Advertisment

SBIକୁ ଦିଲ୍ଲୀ ମହିଳା କମିଶନଙ୍କ ନୋଟିସ୍

SBIକୁ ଦିଲ୍ଲୀ ମହିଳା କମିଶନ ନୋଟିସ୍ କରିଛନ୍ତି। ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗ ଦେବାରେ ଅଟକାଇବା ଓ ସାମୟିକ ଅଯୋଗ୍ୟ ଘୋଷଣାକୁ ନେଇ ଏହି ନୋଟିସ୍ ଜାରି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
SBI PO Recruitment

State Bank Of India

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(SBI)କୁ ଦିଲ୍ଲୀ ମହିଳା କମିଶନ ନୋଟିସ୍ କରିଛନ୍ତି। ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗ ଦେବାରେ ଅଟକାଇବା ଓ ସାମୟିକ ଅଯୋଗ୍ୟ ଘୋଷଣାକୁ ନେଇ ଏହି ନୋଟିସ୍ ଜାରି ହୋଇଛି। ଗର୍ଭବତୀଙ୍କ ବିରୋଧରେ ବ୍ୟାଙ୍କ ନେଇଥିବା ପଦକ୍ଷେପ ଭେଦଭାବପୂର୍ଣ୍ଣ ଓ ବେଆଇନ୍‌ ବୋଲି ଦିଲ୍ଲୀ ମହିଳା କମିଶନ ଦର୍ଶାଇଛନ୍ତି। ବ୍ୟାଙ୍କର ଏହି ପଦକ୍ଷେପ ଯୋଗୁ ସମ୍ପୃକ୍ତ ଗର୍ଭବତୀ ଆଇନ୍ ଅନୁଯାୟୀ ପାଇବାକୁ ଥିବା ପ୍ରସବକାଳୀନ ସୁବିଧାରୁ ବଞ୍ଚିତ ହେବେ ବୋଲି ମହିଳା କମିଶନ କହିଛନ୍ତି।  

Advertisment

ସୂଚନାଥାଉ କି, ୩ ମାସରୁ ଅଧିକ ଗର୍ଭବତୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ SBI ମନା କରିଛି। ଗତ ଡିସେମ୍ବର ୩୧ରେ ଦେଶର ସବୁଠୁ ବଡ଼ ବ୍ୟାଙ୍କ SBI ଏଭଳି ଏକ ବିବାଦୀୟ ସର୍କୁଲାର ଜାରି କରିଥିଲା। ମହିଳା ଜଣକ ପ୍ରସବର ୪ ମାସ ପରେ କାର୍ଯ୍ୟରେ ଯୋଗ ଦେଇପାରିବେ ବୋଲି ଏହି ସର୍କୁଲାରରେ ଦର୍ଶାଯାଇଛି। ମହିଳାଙ୍କ ପ୍ରତି ଏହା ଭେଦଭାବପୂର୍ଣ୍ଣ ଓ ବେଆଇନ୍‌ ଦର୍ଶାଇ SBI ଏହାର ମହିଳା ବିରୋଧୀ ନୀତି ପ୍ରତ୍ୟାହାର କରିବାକୁ ମହିଳା କମିଶନ ନୋଟିସ୍‌ରେ ଦର୍ଶାଇଛନ୍ତି।

ଯେଉଁ ମହିଳାମାନେ SBIରେ ଚାକିରି କରିବା ପାଇଁ ଯୋଗ୍ୟ ବିବେଚିତ ହେବାବେଳେ ୩ ମାସରୁ ଅଧିକ ଗର୍ଭବତୀ ଥିବେ ସେମାନଙ୍କୁ ସାମୟିକ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାସହ ପ୍ରସବର ୪ ମାସ ପରେ କାର୍ଯ୍ୟରେ ଯୋଗ ଦେବା ପାଇଁ ସେମାନଙ୍କୁ ଅନୁମତି ମିଳିବ। ଆସନ୍ତା ମଙ୍ଗଳବାର ସୁଦ୍ଧା ନୋଟିସର ଜବାବ ରଖିବାକୁ ଦିଲ୍ଲୀ ମହିଳା କମିଶନ SBIକୁ ନୋଟିସ୍ ଜାରି କରିଛନ୍ତି।  ଏନେଇ SBI ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି।

Advertisment

SBI Delhi Commission For Women
Advertisment
Advertisment