Advertisment

DRDOରେ ନିଯୁକ୍ତି, ଖାଲି ପଡ଼ିଛି ୧୫୦ଟି ପଦବୀ, ଜଲଦି କରନ୍ତୁ ଆବେଦନ

ଆପଣ ଚାକିରି ଖୋଜୁଛନ୍ତି କି ? (DRDO) ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । (DRDO)ରେ ଖାଲି ପଡ଼ିଛି ୧୫୦ଟି ପଦବୀ। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ ।

author-image
Pallipuspa Samal
ଅଦ୍ୟତନ ହୋଇଛି
DRDO Recruitment

DRDO Recruitment

DRDO ନିଯୁକ୍ତି: ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO)ରେ ଖାଲି ପଡ଼ିଛି ଅନେକ ପଦ ପଦବୀ। DRDO ର ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ITR) ପକ୍ଷରୁ ଗ୍ରାଜୁଏଟ୍‌ ଆପ୍ରେଣ୍ଟିସ୍‌, ଟେକ୍ନିସିଆନ୍‌ (ଡିପ୍ଲୋମା) ଆପ୍ରେଣ୍ଟିସ୍‌ ଓ ଆଇଟିଆଇ ୧୫୦ ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି ।୨୫ ଜାନୁଆରୀରୁ ଏଥିପାଇଁ ଆବେଦନପତ୍ର ଗ୍ରହଣ କରାଯାଉଥିବା ଆବେଦନ କରିବାର ଶେଷ ତାରିଖ ୭ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ରହିଛି।

Advertisment

DRDO ପକ୍ଷରୁ ମୋଟ୍ ୧୫୦ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଗ୍ରାଜୁଏଟ ଆପ୍ରେଣ୍ଟିସ୍‌ ପଦବୀ ପାଇଁ ୪୦ଟି, ଟେକ୍ନିକାଲ ଡିପ୍ଲୋମା ଆପ୍ରେଣ୍ଟିସ୍‌ ପଦବୀ ପାଇଁ ୬୦ଟି ଓ ଡିଆରଡିଓ ଆଇଟିଆଇ ପାଇଁ ୫୦ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା:

DRDO ରେ ଆବେଦନ କରିବାକୁ ଯୋଗ୍ୟ ଓ ଆଶାୟୀ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ମେକାନିକାଲ ଏବଂ କେମିକାଲ ଡିଗ୍ରୀ ରଖିଥିବା ଜରୁରୀ। ବୟସସୀମା୧୮ ବର୍ଷରୁ ଅଧିକ ହୋଇଥିବା ପ୍ରାର୍ଥୀ ଏହି ପଦବୀରେ ଅନଲାଇନ ଆବେଦନ କରିପାରିବେ। ଏହାଛଡ଼ା ବାଣିଜ୍ୟ ଏବଂ ବିଜ୍ଞାନରେ ସ୍ନାତକ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ।

Advertisment

କିପରି କରିବେ ଆବେଦନ:

  • ପ୍ରଥମେ rac.gov.in କୁ ଯାଆନ୍ତୁ।
  • ଏହାପରେ what’s new ସେକ୍ସନକୁ ଯାଇ କ୍ଲିକ କରନ୍ତୁ ।
  • DRDP GTRE apprentice Degree/Diploma/ITI Trainee Recruitment2022-23 ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପ୍ଲାଏ ହିଅର(ଆବେଦନ) ଉପରେ କ୍ଲିକ କରନ୍ତୁ।
  • ଏହାପରେ ଆପ୍ଲିକେସନ ଡିଟେଲ ଭରି ରେଜିଷ୍ଟ୍ରେସନ ପ୍ରୋସେସ ପୂରା କରନ୍ତୁ।
  • ଆପ୍ଲିକେସନ ଫିସ୍‌ ଭରିବା ପରେ ଫର୍ମକୁ ସବମିଟ୍‌ କରନ୍ତୁ।
DRDO Recruitment
Advertisment
Advertisment