Advertisment

ସ୍ୱାସ୍ଥ୍ୟ ପାଇଁ ଗୁଡ଼, ଜାଣନ୍ତୁ ଏହାର ୫ଟି ଫାଇଦା

ଯେତେବେଳେ ବିଶୋଧିତ ଚିନି ସହିତ ଗୁଡକୁ ତୁଳନା କରାଯାଇଥାଏ, ଗୁଡ ଏକ ସ୍ୱାସ୍ଥ୍ୟକର ବିକଳ୍ପ ହୋଇଥାଏ, କାରଣ ଏହା ଆପଣଙ୍କୁ ଚିନି ଅପେକ୍ଷା ଅଧିକ ଲାଭ ଦେଇଥାଏ। ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର ହୋଇଥାଏ ।

author-image
Pallipuspa Samal
ଅଦ୍ୟତନ ହୋଇଛି
benifits of jaggery

benifits of jaggery

ଗୁଡ଼ ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ ପାଇଁ ମଧ୍ୟ ଲାଭ ଦାୟକ ହୋଇଥାଏ। କିନ୍ତୁ ଲୋକେ ଗୁଡ ବଦଳରେ ଚିନିକୁ ଅଧିକ ବ୍ୟବହାର କରିବାକୁ ଭଲ ପାଇଥାନ୍ତି ଯାହା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ତେବେ ଚିନିର ଅଭ୍ୟାସ ଛାଡିବା ପାଇଁ ଚାଲନ୍ତୁ ଜାଣିବା ଗୁଡର ୫ଟି ପୁଷ୍ଟିକର ଲାଭ ବିଷୟରେ ।

Advertisment
  • ଗୁଡ ହେଉଛି ଚିନି ତିଆରି ପ୍ରକ୍ରିୟାର ଏକ ପୁଷ୍ଟିକର ଉପାଦାନ ଯାହା ବିଶୋଧିତ ଚିନି ତିଆରି କରିବା ସମୟରେ ଅପସାରିତ ହୋଇଥାଏ। ଗୁଡରେ ଥିବା ଶୀରା ପରିମାଣ ଏହାକୁ ଅଧିକ ପୁଷ୍ଟିକର କରିଥାଏ।
  • ଗୁଡ଼ ଭିଟାମିନ୍ ଏବଂ ମିନେରାଲ୍ସରେ ଭରପୂର ହୋଇଥାଏ। କିନ୍ତୁ ଧଳା ଚିନିରେ କେବଳ “ଏମ୍ପ୍‌ଟି କ୍ୟାଲୋରୀ” ଅର୍ଥାତ୍ କୌଣସି ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫ୍ୟାଟ୍, ଫାଇବର କିମ୍ବା ଅନ୍ୟାନ୍ୟ ଉପକାରୀ ଯୌଗିକ ବିନା କ୍ୟାଲୋରୀ ଥାଏ।
  • ବିଶୋଧିତ ଚିନି ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ ଯାହାଦ୍ୱାରା ରୋଗ ହେବାର ସମ୍ଭାବନା ଅଧିକ ବଢିଯାଇଥାଏ ଏବଂ ଶରୀରର ରୋଗକୁ ଦୁର କରିବାର କ୍ଷମତା କମ୍ ହୋଇଯାଇଥାଏ । କିନ୍ତୁ ଗୁଡ ଇମ୍ୟୁନିଟି ବଢାଇଥାଏ ଏବଂ କାଶ-ଥଣ୍ଡା ଭଳି ସ୍ୱାସ୍ଥ୍ୟ ରୋଗ ବିରୋଧରେ ଲଢିଥାଏ ।
  • ଗୁଡ଼ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା, ରକ୍ତହୀନତା ରୋକିବା, ଯକୃତ ଡିଟକ୍ସଫିକେସନ୍ ଏବଂ ଉନ୍ନତ ପ୍ରତିରକ୍ଷା କାର୍ଯ୍ୟରେ ଉନ୍ନତି ଆଣିଥିବାବେଳେ ବିଶୋଧିତ ଚିନି ମେଦବହୁଳତା, ଟାଇପ୍-୨ ମଧୁମେହ, ହୃଦ ରୋଗ, ଉଦାସୀନତା, ଡିମେନ୍ସିଆ, ଯକୃତ ରୋଗର ଆଶଙ୍କା ବଢାଇଥାଏ ।
  • ହାଇ-ଫ୍ରୁକଟୋଜ୍ କର୍ଣ୍ଣ ସିରପ୍ କିମ୍ବା HFCS 55 ହେଉଛି ଏକ ପ୍ରକାର ବିଶୋଧିତ ଚିନି ଯେଉଁଥିରେ ୫୫% ଫ୍ରୁଟକୋଜ୍ ଏବଂ ୪୨% ଗ୍ଲୁକୋଜ୍ ଥିବାବେଳେ ଗୁଡରେ ୭୦% ରୁ ଅଧିକ ସୁକ୍ରୋଜ୍, ୧୦% ରୁ କମ୍ ଫ୍ରୁକଟୋଜ ଏବଂ ୫% ଖଣିଜ ପଦାର୍ଥ ରହିଥାଏ।
Health News
Advertisment
Advertisment