Advertisment

ସୂତାକଳ ଏବେ ଭୂତକୋଠି ! ଶ୍ରମିକ ବିକୁଛନ୍ତି ବଡ଼ି-ପାମ୍ପଡ଼

ଭଙ୍ଗା ଦଦରା କ୍ୱାର୍ଟରରେ ପଡ଼ିଛନ୍ତି କର୍ମଚାରୀ । ନୂଆ ସରକାରଙ୍କୁ ସୂତାକଳ ଚଳାଇବାକୁ ନିବେଦନ ।

author-image
Satyendu Shekher Mishra
Thread Mill

Thread Mill

ଚାରିଆଡ଼େ ବଣ ଜଙ୍ଗଲ ଭଳି ପରିବେଶ। ବିଲଡିଂ ଉପରେ ମାଡି ଗଲାଣି ଗଛ ଲତା। ନିରବି ଯାଇଛି ପୂରା ପରିବେଶ। ଦିନେ ଗହଳି ଚହଳି ଲାଗି ରହୁଥିବା ସ୍ଥାନ ଏବେ ଭୂତ କୋଠି ପାଲଟିଛି। ଆମେ କହୁଛୁ ଆସିକା ସୂତାକଳର ଜରାଜୀର୍ଣ୍ଣ ଅବସ୍ଥା କଥା। ଗେଟରେ ତାଲା ଝୁଲୁଛି, ଚଳପ୍ରଚଳ ବନ୍ଦ। ମିଲ୍ ଭିତରକୁ ଯିବାକୁ ବି ଭୟ ଲାଗିବ। କୋଟି କୋଟି ଟଙ୍କାରେ ନିର୍ମାଣ କୋଠାବାଡି ମାଟିରେ ମିଶିବାକୁ ବସିଲାଣି। ରକ୍ଷଣାବେକ୍ଷଣ ଅଭାବରୁ ମିଲ୍‌ର ଯନ୍ତ୍ର ଓ ଯନ୍ତ୍ରାଂଶରେ ଲାଗି ଗଲାଣି କଳଙ୍କି। ଏବେ ଭୂତ କୋଠି ଭଳି ପଡି ରହିଛି ସୂତାକଳ। କେବଳ ଜଗି ରହିଛନ୍ତି ୬ ଜଣ ସୁରକ୍ଷାକର୍ମୀ।

Advertisment

ସୂତାକଳର ଅବସ୍ଥା ଯେତିକି ଦୟନୀୟ ଏଠାରେ କାମ କରୁଥିବା କର୍ମଚାରୀଙ୍କ ଦୁର୍ଦ୍ଦଶା ସେମିତି ହୃଦୟବିଦାରକ। ମିଲ୍ ବନ୍ଦ ପରେ ସମସ୍ତଙ୍କର ଭେଳା ବୁଡିଛି। ରାହା ନାହିଁ, କି ସାହା ନାହିଁ। ମିଲ୍ ପଛପଟ ଭଙ୍ଗା ଦଦରା କ୍ୱାର୍ଟରରେ ଅତି କଦର୍ଯ୍ୟ ଅବସ୍ଥାରେ ପଡି ରହିଛନ୍ତି। ଦୁର୍ଦ୍ଦିନ, ଅଭାବ ଅନଟନରେ ଦିନ କାଟୁଛନ୍ତି କୁଶଳି କାରିଗର। କିଏ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲା ତ କିଏ କିଏ ମୂଲ ଲାଗୁଛି। କେହେ କେହି ଗୋପାଳନ ଓ ବଡ଼ି, ମୁଡକି ବିକ୍ରି କରି ଚଳାଉଛନ୍ତି ପରିବାର। ପେଟ ପୋଷିବାକୁ କିଏ ଗନ୍ଥା ସିଲେଇ କରୁଛନ୍ତି। ସମସ୍ତେ ଆଶା ବାନ୍ଧିଛନ୍ତି ପୁଣି ଥରେ ମିଲ୍ ଚାଲିବ। କାମକୁ ଫେରିବେ।

ଚିନି ଶିଳ୍ପ ପରେ ଆସିକାରେ ୬୬ ଏକର ଜମିରେ ଠିଆ ହୋଇଥିଲା ଏହି ସୂତା କଳ। ଦୈନିକ ଉତ୍ପାଦନ ହେଉଥିଲା ଚାରି ଶହ କିଲୋର ସୂତା। ବାରମ୍ବାର ମାଲିକାନା ପରିବର୍ତ୍ତନ ଯୋଗୁ ଦେଖାଦେଇଥିଲା ପରିଚାଳନାଗତ ତ୍ରୁଟି ଓ ଶ୍ରମିକ ଅଶାନ୍ତି। ୨୦୦୨ରୁ ୫ ବର୍ଷ ବନ୍ଦ ରହିଥିଲା। ୨୦୦୭ରେ ବାଲାଜୀ ସୂତାକଳ ନାଁରେ ଏକ ଘରୋଇ କମ୍ପାନୀକୁ ଦିଆଯାଇଥିଲା ପରିଚାଳନା ଦାୟିତ୍ୱ । କିନ୍ତୁ ୨୦୧୩ରେ ବାତ୍ୟା ଫାଇଲିନ୍ ପରଠୁ ମିଲ୍ ବନ୍ଦ ପଡିଛି।

Advertisment

Advertisment
Advertisment