Advertisment

ପୁଣି କାଳ ସାଜିଲା କି ମୁକୁଳା ଡ୍ରେନ୍ ? ନାବାଳକ ଭାସିଯାଇ ନିଖୋଜ

ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Open Drain

Open Drain

ପୁଣି କାଳ ସାଜିଲା ମୁକୁଳା ଡ୍ରେନ। ଭାସିଗଲା ୧୧ ବର୍ଷର ଛାତ୍ର। ବ୍ରହ୍ମପୂର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୧୪ ନମ୍ବର ଗଳିରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ନିଖୋଜ ଛାତ୍ରର ନାଁ ସାଇରମ ପାତ୍ର। ପରିବାର ଲୋକଙ୍କ କହିବା କଥା, ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯାଇଥିଲା। ସେହି ସମୟରେ ନାଳରେ ପଡ଼ି ଭାସି ଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Advertisment

ସାଇକେଲଟି ସ୍ଥାନୀୟ ଲୋକେ ଉଦ୍ଧାର କରିଥିବାବେଳେ ଏଯାଏଁ ସାଇରାମର କୌଣସି ପତ୍ତା ମିଳିନି। ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପାଣିର ସୁଅ ଚାଲୁଥିଲା। ଏହି ସୁଅରେ ସାଇରାମ୍ ଭାସିଯାଇଥିବା ଆଶଙ୍କା କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି।

Advertisment

ଗତ ଜୁନ୍‌ରେ ମଧ୍ୟ ଏମିତି ଏକ ଖବର ସାମ୍ନାକୁ ଆସିଥିଲା । ରାଜଧାନୀ ଭୁବନେଶ୍ୱରରେ ଘଟିଥିଲା ଅଭାବନୀୟ ଘଟଣା। ମୁକୁଳା ଡ୍ରେନ୍ ନେଇଥିଲା ଜୀବନ। ଡ୍ରେନ୍ ପାଣିରେ ଭାସି ଯାଇ ଜଣେ ୧୦ ବର୍ଷିୟ ନାବାଳକର ମୃତ୍ୟୁ ହୋଇଥିଲା । ମୌସୁମୀ ସିଜିନରେ ରାଜଧାନୀରେ ବାରମ୍ବାର ଏମିତି ଘଟଣା ଘଟୁଛି । ଡ୍ରେନ୍ ସଫେଇ ସହ ମୁକୁଳା ଡ୍ରେନ୍ ବନ୍ଦ ପାଇଁ କାହିଁକି ଆଗୁଆ ପଦକ୍ଷେପ ନେଉ ନାହାନ୍ତି ବୋଲି ପ୍ରଶ୍ନ ଉଠିଥିଲା।

ଭୁବନେଶ୍ୱର ୟୁନିଟ୍-୩ ମସଜିଦ କଲୋନୀରେ ସମୟ- ଦିନ ପ୍ରାୟ ୩ଟା ବେଳେ କାଳବୈଶାଖୀ ବର୍ଷା ପରେ ଡ୍ରେନରେ ପାଣି ମାଡ଼ି ଆସିଥିଲା। ଭାସୁଥିବା ଏକ ବେଲୁନ୍ ଆଣିବା ବେଳେ ଖସି ଯାଇଥିଲା ୧୦ ବର୍ଷୀୟ ଆବୁ ବକର ସାହର ପାଦ। ପାଣି ସ୍ରୋତରେ ଭାସି ଯାଇଥିଲା ଆଗକୁ। ଘଟଣାସ୍ଥଳରେ ପରିବାର, ସମ୍ପର୍କୀୟ ଓ ପଡ଼ୋଶୀ ବହୁ ଖୋଜାଖୋଜି କରିଥିଲେ।

ଶେଷରେ ଲକ୍ଷ୍ମୀସାଗର ଓସ୍କାର ସିଟି ନିକଟ ନାଳରୁ ଉଦ୍ଧାର ହୋଇଥିଲା ନାବାଳକ। କ୍ୟାପିଟାଲ ହସ୍ପିଟାଲରେ ନାବାଳକୁ ମୃତ ଘୋଷଣା କରିଥିଲେ ଡାକ୍ତର। ପଞ୍ଚମ ଶ୍ରେଣୀରେ ପଢୁଥିବା ଆବୁ ବକର ସାହ, ଦୁନିଆକୁ ଭଲ ଭାବରେ ଜାଣିବା, ବୁଝିବା ଆଗରୁ ଡ୍ରେନ୍ ଆଁରେ ହରାଇଥିଲେ ଜୀବନ। 

Open Drain
Advertisment
Advertisment