• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ୨୦୨୨ ମସିହା, ଜାନୁୟାରୀ ମାସ ୩୦ ତାରିଖ, ରବିବାର, ମକର ୧୭ ଦିନ, ମାଘମାସ, କୃଷ୍ଣପକ୍ଷ ।
ତ୍ରୟୋଦଶୀତିଥି, ପୂର୍ବାଷାଢ ନକ୍ଷତ୍ର, ଧନୁରାଶିରେ ଚନ୍ଦ୍ର, ମେଷ ରାଶିର ଘାତବାର, ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର ।
ବାଇଗଣ ନ ଖାଇଲେ ଭଲ, ପର୍ବଦିନ-ଶିବ ଚତୁର୍ଦ୍ଦଶୀ ଓ ବେଢା ପରିକ୍ରମା, ରଟନ୍ତୀ କାଳିକା ପୂଜା ।

ମେଷ:

କଳା, ସାହିତ୍ୟ, ସମାଜ ସେବା ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ ।
ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବା ହେତୁ ପରୀକ୍ଷାରେ ସଠିକ୍ ଉତ୍ତର ଲେଖିପାରିବେ । 
ପାରିବାରିକ କ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନ ଶୀଳତା କାଏମ ରହିବ । 
ପ୍ରତିକାର-କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:

ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ ।
ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ ।
ଛାତ୍ରଛାତ୍ରୀମାନେ ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ ।
ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:

ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖରେ ଦିନଟି କାଟିବେ ।
ବ୍ୟବହାର କୁଶଳତାକୁ ଆଧାରକରୀ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ ।
ଛାତ୍ରଛାତ୍ରୀଙ୍କର ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ ।
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:

ବ୍ୟବସାୟରେ ଭାଗୀଦାରୀ ମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯିବ ।
ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ଶତୃମାନେ ଦୂରେଇ ଯିବେ ।
ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । 
ପ୍ରତିକାର-ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:

ସ୍ୱାସ୍ଥ୍ୟରେ ଉନ୍ନତି ହେବ, ମାନସିକ ସ୍ଥିତି ଭଲ ରହିବା ସହ ଆୟ ମଧ୍ୟ ଉତ୍ତମ ହେବ ।
ରାଜନୀତି କ୍ଷେତ୍ରରେ ନିଜ ଲୋକମାନେ ସାହାଯ୍ୟ ସହଯୋଗ କରିବେ ।
ଋଣରୁ ମୁକ୍ତି ହେବା ପାଇଁ ଯୋଜନା କରିବେ ଓ ଧର୍ଯ୍ୟ ସହନ ଶୀଳତା କାଏମ ରହିବ ।
ପ୍ରତିକାର: କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:

ପାରିବାରିକ କ୍ଷେତ୍ରରେ ସମସ୍ତ ବିବାଦ ମେଣ୍ଟିଯାଇ ବୁଦ୍ଧି ବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । 
ବ୍ୟବସାୟରେ ପରିଶ୍ରମ କଲେ ନିଶ୍ଚୟ ଲାଭ ହେବ ।
ଛାତ୍ରଛାତ୍ରୀ ମାନଙ୍କର ସୁଖ୍ୟାତି ଲାଭ ହେବ । ମାତ୍ର ତତ୍ପର ହେବା ଆବଶ୍ୟକ ।
ପ୍ରତିକାର: ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ତୁଳା:

ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି ।
ଛାତ୍ର ଛାତ୍ରୀମାନେ ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ ।
ଦାମ୍ପତ୍ୟ କଳହ ମେଣ୍ଟିଯିବ କିନ୍ତୁ ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ ।
ପ୍ରତିକାର: ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ ।
ଆମୋଦ, ପ୍ରମୋଦ, ମନୋରଞ୍ଜନ ଓ ଛୋଟ ବଡ଼ ମିଟିଂରେ ଯୋଗଦେଇ ପାରନ୍ତି ।
ପାଖପଡୋଶୀ ପରିବାରରେ ଶାନ୍ତି ଭଙ୍ଗ କରିବାକୁ ପ୍ରୟାସ କରିବେ ।
ପ୍ରତିକାର:-ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ଧନୁ:

କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ ।
ରାଜନୀତି କ୍ଷେତ୍ରରେ ସ୍ୱାର୍ଥକୁ କେନ୍ଦ୍ରକରି ସବୁଥିରେ ପଶିବାର ସୁଯୋଗ ପାଇବେ ।
ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବା ସହ ଗୃହ ବାହାନ ପ୍ରାପ୍ତି ହୋଇପାରେ ।
ପ୍ରତିକାର- ମିଠା ଦହି ଖାଇ ଘରୁ ବାହାରନ୍ତୁ ।

ମକର:

ସ୍ୱାସ୍ଥ୍ୟରେ ଉନ୍ନତି, ମାନସିକ ସ୍ଥିରତା ଓ ସାକ୍ଷାତକାରରେ ଜୟଲାଭ ହେବ ।
ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଉଚିତ୍ ମନେକରି ପାଠ ପଢାରେ ମନଯୋଗ ଦେବେ ।
ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ ।
ପ୍ରତିକାର-ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ:

କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । 
ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । 
ପାରିବାରିକ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବେ କିନ୍ତୁ ମାନମର୍ଯ୍ୟାଦା ଉପରେ ଆଘାତ ଲାଗିପାରେ ।
ପ୍ରତିକାର:-ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:

ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ ।
ଆୟବୃଦ୍ଧି, ଋଣମୁକ୍ତିର ରାସ୍ତା ପାଇବା ସହ ମାନସିକ ଦୁଶ୍ଚିନ୍ତା ଓ ଶତୃବାଧା ଦୂରେଇ ଯିବ । 
ଅନେକ ଶୁଭ କର୍ମର ସୁଯୋଗ ପାଇବେ ଓ ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ ।
ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।