• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • 'ଭିଟାମିନ୍ -c' ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ

'ଭିଟାମିନ୍ -c' ହେଉଛି ଜଳରେ ଦ୍ରବୀଭୂତ କ୍ଷମତା ଥିବା ଭିଟାମିନ୍ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ । ଟିସୁ ପୁର୍ନଗଠନ ଏବଂ ନିର୍ଦ୍ଦିଷ୍ଟ ନ୍ୟୁରୋଟ୍ରାନ୍ସମିଟରର ଏନଜାଇମାଟିକ୍ ଉତ୍ପାଦନରେ ସହାୟକ ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଅନେକ ଏନଜାଇମର କାର୍ଯ୍ୟକାରିତାକୁ ନିୟନ୍ତ୍ରଣ କରିବାରେ ଏକ ଗୁତୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ସହ ପୁନରାଉଦ୍ଧାରରେ ସାହାଯ୍ୟ କରେ । କିନ୍ତୁ ସବୁଠାରୁ ବଡ କଥା ହେଲା ରୋଗରୁ ଆରୋଗ୍ୟ କରେ ଏବଂ ଶରୀରର ସୁରକ୍ଷା ପ୍ରଣାଳୀକୁ ଶକ୍ତି ପ୍ରଦାନ କରିପାରେ ।

'ଭିଟାମିନ୍ -c 'ହାର୍ଟକୁ ସୁସ୍ଥ ରଖେ:
ହୃଦରୋଗର ଆଶଙ୍କାର ବୃଦ୍ଧି କରାଇବାରେ ମୁଖ୍ୟ କାରଣ ହେଉଛି ଉଚ୍ଚ ଟ୍ରାଇଗ୍ଲାଇରାଇଡ୍ ବା LDL (ଖରାପ) କୋଲେଷ୍ଟ୍ରଲ୍ ସ୍ତର ଏବଂ ନିମ୍ନ ସ୍ତରର HDL (ଭଲ) କୋଲେଷ୍ଟ୍ରଲ୍ । କିନ୍ତୁ ଭିଟାମିନ୍ -c LDL (ଖରାପ) କୋଲେଷ୍ଟ୍ରଲ୍ କୁ ଏବଂ ରକ୍ତ ଟ୍ରାଇଗ୍ଲାଇରାଇଡସ୍ କୁ ଯଥେଷ୍ଟ ଭାବେ ହ୍ରାସ କରେ ।

ସ୍ମରଣ ଶକ୍ତି ଓ ଚିନ୍ତା ଶକ୍ତିର କ୍ଷମତା ରକ୍ଷା କରେ:

ଏହା ସାଧାରଣତଃ ମସ୍ତିଷ୍କା , ମେରୁଦଣ୍ଡ ଓ ସ୍ନାୟୁ ନିକଟରେ ଥିବା ଅକ୍ସିଡେଟିଭ୍ ଚାପ ସହ ସ୍ମୃତି ଶକ୍ତିରେ ବାଧା ଦେବାରେ ଆଶଙ୍କା ବୃଦ୍ଧି କରିଥାଏ । କିନ୍ତୁ ଭିଟାମିନ-c ଏକ ପ୍ରକାରର ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଉତ୍ପାଦନ ହେବା ଦ୍ବାରା ସ୍ମୃତି ଶକ୍ତି ଓ ମସ୍ତିଷ୍କ ଚିନ୍ତା କ୍ଷମତାକୁ ସୁରକ୍ଷା କରେ ।

ଆଇରନ ଅଭାବକୁ ମୁକାବିଲା କରେ:

ଆଇରନ୍ ହେଉଛି ଆରବିସି (ଲୋହିତ ରକ୍ତ କଣିକା) ର ଗୁରୁତ୍ୱପୂର୍ଣ ବିଷୟବସ୍ତୁ । ଏହା ଶରୀରରେ ଅମ୍ଳଜାନ ଯୁକ୍ତ ରକ୍ତ ପରିବହନରେ ସାହାଯ୍ୟ କରେ । ଭିଟାମିନ୍–c ଜଟିଳ ଆଇରନ (ଉଦ୍ଭିଦ-ଆଧାରିତ ଲୌହ ଉତ୍ସ) ଅଣ -ଆଇରନ ସହିତ ସଂଯୁକ୍ତ ହୋଇ ତାହାକୁ ରୂପାନ୍ତରିତ କରିଥାଏ । ଯାହା ଶରୀରରେ ସହଜରେ ମିଶି ପାରିଥାଏ ।

ବାୟୁ ପ୍ରଦୂଷଣ ଜନୀତ କ୍ଷତିକାରକ ପ୍ରଭାବକୁ କମ୍ କରିଥାଏ:

ବାୟୁ ପ୍ରଦୂଷଣ ଦ୍ୱାରା ଅନେକ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇଥାଏ । ଯେପରିକି ଆଜମା କିମ୍ବା କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ ଇତ୍ୟାଦି । ବାୟୁ ପ୍ରଦୂଷଣ ଫୁସଫୁସରେ ପ୍ରବେଶ କଲାବେଳେ ରେଡିକାଲ ସୃଷ୍ଟି ହୋଇଥାଏ । ଯାହାଫଳରେ ହୃଦରୋଗ, କର୍କଟ ଏବଂ ଶ୍ୱାସ ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଭିଟାମିନ–c ସି ଆଣ୍ଟିଅକ୍ସିଡାଣ୍ଟ ଏଲିମେଣ୍ଟ ରେଡିକାଲ୍ ସହିତ ବାନ୍ଧି ହୋଇଥାନ୍ତି ଯାହାଫଳରେ କୋଷଗୁଡିକ ନଷ୍ଟ କରିବା ପୂର୍ବରୁ ସେମାନଙ୍କୁ ସୁରକ୍ଷା କରନ୍ତି ।

ହଜମ ପ୍ରକ୍ରିୟା:

ଭିଟାମିନ –c ହେଉଛି ଅତ୍ୟଧିକ ସେବନ କରିବା ଦ୍ୱାରା ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଫଳରେ ଝାଡା ଏବଂ ବାନ୍ତି ଆଦି ସମସ୍ୟା ହୋଇଥାଏ ।

କିଡନୀ ଜନିତ ସମସ୍ୟା:

ଭିଟାମିନ୍-ସି ଶରୀରରୁ ଅକ୍ସାଲେଟ୍ ପରି ପରିସ୍ରା ମାଧ୍ୟମରେ ନିର୍ଗତ ହୁଏ । କେତେକ ଅବସ୍ଥାରେ, ଅକ୍ସାଲେଟ୍ ଖଣିଜ ପଦାର୍ଥ ସହିତ ବାନ୍ଧି ହୋଇ ସ୍ଫଟିକ୍ ସୃଷ୍ଟି କରେ । ଯାହା ଫଳରେ କିଡନୀରେ ପଥର ସୃଷ୍ଟି କରିପାରେ ।