ବ୍ରହ୍ମପୁର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ ସହ ତେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ୨୦ରୁ ଅଧିକ ଆହତ। ଯାତ୍ରୀବାହୀ ବସ୍ଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକ୍କୁ ଓଭର ଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ତେଲ ଟ୍ୟାଙ୍କରଟି ଦୁର୍ଘଟଣା ପରେ ରାସ୍ତାକଡ ନିକଟରେ ଥିବା ଏକ ଚା ଦୋକାନ ଉପରକୁ ମାଡି ଯାଇଥିଲେ। ଦୁର୍ଘଟଣା ପରେ ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।
Also Read
#ବସ୍_ଟ୍ୟାଙ୍କର_ଧକ୍କା; #୪_ମୃତ
— ଓଟିଭି (@otvkhabar) August 22, 2024
-ବ୍ରହ୍ମପୁର: ବସ୍କୁ ଧକ୍କା ଦେଲା ଟ୍ୟାଙ୍କର; ୪ ମୃତ
-ସମରଝୋଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା
-ଟ୍ୟାଙ୍କରଟି ଟ୍ରକକୁ ଓଭରଟେକ୍ କରିବାକୁ ଯାଇ ବସ୍କୁ ପିଟିଲା
-ଦୁର୍ଘଟଣା ପରେ ରାସ୍ତାକଡ଼ ଚା' ଦୋକାନକୁ ମାଡ଼ିଗଲା ବସ୍
-ଚା' ପିଉଥିବା ବେଳେ ୩ ଜଣଙ୍କ ଉପରେ ମାଡ଼ିଗଲା ବସ୍
-ଆଉ ଜଣେ ମୃତକ ବସ୍ର… pic.twitter.com/dESMn8Zvh5
ଗଞ୍ଜାମ ସମରଝୋଳ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ସରକାର । ସମବେଦନା ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁତର ଆହତଙ୍କୁ ୧ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ । ଆହତଙ୍କ ଚିକିତ୍ସା ସଂପୂର୍ଣ୍ଣ ମାଗଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।