Advertisment

ଅପମିଶ୍ରିତ ମଦ!! ପିଇବା ପରେ ୧୫ ଅସୁସ୍ଥ, କାରଣ ଖୋଜୁଛି ପୋଲିସ୍

ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ । ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Odisha Spurious Liquor Deaths

Country Liquor

ଦେଶୀ ମଦ ପିଇବା ପରେ ୧୫ରୁ ଅଧିକ ଅସୁସ୍ଥ । ୨ ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଅଞ୍ଚଳରେ । ଅସୁସ୍ଥଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଅସୁସ୍ଥ କରବାଲୁଆ ଗାଁର । ମିଳିଥିବା ସୂଚନା ଅନୁଯାୟୀ, ମାଉନ୍ଦପୁର ନିକଟରେ ବିକ୍ରି ହେଉଥିବା ଦେଶୀ ମଦ ଏମାନେ ପିଇଥିଲେ ।

Advertisment

ଏହାପରେ ଅସୁସ୍ଥ ହେବାରୁ ସମସ୍ତଙ୍କୁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଦେଶୀ ମଦ ପିଇବା ପରେ କାହିଁକି ଅସୁସ୍ଥ ହେଲେ ? ମଦ ଅପମିଶ୍ରିତ ଥିଲା ନା ଅନ୍ୟ କୌଣସି କାରଣ ? ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅବକାରୀ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମାଉନ୍ଦପୁର, ଜେନାପୁର, କରବାଲୁଆ ଗାଁରେ ଛାନଭିନ୍ କରୁଛନ୍ତି।

ଅଧିକ ପଢ଼ନ୍ତୁ: ଡରାଇଲାଣି ମଙ୍କିପକ୍ସ.. ସବୁ ବିମାନ ବନ୍ଦରକୁ ଆଲର୍ଟ, କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କତା ଜାରି

Advertisment

ଦେଶୀ ମଦ ବିଷାକ୍ତ ଥିଲା କି? ଗଞ୍ଜାମରେ ଦେଶୀ ମଦ ପିଇ ୧୫ରୁ ଅଧିକ ଅସୁସ୍ଥ ହେବା ପରେ ଏବେ ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସିଛି । ଗଞ୍ଜାମ ଜିଲ୍ଲା ଚିକିଟି କରବାଲୁଆ ଓ ଜେନା ସାହି ଗାଁର ୧୫ ଜଣ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ହେବା ପରେ ୧୪ ଜଣଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ସେଥିରୁ କାଜୁଆଲଟିରେ ୨ ଓ ICUରେ ୨ ଜଣ ଚିକିତ୍ସିତ ହେଉଛନ୍ତି । ୧୨ ଜଣ ମେଡିସିନ୍ ୱାର୍ଡରେ ଚିକିତ୍ସିତ ହେଉଛନ୍ତି । Mkcg ମେଡିକାଲକୁ ଯାଇ ଅସୁସ୍ଥଙ୍କୁ ଭେଟିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ ଓ ଗଞ୍ଜାମ ଜିଲ୍ଲାପାଳ । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସହ ବ୍ରହ୍ମପୁର ଅବକାରୀ ଟିମ୍ ଅସୁସ୍ଥ ଏବଂ ପରିବାର ଲୋକଙ୍କୁ ଭେଟିଛନ୍ତି ।

ସେପଟେ ଚିକିଟିରେ ଦେଶୀ ମଦ ପିଇ ଅସୁସ୍ଥ ଘଟଣାରେ ଆଇନ୍ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିଛି । ମଦ ପିଇ ଅସୁସ୍ଥ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ଜଣଙ୍କ ଅବସ୍ଥା ଗୁରୁତର ହୋଇଥିଲା, ଏବେ ସୁଧାର ଆସିଛି । ରାଜ୍ୟରେ ନୂଆ ଅବକାରୀ ନୀତି ଅଣାଯିବ କହିଲେ ଆଇନ୍ ମନ୍ତ୍ରୀ । ବେଆଇନ୍ ମଦ କାରବାରରେ ସାମିଲଙ୍କ ଉପରେ ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହା ସହ ବେଆଇନ୍ ମଦ କାରବାର ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି ମଧ୍ୟ କହିଛନ୍ତି ଆଇନ୍ ମନ୍ତ୍ରୀ ।

Country Liquor
Advertisment
Advertisment