/odishatv-khabar/media/post_attachments/uploadimage/library/16_9/16_9_0/vastu_tips_1643458735.jpg)
vastu tips
ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ । ଆସନ୍ତୁ ଜାଣିବା ସେଗୁଡିକ କଣ –
Advertisment
- ଠାକୁର ଘରେ କିମ୍ବା ଘରର କୌଣସି ସ୍ଥାନରେ କୌଣସି ପ୍ରକାରର ଖଣ୍ଡିତ ମୂର୍ତି ରଖିବା ଉଚିତ ନୁହେଁ । ଯଦି କୌଣସି ଖଣ୍ଡିତ ମୂର୍ତି ଘରେ ରହିଛି ତେବେ ତାହାକୁ ତୁରନ୍ତ ବାହାର କରିଦେବା ଆବଶ୍ୟକ l
- ଆପଣ ଯଦି ଦେଖୁଛନ୍ତି ପୂଜା ଘରେ ଦେବଦେବୀ ସାମ୍ନା ସାମ୍ନି ସ୍ଥାପନ ହୋଇଛନ୍ତି ତେବେ ତାହାକୁ ତୁରନ୍ତ କାଢି ଦିଅନ୍ତୁ l କାରଣ ଏହିଭଳି ସ୍ଥାପନ କରିବା ଦ୍ୱାରା ଘରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟି ନଥାଏ l
- ଆମେ ସାଧାରଣତଃ ଦେଖିଥାଉ ଘରେ ବେଳେବେଳେ ଭଙ୍ଗା କାଚ ବାସନ କିମ୍ବା ଫଟା କାଚ ବାସନା ଦୀର୍ଘ ଦିନ ଧରି ରହିଥାଏ l ଯଦି ଏପରି ବାସନ ଘରେ ରୁହେ ତେବେ ଦରିଦ୍ରତା ଲାଗି ରୁହେ l ଏହାକୁ ବସ୍ତୁ ଦୃଷ୍ଟିରୁ ବ୍ୟବହାର କରିବା ଉଚିତ ନୁହେଁ l
- ଅଧିକାଂଶ ସମୟ ଆମେ ଦେଖିଥାଉ ଗାମୁଛା ଓ ଶାଢ଼ୀ କାନି ଛିଡି ଯିବାର ,ଯଦି ଏପରି କିଛି ଲକ୍ଷ କରୁଛନ୍ତି ତେବେ ତାହାକୁ ତୁରନ୍ତ ତ୍ୟାଗ କରନ୍ତୁ l କାରଣ ଏଭଳି ବସ୍ତ୍ର ବାସ୍ତୁ ଦୃଷ୍ଟିରୁ ଅଶୁଭ ଅଟେ l ମହିଳାଙ୍କ ଶାଢ଼ୀ କାନିରେ ଲକ୍ଷ୍ମୀ ବାସ କରନ୍ତି l
- ଘରେ କେବେବି ବନ୍ଦ ହୋଇଥିବା ଘଡି ରଖିବା ଉଚିତ ନୁହେଁ ,କାରଣ ଏଭଳି ଘଡି ଘରୁ ସକାରାତ୍ମକ ଶକ୍ତିକୁ ଦୂର କରିଥାଏ l ଯାହାଦ୍ୱାରା ଘର ପ୍ରତି ଅସୁବିଧା ଲାଗି ରୁହେ l
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)