Advertisment

ହୁତହୁତ୍ ହୋଇ ଜଳିଗଲେ ଯୁବତୀ, ରାସ୍ତାକଡ଼ରୁ ଉଦ୍ଧାର କଲେ ଲୋକେ

ପୋଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳିପାରିନି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Crime

Crime

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡିରେ ଲୋମଟାଙ୍କୁରା ଘଟଣା। ଜଳନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଯାହାର ଦୃଶ୍ୟ ଜଣେ ସାଧାରଣ ମଣିଷ ଦେଖିବାକୁ ଭୟ କରିବ । କୁକୁଡ଼ାଖଣ୍ଡି ବ୍ଲକ ଆଗରେ ଏହି ଅଭାବନୀୟ କାଣ୍ଡ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ସଂପୃକ୍ତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି MKCG ମେଡ଼ିକାଲରେ ଭର୍ତ୍ତି କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଯୁବତୀ ଜଣକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର। ଘରୋଇ କଳିରୁ ସେ ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା କୁହାଯାଉଛି। ତେବେ ଏନେଇ ପୋଲିସ କିମ୍ବା ସଂପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ କୌଣସି ପ୍ରତିିକ୍ରିୟା ମିଳିପାରିନି।

Advertisment

Firemishap
Advertisment
Advertisment