ଡିଂରେ ଅଛି। ଏହା ଏକ ଫେଷ୍ଟିଭ ଲୁକ୍। ତେଣୁ ଏହାକୁ ଆପଣ ବାହାଘର, ପୂଜାପାର୍ବଣ ସହ ଅଫିସ୍ର ନାଇଟ୍ ପାର୍ଟିରେ ମଧ୍ୟ ନେଇପାରିବେ। ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ, ଯାହା ଆପଣାଇଲେ ଖୁବ୍ କମ୍ ସମୟରେ ଆପଣ ସେଲିବ୍ରିଟିଙ୍କ ପରି ପାର୍ଟି ରେଡି ସିମର୍ ଲୁକ୍ ପାଇପାରିବେ ।
ମହମ୍ମଦ ଆୱାଲ ମୁସ୍ତାଫାଙ୍କ ଘର ବାହାରେ ବହୁ ଦାମୀ କାର ପାର୍କିଂ କରାଯାଇଥିବା ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳେ । ତେବେ ଫଟୋ ସହ ସେ କ୍ୟାପସନରେ ଲେଖିଛନ୍ତି, 'ମୋର ଜନ୍ମଦିନର ଶୁଭେଚ୍ଛା।' ତେବେ ଏଇଠି ପ୍ରଶ୍ନ ଉଠୁଛି, ଏହି ଛୋଟ ପିଲାଟି ପାଖକୁ କେଉଁଠୁ ଆସିଲା ଏତେ ସମ୍ପତ୍ତି ?
ଧୋକାବାଜ୍ ପ୍ରେମିକ...ନୂଆ ଜୀବନ ପାଇବା ପରେ ପ୍ରେମିକାଙ୍କୁ ଭୁଲିଗଲା ପ୍ରେମିକ। କିଡନୀ ଖରାପ ହେବା କାରଣରୁ ମେଡିକାଲରେ ପଡ଼ିଥିଲେ ପ୍ରେମିକ। ଘଟଣା ଜାଣିବା ପରେ ନିଜ କିଡନୀକୁ ଦାନ କରି ପ୍ରେମୀକର ଜୀବନ ବଂଚାଇଥିଲେ ପ୍ରେମିକା ଜଣକ ହେଲେ ସୁସ୍ଥ ହେବା ପରେ ଧନ୍ୟବାଦ କହିବା ପରିବର୍ତ୍ତେ ନିଜ ଜୀବନରୁ ପ୍ରେମିକାକୁ ଦୂରେଇ ଦେଲା ପ୍ରେମିକ।
ଆପଣ ଚାକିରି ଖୋଜୁଛନ୍ତି କି ? (DRDO) ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (DRDO)ରେ ଖାଲି ପଡ଼ିଛି ୧୫୦ଟି ପଦବୀ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ ।
SBIକୁ ଦିଲ୍ଲୀ ମହିଳା କମିଶନ ନୋଟିସ୍ କରିଛନ୍ତି। ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗ ଦେବାରେ ଅଟକାଇବା ଓ ସାମୟିକ ଅଯୋଗ୍ୟ ଘୋଷଣାକୁ ନେଇ ଏହି ନୋଟିସ୍ ଜାରି ହୋଇଛି।
ବାହାରିଲା ଭାଇଜାନ ତଥା ସଲମାନ ଖାନ୍ଙ୍କ ନୂଆ ଗୀତ 'ଡ୍ୟାନ୍ସ ୱିଥ୍ ମି'। ଏହି ଗୀତକୁ ସଲମାନ ନିଜେ ଲେଖିଥିବା ବେଳେ ନିଜେ ଗାଇଛନ୍ତି। ତାଙ୍କର ଏହି ମ୍ୟୁଜିକ୍ ଭିଡିଓରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳେ।
ଅନେକ ଲୋକ ଭିଟାମିନ୍ ପାଇଁ କେତେ ପ୍ରକାରର ଔଷଧ ଜାତୀୟ ଖାଦ୍ୟ ସେବନ କରନ୍ତି । କିଏ ଶରୀରର ପାଇଁ ତ ଆଉ କିଏ କେଶ ପାଇଁ ବ୍ୟବହାର କରନ୍ତି । କିନ୍ତୁ 'ଭିଟାମିନ-c' ଅନେକ ସମସ୍ୟାର ସମାଧାନ ସହ ସମୃକ୍ତ । 'ଭିଟାମିନ-C'ରେ ରହିଛି ସ୍ଵାସ୍ଥ୍ୟ ପାଇଁ ଅନେକ ଉପକାରିତା । ଯାହା ବିଷୟରେ ଜାଣିବା ନିହାତି ଦରକାର
ବଲିଉଡ୍ରେ ଅନେକ ନାମକରା ଗାୟକ ଅଛନ୍ତି ଯେଉଁମାନଙ୍କ ନାମରେ ହିଁ ଗୀତ ଚାଲେ। ଏମାନଙ୍କ ଗୀତକୁ ଲୋକେ ଖୋଜି ଖୋଜି ଶୁଣନ୍ତି। ତେବେ ସେମାନେ ଗୋଟିଏ ଗୀତ ରେକର୍ଡିଂ କରିବାକୁ ଲକ୍ଷ ଲକ୍ଷ ଟଙ୍କା ନେଇଥାନ୍ତି।