• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କମିଲା ସଂକ୍ରମଣ, କୋହଳ ହେଲା କଟକଣା । ସାରା ରାଜ୍ୟରେ କରୋନା ସହ ଜଡିତ ପ୍ରତିବନ୍ଧକକୁ କୋହଳ କରିବାକୁ କର୍ଣ୍ଣାଟକ ସରକାର ଘୋଷଣା କରିଛନ୍ତି । ଜାନୁଆରୀ ୩୧ରୁ ରାଜ୍ୟରେ ରାତିର କର୍ଫ୍ୟୁ ହଟାଇବାକୁ ନିଷ୍ପତ୍ତି ହୋଇଛି । ଏଥି ସହିତ କୋଭିଡ ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରି ସୋମବାର ଠାରୁ ରାଜଧାନୀ ବେଙ୍ଗାଲୁରୁରେ ସମସ୍ତ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି ।

ସିନେମା ହଲ୍ ବ୍ୟତୀତ ହୋଟେଲ, ବାର୍ ଏବଂ ପବ୍ ଗୁଡିକରେ ୫ହ ପ୍ରତିଶତ କ୍ଷମତାରେ ଖୋଲିପାରିବ । ଆଉଟଡୋର ବିବାହ ପାଇ ପାଇଁ ୩୦୦ ଲୋକଙ୍କୁ ଅନୁମତି ଦିଆ ଯାଇଥିବା ବେଳେ ଇନଡୋର ପାଇଁ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ମହାରାଷ୍ଟ୍ର, ଗୋଆ ଓ କେରଳରୁ ରାଜ୍ୟକୁ ପ୍ରବେଶ କରୁଥିବା ଲୋକଙ୍କୁ କୋଭିଡ ନେଗେଟିଭ୍ ପ୍ରମାଣପତ୍ର ଦେଖାଇବାକୁ ପଡିବ ।

ମନ୍ଦିର ଓ ଧର୍ମାନୁଷ୍ଠାନ ଗୁଡ଼ିକୁ ଯାଇପାରିବେ ଶ୍ରଦ୍ଧାଳୁ । ଏହାବ୍ୟତୀତ ସରକାରୀ ଅଫିସଗୁଡ଼ିକ ଶତ ପ୍ରତିଶତ ଉପସ୍ଥାନ ସହ ଚାଲିପାରିବ ବୋଲି ସରକାର କହିଛନ୍ତି ।  ଅନ୍ୟପଟେ ଗହଳି ଆଶଙ୍କା କରି ସାମାଜିକ, ରାଜନୈତିକ, ଧାର୍ମିକ ସମାବେଶ, ବିକ୍ଷୋଭ ଆଦିକୁ ଅନୁମତି ଦେଇନାହାନ୍ତି । ତେବେ ଏହାରି ଭିତରେ କୋଭିଡ୍ କଟକଣାକୁ କଡ଼ାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଗତକାଲି କର୍ଣ୍ଣାଟକରେ ୩୧,୧୯୮ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମୁଛି ବୋଲି କୁହାଯାଇଛି । ଶୁକ୍ରବାର ଦିନ ରାଜ୍ୟରେ ୫୦୦ ଜଣ ସଂକ୍ରମଣରେ ପ୍ରାଣ ହରାଇଥିଲେ, ସେଥିମଧ୍ୟରୁ ଆଠ ଜଣ ବେଙ୍ଗାଲୁରୁର ବୋଲି ଜଣାପଡ଼ିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୭୧,୦୯୨ ଜଣ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ବେଳେ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୩,୯୬,୦୯୩ରେ ପହଞ୍ଚିଛି ।