ସାଧାରଣତଃ ଝିଅ ଓ ମହିଳାମାନେ କୌଣସି ପାର୍ଟି ବା ଫଙ୍କ୍ସନ୍କୁ ଗଲାବେଳେ ନିଜକୁ ଆକର୍ଷଣୀୟ ଲୁକ୍ ଦେବାକୁ ଚାହିଁଥା’ନ୍ତି। ଆଉ ସେଥିପାଇଁ ପାର୍ଟିକୁ ଯିବା ପୂର୍ବରୁ ପାର୍ଲର୍ରେ ଘଣ୍ଟା ଘଣ୍ଟା ସମୟ ଓ ଟଙ୍କା ଖର୍ଚ୍ଚ କରିଥାନ୍ତି। ହେଲେ ତଥାପି ସେମାନଙ୍କୁ ନିଜ ମନମୁତାବକ ଲୁକ୍ ମିଳେ ନାହିଁ। ଏଥିପାଇଁ ଯଥେଷ୍ଟ ସମୟ ପାଇ ନ ଥା’ନ୍ତି। ଏଭଳି ଲୁକ୍ ପାଇବା ପାଇଁ ଆପଣ 'ଶିମର୍ ମେକଅପ'କୁ ଆପାଣାନ୍ତୁ । ତେବେ ଚାଲନ୍ତୁ ଜାଣିବା କିପରି ନେବେ ସିମର ମେକଅପ୍ ।
Also Read
- ଯଦି ଆପଣ ଆଖିକୁ ନିଜ ପୁରା ଲୁକ୍ର କେନ୍ଦ୍ରବିନ୍ଦୁ କରିବାକୁ ଚାହୁଁଛ, ତେବେ ଆପଣ ଚମକଦାର ରଙ୍ଗର ଆଇଲାଇନର୍ ପ୍ରୟୋଗ କରିପାରିବେ। ଶିମ୍ରି-ବ୍ଲୁ ଆଇଲାଇନର୍ ବହୁତ ଷ୍ଟନିଙ୍ଗ୍ ଦେଖାଯାଏ।
- ଆଖି ପଲକରେ ଭଲ ଭାବରେ ସେଟ୍ କରନ୍ତୁ ଏବଂ ମାସ୍କାରା ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ। ଏହି ଲୁକ୍ ସହିତ, ଆପଣ ନିଜ ପାଉଟ୍ ବା ଓଠକୁ ବ୍ରାଇଟ୍ ରଙ୍ଗରେ ଭରି ପାରିବେ।
- ଆପଣ ଶିମର୍କୁ ଫେସ୍ ହାଇଲାଇଟର୍ କିମ୍ବା ବ୍ଲସ୍ ଭାବରେ ମଧ୍ୟ ବ୍ୟବହାର କରିପାରିବେ। ଆଇବ୍ରୋ କୋଣରେ ,ବ୍ରୋ ଭେନ୍ ଉପରେ ଏବଂ ଗାଲ ପ୍ରୟୋଗ କରି ନିଜକୁ ଏକ ଫେଷ୍ଟିଭ୍ ମେକପ୍ ଲୁକ୍ ଦେଇପାରିବେ।
- ଆପଣଙ୍କ ଚେହେରାକୁ ସମ୍ପୂର୍ଣ୍ଣ କରିବା ପାଇଁ ବୋଲ୍ଡ ଲିପଷ୍ଟିକ୍ ଏବଂ ମିନିମାଲ୍ ଆଖି ମେକଅପ୍ ପ୍ରୟୋଗ କରନ୍ତୁ।
- ଯଦି ଆପଣ ନିଜ ମେକଅପ୍ ଉପରେ ବିଭିନ୍ନ ପ୍ରକାରର ଏକ୍ସପେରିମେଣ୍ଟ କରନ୍ତି, ତେବେ ନିଜ ଓଠରେ ଶିମର ଟଚ୍ ଦେବାକୁ ଭୁଲନ୍ତୁ ନାହିଁ। ଏହି ଲୁକ୍ ଦେଖି ଲୋକମାନେ କେବଳ ଆପଣଙ୍କ ପ୍ରଶଂସା କରିବେ। ଯଦି ଆପଣ ଲିପସ୍ରେ ଶିମର୍ ପ୍ରୟୋଗ କରୁଛନ୍ତି, ତେବେ ଆପଣଙ୍କର ଅବଶିଷ୍ଟ ଚେହେରାର ମେକଅପ୍ ଟିକିଏ ହାଲୁକା ରଖନ୍ତୁ।