/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643477490.jpg)
Mansukh Mandaviya
ନୂଆଦିଲ୍ଲୀ: ଦେଶରେ କୋଭିଡର ଲହର ଆହୁରି ୪ରୁ ୬ ସପ୍ତାହ ଯାଏଁ ଲାଗି ରହିପାରେ। ଫେବ୍ରୁଆରୀ ଶେଷ ଯାଏଁ ଏହାର ପ୍ରଭାବ ଜାରି ରହିବ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି। ଦେଶରେ କୋଭିଡର ତୃତୀୟ ଲହର ପିକ୍ ହେବା ପରେ ଏବେ ସଂକ୍ରମଣର ହାର ଧିରେ ଧିରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୨ ଲକ୍ଷ ୩୫ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପଟେ ଦେଶରେ ଦୈନିକ ପଜିଟିଭିଟି ହାର ମଧ୍ୟ କମିଛି। ଗତକାଲି ପଜିଟିଭିଟି ରେଟ୍ ୧୫. ୮ ପ୍ରତିଶତ ଥିବା ବେଳେ ଆଜି ତାହା ୧୩.୩୯ ପ୍ରତିଶତକୁ ଖସି ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଆଜି ପୂର୍ବ ଭାରତର ୫ଟି ରାଜ୍ୟର କୋଭିଡ୍ ସ୍ଥିତିର ସମୀକ୍ଷା କରିଛନ୍ତି।
ଓଡିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଂଗ ଓ ଛତିଶଗଡର କରୋନା ସ୍ଥିତି ସମ୍ପର୍କରେ ଭିଡିଓ କନଫରେନ୍ସିଂ ବୈଠକରେ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟମାନଙ୍କୁ ଟେଲିମେଡିସିନ୍, ଟିକାକରଣ କୋଭିଡ୍ ଗାଇଡଲାଇନ ପାଳନ ଉପରେ ଗୁରତ୍ୱ ଦେବା ସହ ସ୍ଥିତି ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)